Thursday, January 31, 2019

ଦାସେ

ଜଗନ୍ନାଥ ପ୍ରସାଦ ଦାସ


ପେରୁ ଦେଶର ଲୋକ କଳା (ୱିକିମିଡିଆ କମନ୍ସ୍)

ଦାସେ
ପାଣିରେ ବୁଡ଼ିଲେ ମାସେ
ପାଣି ହେଲା କାକର
ଦାସେ ହେଲେ ମାଙ୍କଡ଼ 

ଦାସେ
ପାଣିରେ ବୁଡ଼ିଲେ ବର୍ଷେ
ପାଣି ହେଲା ବରଫ
ଦାସେ ହେଲେ ଜିରଫ 

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Wednesday, January 30, 2019

ପିଲାଙ୍କ ଗୀତ -  'ଏକ ପୁତ ଦୁଇ ସଙ୍ଗାତ' 

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଓଡ଼ିଆରେ ଅଙ୍କର ଐତିହାସିକ କ୍ରମବିକାଶ (ୱିକିମିଡିଆ କମନ୍ସ୍)

ଏକ ପୁତ ଦୁଇ ସଙ୍ଗାତ
ତିନି ତିନି ତା,
ଚାରି ଚାଉଳ ପାଞ୍ଚ ବଉଳ
ଛଅ ପଇତା ।
ସାତ ଭାତ ଆଠ ହାତ
ନଅ ହାଟ ଦଶ କୁହାଟ
ଏଗାର ଗାର ବାର ଦୁଆର
ତେର ତରକା ଚଉଦ ଚକା
ପନ୍ଦର ପଡ଼ା ଷୋଳ କୋରଡ଼ା
ସତର ଭାଇ ଅଠର ଗାଈ
ଉଣେଇଶ ଗାଆଁ ହାକିମ ମୁହିଁ
କୋଡ଼ ପୂରିଲା
ସଙ୍ଗାତ ସାଥିରୁ କଥା ସରିଲା ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Tuesday, January 29, 2019

ସୋରୋର ପିଲାଙ୍କ ଗୀତ -  'ଆସଲୋ କବତୀ' 

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ବ୍ରାଜିଲ୍ ଦେଶର ରିଓଦିଜେନିରୋ ନଗରର ଦୃଶ୍ୟ (ୱିକିମିଡିଆ କମନ୍ସ୍)

ଆସଲୋ କବତୀ ବଣକୁ ଯିବା
ପାଚିଲା ପାଚିଲା କେନ୍ଦୁ ଖାଇବା
କଞ୍ଚା କଞ୍ଚା କେନ୍ଦୁ ବାଛି ରଖିବା
ମାଆ ଗାଳି ଦେଲେ ପଣସପତର ଢାଙ୍କି ଶୋଇବା ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Monday, January 28, 2019

ପେଚା ଓ ମାଙ୍କଡ଼ୀ

ଜଗନ୍ନାଥ ପ୍ରସାଦ ଦାସ


ଚିତ୍ର - 'ଦି ଗାର୍ଡ଼େନ୍ ଅଫ୍ ଅର୍ଥ୍‌ଲି ଡିଲାଇଟ୍ସ୍
ଚିତ୍ରକର - ହାଇରୋନିମସ୍ ବଶ୍ (୧୪୫୦ - ୧୫୧୬)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଗଛ ଡାଳେ ରହୁ ଥିଲେ ପେଚା ଓ ମାଙ୍କଡ଼ୀ
କଥାବାର୍ତ୍ତା ବନ୍ଦ କଲେ ଦିନେ ଅଭିମାନ କରି
ଦୁହେଁ ହୋଇ ଦୁଃଖମନ
କାଟିଲେ ସାତଟି ଦିନ
ଏଥିରେ କେବଳ ଯାହା କ୍ଷତିି ହେଲା ତାଙ୍କରି ।

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Sunday, January 27, 2019

ପୁରୀର ଝିଅ

ଜଗନ୍ନାଥ ପ୍ରସାଦ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏକଦା ଗୋଟିଏ ଝିଅ ଥିଲା ପୁରୀ ସହରେ
ତା' ଭଳି ଏତେ ଲାଜ ନ ଥିବ କା ଦେହରେ
ଶାଢ଼ୀ ଖୋଲିବାକୁ ଯାଇ
ଆଲୁଅ ଦେଲା ଲିଭାଇ
ସର୍ବଦ୍ରଷ୍ଟା ଦେଖି ଦେବେ କାଳେ ସେଇ ଭୟରେ ।
(ବର୍ଟ୍ରାଣ୍ଡ ରସେଲ୍‌ଙ୍କର ଏକ ଲିମେରିକ୍‌ର ଅନୁସରଣରେ)

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Saturday, January 26, 2019

ସ-ମାନ

ଜଗନ୍ନାଥ ପ୍ରସାଦ ଦାସ


କାଳିଘାଟ ଶୈଳୀରେ ଉନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଅଙ୍କିତ ଯମଙ୍କର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ସ୍ୱର୍ଗରୁ ଡକରା
ତାଲବ୍ୟ ଶ ଶମନ
ଯାହା ମାନେ ଯମ

କଚେରୀରୁ ହକରା
ଦନ୍ତ୍ୟ ସ ସମନ
ଯମରୁ ନୁହଁ କମ

ଏତିକି ପ୍ରଶମନ
ନାହିଁ କୌଣସି ମୂର୍ଦ୍ଧନ୍ୟ ଷ ଷମନ

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Friday, January 25, 2019

ରାତି ଅଧରେ

ଜଗନ୍ନାଥ ପ୍ରସାଦ ଦାସ


ଚିତ୍ର - 'ଚନ୍ଦ୍ରୋଦୟରେ ତଟିନୀ' (୧୯୨୧ ମସିହାରେ ଅଙ୍କିତ)
ଚିତ୍ରକର - ବିର୍ଜର୍ ସାଞ୍ଜେନ୍ (୧୮୭୧ - ୧୯୫୪)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ସୁରୁଜ ଚମକୁ ଥିଲା ମହୋଦଧି ଉପରେ
ଚମକୁ ଥିଲା ସେ ଅତି ପ୍ରବଳ
ପ୍ରାଣପଣେ ଲାଗି ଥିଲା କିପରି ସେ କରିବ
ଲହରୀଙ୍କୁ ଚକମକ କୋମଳ
ଏ କଥା ଅଜବ ଥିଲା କାହିଁକି ନା ସମୟ
ଥିଲା ଠିକ୍ ରାତି ଅଧା ପହର ।

ଚନ୍ଦ୍ରମା ଚମକୁ ଥିଲା ରୁଷି ମୁହଁ ଫୁଲାଇ
ଭାବୁ ଥିଲା ଏ ସୁରୁଜ କିପରି
କେଉଁ ଗରଜରେ ଥିବ ଏତେ ବେଳେ ଏଠାରେ
ଦିନ ସରି ରାତି ଯେବେ ଦି' ଘଡ଼ି
'ଏ ଅତି ଖରାପ କଥା', କହିଲା ସେ ଶେଷରେ
'ମାଟି କଲା କଉତୁକ ସବୁରି ।'
(ଲୁଇସ୍ କବାରଲଙ୍କ କବିତାର ଅନୁବାଦ)

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Thursday, January 17, 2019

ପିଲାଙ୍କ ଗୀତ -  'ଆନିଆ ମାଆ ଲୋ ଆନିଆ ମାଆ' 

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆନିଆ ମାଆ ଲୋ ଆନିଆ ମାଆ
ପାନିଆ ପକେଇ ବଇ ଥାଆ ।
କାଳିଆ ଯାଇଛି ମାମୁଁ ଘରକୁ
ମୁହଁକୁ ଶୁଖେଇ ବଇ ଥାଆ ।
ବାୟା କୋକରେ ବାୟା କୋକ
କାଟି ନେଇ ଯା' ମୋ କୁନାନାକ ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Wednesday, January 16, 2019

ପିଲାଙ୍କ ଗୀତ -  'ବେଙ୍ଗୁଲି ବେଙ୍ଗୁଲି ମାଉସୀ ମଲା' 

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ବେଙ୍ଗୁଲି ବେଙ୍ଗୁଲି ମାଉସୀ ମଲା
ନଈ ନାଳ କରି ଭସେଇ ଦେଲା
ଦେଏ ଇନ୍ଦ୍ର ରଜା ପାଣି
ଇନ୍ଦ୍ର ରଜା ଦେଏ ପାଣି
ଖାଇବୁ ଖଜା ତୋ ମନ ଜାଣି ।

ବେଙ୍ଗୁଲି ମାଉସୀ, ମାଡ଼ିବୁ ଖୁଣ୍ଟି,
ତାତୁଚି ମାଟି, ପାଣିକୁ ଆ,
ଦେଏ ପାଣି ଖାଇବୁ ଖଜା
ହେବୁ ରଜା, ବାଜୁ ବାଜା ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Tuesday, January 15, 2019

ଭଞ୍ଜ କବି

ଜଗନ୍ନାଥ ପ୍ରସାଦ ଦାସ


ଉପେନ୍ଦ୍ର ଭଞ୍ଜଙ୍କର କାବ୍ୟ 'ଲାବଣ୍ୟବତୀ'ର ପୋଥିର ଅଳଙ୍କରଣ (ଉନବିଂଶ ଶତାବ୍ଦୀର ଆଦ୍ୟଭାଗ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କବି ଉପେନ୍ଦ୍ର ଭଞ୍ଜ
ଗୀତ ଲେଖୁ ଥିଲେ ସକାଳ ସଞ୍ଜ
ଛନ୍ଦ ମିଳିବାକୁ କରି ସନ୍ଧାନ
ପାଇଲେ ସେ ଜାନ୍ତ ଏ ଶବ୍ଦମାନ;
କରଞ୍ଜ ପରଞ୍ଜ କଞ୍ଜ ଖଞ୍ଜ ।

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Monday, January 07, 2019

କଟକର ଯୁବକ

ଜଗନ୍ନାଥ ପ୍ରସାଦ ଦାସ


୧୯୫୦ରେ ଉତ୍ତୋଳିତ ନାରାୟଣଗଞ୍ଜର ଏକ ଝୋଟ କଳର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ରହୁ ଥିଲା ଜଣେ ବେକାର ଯୁବକ କଟକରେ
କୁଳଉ ନ ଥିଲା ଚଳିବାର ଅଟକଳେ
ଦଉଡ଼ି ଦଉଡ଼ି ଛିଣ୍ଡି ଗଲା ଚଟି
ତଥାପି ନ ମିଳେ ଚାକିରୀ କେଉଁଠି
କଲିକତା ଯାଇ ଶେଷକୁ ରହିଲା ଚଟକଳେ ।

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Thursday, January 03, 2019

ନଈ ପାରି

ଜଗନ୍ନାଥ ପ୍ରସାଦ ଦାସ


ସ୍ୱିଡ଼େନ ଦେଶର ଡଙ୍ଗାର ଚିତ୍ର (ୱିକିମିଡିଆ କମନ୍ସ୍)

ବାଘ ମାଝି ପାନ ଛେଳି
ଚାରି ପଦାର୍ଥ ହେବେ ପାରି
ଛୋଟ ନାଆରେ କେତେ ପାଳି ?
ଛେଳି ଖାଇଲା ପାନ
ମାଝି ଖାଇଲା ଛେଳି
ମାଝିକୁ ନେଇ ବାଘ 
ନାଆରେ ଗଲା ଚଢ଼ି
ଚାରି ହେଁ ହେଲେ ନଈ ପାରି
ଏକା ଥରକେ ଏହି ପରି ।

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Tuesday, January 01, 2019

ବାଲେଶ୍ୱରର ଝିିଅ

ଜଗନ୍ନାଥ ପ୍ରସାଦ ଦାସ


ବାଘ ବାହାନରେ ଯବନ ଦେବତା ଡାୟୋନସିଅସ୍ (ୱିକିମିଡିଆ କମନ୍ସ୍)

ଥିଲା ଏକଦା ଝିଅଟି ବାଲେଶ୍ୱରରେ
ବାଘ ଉପରେ ଚଢ଼ିଲା ଯାଇ ଥରେ
ଫେରିଲେ ଯେବେ ସରିଲା ବୁଲା
ଝିଅଟି ବାଘ ପେଟରେ ଥିଲା
ହସଟି ଥିଲା ବାଘର ଉଠ ତଳେ ଷ
(ପ୍ରସିଦ୍ଧ ଲିମରିକ 'ଲେଡ଼ି ଅଫ୍ ରିଗା'ର ଅନୁସରଣରେ)

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।