Friday, January 25, 2019

ରାତି ଅଧରେ

ଜଗନ୍ନାଥ ପ୍ରସାଦ ଦାସ


ଚିତ୍ର - 'ଚନ୍ଦ୍ରୋଦୟରେ ତଟିନୀ' (୧୯୨୧ ମସିହାରେ ଅଙ୍କିତ)
ଚିତ୍ରକର - ବିର୍ଜର୍ ସାଞ୍ଜେନ୍ (୧୮୭୧ - ୧୯୫୪)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ସୁରୁଜ ଚମକୁ ଥିଲା ମହୋଦଧି ଉପରେ
ଚମକୁ ଥିଲା ସେ ଅତି ପ୍ରବଳ
ପ୍ରାଣପଣେ ଲାଗି ଥିଲା କିପରି ସେ କରିବ
ଲହରୀଙ୍କୁ ଚକମକ କୋମଳ
ଏ କଥା ଅଜବ ଥିଲା କାହିଁକି ନା ସମୟ
ଥିଲା ଠିକ୍ ରାତି ଅଧା ପହର ।

ଚନ୍ଦ୍ରମା ଚମକୁ ଥିଲା ରୁଷି ମୁହଁ ଫୁଲାଇ
ଭାବୁ ଥିଲା ଏ ସୁରୁଜ କିପରି
କେଉଁ ଗରଜରେ ଥିବ ଏତେ ବେଳେ ଏଠାରେ
ଦିନ ସରି ରାତି ଯେବେ ଦି' ଘଡ଼ି
'ଏ ଅତି ଖରାପ କଥା', କହିଲା ସେ ଶେଷରେ
'ମାଟି କଲା କଉତୁକ ସବୁରି ।'
(ଲୁଇସ୍ କବାରଲଙ୍କ କବିତାର ଅନୁବାଦ)

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

No comments:

Post a Comment