ଗାନ୍ଧୀଜୀଙ୍କର ଶିକ୍ଷାବିଚାର: ଶିକ୍ଷା କିପରି ହେବା ଉଚିତ
ଅନୁବାଦକ - ଚିତ୍ତରଞ୍ଜନ ଦାସ
୧୮୦୧ ମସିହାରେ ଅଙ୍କିତ ଇଟନ ବିଦ୍ୟାଳୟର ଦୃଶ୍ୟ (ୱିକିମିଡିଆ କମନ୍ସ୍) |
ପାଶ୍ଚାତ୍ୟ
ଦେଶଗୁଡ଼଼ିକରେ ଶିକ୍ଷାର ମୂଲ୍ୟ
ଏତେ ବେଶୀ ଯେ, ବଡ଼ ବଡ଼ ଶିକ୍ଷକଙ୍କୁ
ବହୁତ ସମ୍ମାନ ମିଳେ । ଇଂଲଣ୍ତରେ
ଆଜି ମଧ୍ୟ ଶହ ଶହ ବର୍ଷର ପୁରୁଣା
ସ୍କୁଲମାନ ଅଛି ଏବଂ ଏଥିରୁ ବହୁ
ପ୍ରସିଦ୍ଧ ବ୍ୟକ୍ତି ବାହାରିଛନ୍ତି
। ଏହି ପ୍ରସିଦ୍ଧ ସ୍କୁଲମାନଙ୍କ
ମଧ୍ୟରୁ ଇଟନ ଗୋଟିଏ । ସେହି ସ୍କୁଲର
ପୁରାତନ ଛାତ୍ରମାନେ କେତେ ମାସ
ପୂର୍ବରୁ ସେଥିର ପ୍ରଧାନ ଅଧ୍ୟାପକ
ଡକ୍ଟର ୱେରଙ୍କୁ ଅଭିନନ୍ଦନ
ଜଣାଇଥି୍ଲେ । ସାରା ଇଂରେଜୀଭାଷୀ
ଦୁନିଆରେ ତାଙ୍କର ଖ୍ୟାତି ଅଛି
। ସେହି ସମୟରେ ସେଠାକାର ପ୍ରସିଦ୍ଧ
ସମ୍ୱାଦପତ୍ର 'ଫଲମଲ୍ ଗେଜଟ୍' ପ୍ରକୃତ
ଶିକ୍ଷାର ଯାହା ବର୍ଣ୍ଣନା କରିଥିଲେ
ତାହା ଆମ ସମସ୍ତଙ୍କର ଜାଣିବା
ଆବଶ୍ୟକ ।
'ଫଲମଲ୍ ଗେଜେଟ୍'ର ଲେଖକ
କହୁଛନ୍ତି –
'ପୁରୁଣା ବା ବର୍ତ୍ତମାନ ପୁସ୍ତକଗୁଡ଼ିକରୁ ଜ୍ଞାନ ଅର୍ଜନ କରିବା ପ୍ରକୃତ ଶିକ୍ଷାର ଅର୍ଥ ନୁହେଁ ଏହା ଆମେ ସ୍ୱୀକାର କରୁଅଛୁଁ । ପ୍ରକୃତ ଶିକ୍ଷା ବାତାବରଣରେ ଥାଏ, ନିକଟବର୍ତ୍ତୀ ପରିପାର୍ଶ୍ୱରେ ଥାଏ, ଯେଉଁ ସାଙ୍ଗସାଥୀମାନଙ୍କଠାରୁ ଆମେ ଜ୍ଞାତସାରରେ ବା ଅଜ୍ଞାତସାରରେ ନାନା ଅଭ୍ୟାସ ଶିଖୁଁ ଓ ଯେଉଁମାନଙ୍କ ସହ କାର୍ଯ୍ୟ କରୁ ସେମାନଙ୍କ ଠାରୁ ଶିକ୍ଷା ପାଇଥାଉଁ । ଆମେ ଉତ୍ତମ ପୁସ୍ତକମାନ ପଢ଼ିବା ବା ଅନ୍ୟ ଉତ୍ସରୁ ସଙ୍ଗ୍ରହ କରି ଜ୍ଞାନ ବଢ଼ାଇବା ଆମମାନଙ୍କର ଉଚିତ । ମାତ୍ର ମନୁଷ୍ୟତା ଶିଖିବା ଆମ ପକ୍ଷରେ ଅଧିକ ଆବଶ୍ୟକ ଅଟେ । ଏଥିପାଇଁ ଶିକ୍ଷାର ପ୍ରକୃତ କାର୍ଯ୍ୟ ହେଉଛି ମନୁଷ୍ୟତା ଶିଖାଇବା, ବର୍ଣ୍ଣମାଳା ଶିଖାଇବା ନୁହେଁ । ଆରିଷ୍ଟଟ୍ଲ କହି ଯାଇଥିଲେ ଯେ, ମୋଟା ମୋଟା ବହି ପଢ଼ିଲେ ସଦ୍ଗୁଣ ଆସିଯାଏ ନାହିଁ, ସତକର୍ମ କଲେ ଯାଇ ସଦ୍ଗୁଣ ଜନ୍ମେ । ଆଉ ଜଣେ ମହାନ୍ ଲେଖକ କହିଛନ୍ତି ଯେ, ଆପଣଙ୍କର କୌଣସି ବିଷୟକୁ ଉତ୍ତମ ରୂପେ ଜାଣିବା ତ ଠିକୁ ଅଟେ । କିନ୍ତୁ ଆପଣ ଠିକ୍ ରୂପେ ତାହା ଆଚରଣ କଲେ ଯାଇ ସୁଖୀ ହେବେ । ଏହି ମାପକାଠିରେ ଇଂଲଣ୍ତର ସ୍କୁଲଗୁଡ଼ିକ ଊଣା ଯୋଗ୍ୟ ତାହା ନୁହେଁ । ମନୁଷ୍ୟ-ନିର୍ମାଣର ସ୍ଥାନ ରୂପେ ଯଦି ଆମେ ଇଂଲଣ୍ତର ସ୍କୁଲଗୁଡ଼ିକୁ ବିଚାର କରୁ ତେବେ ଦେଖିବୁ ଯେ, ଏଗୁଡ଼ିକ ଆମକୁ ଶାସନକର୍ତ୍ତା ଯୋଗାଉଛନ୍ତି । ଜର୍ମାନ୍ ସ୍କୁଲଗୁଡ଼ିକର ଛାତ୍ରମାନଙ୍କର ଜ୍ଞାନ ଯେତେ ଅଧିକ ହେଲେ ହେଁ ଯଦି ଇଟନ ସ୍କୁଲ ପରି ସମାନ କାର୍ଯ୍ୟ ସେଗୁଡ଼ିକଠାରୁ ଆମେ ଚାହୁଁ, ତେବେ ସେ ଦକ୍ଷତା ଆମେ ସେଥିରୁ ପାଇବୁଁ ନାହିଁ । ଇଂଲଣ୍ତର ସ୍କୁଲଗୁଡ଼ିକରେ ଆଉ ଯେତେ ଦୋଷ ଥାଉ ପଛକେ, ସେଗୁଡ଼ିକ ପ୍ରକୃତ ମନୁଷ୍ୟ ଗଢ଼ୁଛନ୍ତି । ସେଗୁଡିକ ଏପରି ଲୋକ ଗଢ଼ୁଛନ୍ତି ଯେ ଯଦି ଇଂଲଣ୍ତର ଦ୍ୱାରଦେଶରେ ଅନ୍ୟ ଲୋକ (ଶତୃ?)ପହଞ୍ଚିଯା'ନ୍ତି, ତେବେ ସେମାନଙ୍କୁ ଜବାବ୍ ଦେବାକୁ ପ୍ରସ୍ତୁତ ଥାନ୍ତି ।'
ଯେଉଁ
ଦେଶରେ ଶିକ୍ଷାର ଏଡ଼େ ସୁନ୍ଦର
ଅର୍ଥ କରାଯାଉଛି, ସେ ଦେଶ କାହିଁକି
ସମ୍ପଦଯୁକ୍ତ ତାହା ଅବିଳମ୍ୱେ ଆମେ
ବୁଝିପାରିବୁଁ । ଏପରି ଶିକ୍ଷା
ଯଦି ଭାରତର ବାଳକମାନେ ପାଇବେ, ତେବେ ଭାରତର ଭାଗ୍ୟ ଫେରିଯିବ ।
ପିତାମାତା ଶିକ୍ଷକ ଓ ଛାତ୍ରମାନେ
ସମସ୍ତେ ଏହି ଉକ୍ତି ପ୍ରତି ଧ୍ୟାନ
ଦେବା ଆବଶ୍ୟକ । କେବଳ ଏ କଥାକୁ
ଜାଣିଲେ ଯଥେଷ୍ଟ ହେବ ନାହିଁ ।
ତଦନୁସାରେ କାର୍ଯ୍ୟ କରି ଦେଖାଇବା
ଉଚିତ । ଉଦ୍ଦେଶ୍ୟ ହେଉଛି
ପିତାମାତାଙ୍କର ସନ୍ତାନମାନଙ୍କୁ
ସେହିପରି ସୁନ୍ଦର ଶିକ୍ଷା ଦେବା
ଉଚିତ । ଅକ୍ଷରଜ୍ଞାନକୁ ଶିକ୍ଷା
କୁହଯ।ଏ ନାହିଁ, ଏହା ବୁଝି ଶିକ୍ଷକ
ମାନଙ୍କର ନିଜର ଦାୟିତ୍ୱ ସମ୍ପାଦନ
କରିବା ଉଚିତ ।
- ଗୁଜୁରାତୀ
ଇଣ୍ତିଆନ୍ ଓପିନିୟନ୍ ତା ୧୮-୫-୧୯୦୭