Thursday, February 14, 2019

ସମୀକ୍ଷକ

ଜଗନ୍ନାଥ ପ୍ରସାଦ ଦାସ

ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ପ୍ରତି ପୃଷ୍ଠାରେ ଖୋଜି କିଛି କିଛି ଛିଦ୍ର
ବହିଟି ପଢ଼ାରେ କାଟେ ରାତିଟି ବିନିଦ୍ର
ଲେଖେ ଯେଉଁ ଆଲୋଚନା
ବହି କଥା ଥାଏ ଉଣା
ଇଂରେଜୀ ଉଦ୍ଧୃତି ଉପଦେଶ ବି.ଦ୍ର.

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Wednesday, February 13, 2019

ରମାକାନ୍ତ ରଥ

ଜଗନ୍ନାଥ ପ୍ରସାଦ ଦାସ

ୠଷୀୟ ବିଜ୍ଞାନୋପନ୍ୟାସ 'ଆମ୍ଫିବିଆନ୍ ମ୍ୟାନ୍'ର ପୃଷ୍ଠବନ୍ଧର କିଛି ଅଂଶ
ଲେଖକ - ଆଲେକ୍‌ଜାଣ୍ଡାର୍ ବେଲାଇଭ୍ (୧୮୮୪-୧୯୪୨)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ରମାକାନ୍ତ ରଥ
କରିଥିଲେ ବ୍ରତ
ହୋଇଗଲେ ବେଶ୍ କିଛି ସୃଷ୍ଟ ଛନ୍ଦ
ନିଶ୍ଚୟ ଲେଖିବେ ଏକ ପୃଷ୍ଠବନ୍ଧ

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Tuesday, February 12, 2019

ଅନୁବାଦ

ଜଗନ୍ନାଥ ପ୍ରସାଦ ଦାସ

ନେପାଳର କଳାକୃତି (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍)

ପାଠରେ ମିଳାଇ ପାଠ ଚରଣରୁ ଚରଣ
ଯାହା ସେ ତିଆରି କରେ କରି ଅନୁସରଣ
ଦିଅଁ ଭଳି ନାହିଁ ଦିଶେ
ମାଙ୍କଡ଼ ନୁହେଁ ବି ସେ
ଦିଅଁ ମୁହାଁ ମାଙ୍କଡ଼ ଏଭଳି ତା' ଗଢ଼ଣ ।

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Monday, February 11, 2019

ଇଂରେଜୀ ଟେଷ୍ଟ୍

ଜଗନ୍ନାଥ ପ୍ରସାଦ ଦାସ

ଜାପାନରେ ୧୮୨୮ରେ ଅଙ୍କିତ କୋଇଲିର ଚିତ୍ର
ଚିତ୍ରକର - କାତ୍ସୁସିକା ହୋକୁସାଇ (୧୭୬୦-୧୮୪୯)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଚଢ଼େଇ ପଶୁଙ୍କୁ ଥରେ ଇଂରେଜୀ ଟେଷ୍ଟ୍‌ରେ
ହୁ ଆର୍ ୟୁ ବୋଲି ପଚାରିଲେ ମାଷ୍ଟ୍ରେ
କୁକୁଡ଼ା କହିଲା: କକ୍ କକ୍
କୋଇଲି କହିଲା: କୁହ୍ କୁ;
ଛେଳି କହିଲା: ମି, ମି
ପେଚା କହିଲା: ହ୍ୱାଟ୍ ? ହୁ ?
କୁକୁଡ଼ା ପାଇଲା ଏ କୋଇଲି ବି
ଛେଳି ପାଇଲା ସି ପେଚା ଡି ।

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Sunday, February 10, 2019

ପଦକାର

ଜଗନ୍ନାଥ ପ୍ରସାଦ ଦାସ

ଚିତ୍ର - 'ବଡ଼ି ସକାଳେ ବନାରସ୍' (୧୯୧୯ ମସିହାରେ ଅଙ୍କିତ)
ଚିତ୍ରକର - ଚାର୍ଲ୍‌ସ୍ ବାର୍ଟ୍‌ଲେଟ୍ - (୧୮୬୦ - ୧୯୪୦)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ 

ଥିଲେ ଜଣେ ପଦକାର ପଣ୍ଡିତ ମଦାଳସ
ଜୀବନଟି ତାଙ୍କର ପଦେ ପଦେ ପଦାଳସ
ପ୍ରିୟ ଜାଗା ବନାରସ
ପ୍ରିୟ ଫଳ ଅନାରସ
ପ୍ରିୟ ଘୋଡ଼ା ପେଗାସସ 
ପ୍ରିୟ ବହି ଥେସାରସ ।

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Wednesday, February 06, 2019

କଲିକତାର ବୁଢ଼ା

ଜଗନ୍ନାଥ ପ୍ରସାଦ ଦାସ

୧୭୯୯ ମସିହାରେ ଅଙ୍କିତ କଲିକତାର ଏକ ଦୃଶ୍ୟ
ଫ୍ରାଁସୁଆ ବାଲ୍‌ଥାଜାର୍ ସୋଲ୍‌ଭିନ୍ସ୍‌ଙ୍କ ସଙ୍ଗ୍ରହରୁ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଏକଦା ଗୋଟିଏ ବୁଢ଼ା ଥିଲା କଲିକତାରେ
ଲହୁଣି ଲଗାଇ ଦେଲା ନେଇ ଗଳା ଉପରେ
ଘୁଙ୍ଘୁଡ଼ିର ସ୍ୱର ତା'ର, ଆଉ ନୁହଁ ଘର୍ଘର
ଏଥର ତା' ନରମ ଓ ମୁଲାୟମ ସତରେ ।
(ଅଗ୍‌ଡେନ୍ ନାଶ୍‌ଙ୍କ ଏକ ଲିମେରିକ୍‌ର ଅନୁସରଣରେ)

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Monday, February 04, 2019

ଇଟିକିଲି ମିଟିକିଲି

ଜଗନ୍ନାଥ ପ୍ରସାଦ ଦାସ

୧୮୧୧ ମସିହାରେ ଅଙ୍କିତ ଚିତ୍ର
ଦି ମ୍ୟୁଜିଅମ୍ ଅଫ୍ ନ୍ୟାଟୁରାଲ୍ ହିଷ୍ଟ୍ରି
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଅଇରି ମଇରି ଉଦୁଉଦୁମା
ତାଇ ତାଇ ଥେଇ ଘଟରଘୁମା
ଅରଗଡ଼ ମରଗଡ଼ ଟକଲ ଟାଇଁ,
ଆଳୁକୁଚି ମାଳୁକୁଚି ତିଉକ ଚେକନ
ଇଞ୍ଚିଡ଼ି ମିଞ୍ଚିଡ଼ି ଚିଡ଼ି ଚିଡ଼ି ଧାଇଁ

ଇଲି ମିଲି ଖିଲି କାତି
ମାମୁଁ ଘର ଚଉଁରୀ
ଚୁନୁ ମୁନୁ ରୁନୁ ଝୁନୁ
ଚକା ଚକା ଚଉଁରୀ