Friday, July 28, 2017

ପିଲାଙ୍କ ପାଇଁ କବିତା - 'ଖଣ୍ଡା ନାକ'


କବି - ଜଗନ୍ନାଥ ପ୍ରସାଦ ଦାସ



ସିସିଲିର ଭିଲା ରୋମାନା ଦେଲ୍ କାସେଲ୍ ସ୍ଥିତ ଟିତ୍ର (ତୃତୀୟ-ଚତୁର୍ଥ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଖଣ୍ଡା ଭଳି ନାକ
ସେ ହେଉଛି ନାୟକ;
ନାକ ଉପରେ ଖଣ୍ଡା
ସେ ହେଉଛି ଗଣ୍ଡା ।

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

Thursday, July 27, 2017

ଚିଲିକାର ବିଭବ - ୧୧

ଦୁର୍ଗାଚରଣ ପଣ୍ଡା


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


୧୨ ଉନ୍ନତ୍ତି ପାଇଁ  ପ୍ରଶସ୍ତ କ୍ଷେତ୍ର 


ଯୁଦ୍ଧୋତ୍ତର ପୁନର୍ଗଠନ କ୍ଷେତ୍ରରେ ଓଡ଼ିଶା ସରକାର ବହୁତ ଯୋଜନାମାନ ତିଆରି କରିଛନ୍ତି । ଏ ସବୁ ଯୋଜନା କାର୍ଯ୍ୟରେ ଲଗାଇବା ପାଇଁ ଚିଲିକାର ଦ୍ୱୀପପୁଞ୍ଜ ଓ କୂଳସ୍ଥ ପ୍ରଦେଶ ପ୍ରଶସ୍ତ କ୍ଷେତ୍ର ଥିବାର ଜଣାଯାଏ । ଏଠା ଦ୍ୱୀପପୁଞ୍ଜ ଗୁଡ଼ିକରେ ଅତି ସୁନ୍ଦର ଫଳ ମୂଳ ଓ କାଠପ୍ରଭୃତି ଉପାଦାନର ଜଙ୍ଗଲ ତିଆରି କରାଯାଇପାରେ । କେବଳ ହଜାର ହଜାର ଏକର ଝାଁ[ଉ], ପୋଲାଙ୍ଗ, ନଡ଼ିଆ, କଦଳୀ ଓ ପନିପରିବା ଫସଲ କରାଯ।ଇପାରେ । ବର୍ଷା ଦିନରେ ଏଠା ପାଣି ସବୁ ଚିଲିକାକୁ ଚାଲିଯାଇ ନଷ୍ଟ ହୁଏ । ଏଇ ପାଣିକି ନିୟନ୍ତ୍ରଣ କରି ଜଳଭଣ୍ଡାରରେ ରଖିପାରିଲେ ତଦ୍ୱାରା ପ୍ରଚୁର ଫସଲ ଚାଷକରିହେବ । ଲୁଣମରା ଓ ମାଛଧରା ପାଇଁ ତ ଆଗରୁ କୁହାଯାଇଛି, ବରଫକଳ ଓ ମାଛ ଖାଦ୍ୟ ଦିଆରି ପାଇଁ କାରଖାନା ପ୍ରଭୃତି ଦରକାର । ଏ ସବୁ ଦିଗରେ ଆମ ଦେଶର ସରକାର ଓ ଦେଶବାସୀଙ୍କ ଦୃଷ୍ଟି ପଡ଼ିବ ?  

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

Tuesday, July 18, 2017

ଚିଲିକାର ବିଭବ - ୧୦


ଦୁର୍ଗାଚରଣ ପଣ୍ଡା



ଚିଲିକା ବକ୍ଷରେ ନାବ
ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍

୧୧ ଚିଲିକାବାସୀଙ୍କ ସଭ୍ୟତା 


ପ୍ରାୟ ଚାରିଶତ ବର୍ଷ ହେଲା ଏଠା ଦ୍ୱୀପପୁଞ୍ଜ ଓ କୂଳର ଗ୍ରାମଗୁଡ଼ିକରେ ଲୋକବସତି ସୃଷ୍ଟି ହୋଇଥିବାର ଜଣାଯାଏ । କିନ୍ତୁ ସ୍ଥାନୀୟ ମତ୍ସଜୀବୀମାନଙ୍କ ମଧ୍ୟରୁ କେହି ହେଲେ ଆଧୁନିକ ଉଚ୍ଚଶିକ୍ଷା ଲାଭ କିରଥିବାର ଜଣାଯାଏ ନାହିଁ । ଏ ଅଞ୍ଚଳରେ ବହୁସଙ୍ଖ୍ୟକ 'ପାଇକ' ବା 'ଖଣ଼୍ଡାଏତ' ମାନେ ମଧ୍ୟ ବାସ କରନ୍ତି କିନ୍ତୁ ସେମାନଙ୍କର ଶିକ୍ଷା ତେତେ ଉନ୍ନତ୍ତି କଲାଭଳି ଦେଖା ଯାଏନାଇଁ ।  ସ୍ଥାନୀୟ ଜମିଦାରମାନେ ଏଠାରେ କେହି ରହୁନଥିବାରୁ ଏବଂ ନିଜ ପ୍ରଜାଙ୍କ ଶ‌ିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତ୍ତି କରିବା ଦିଗରେ ଆଦୌ ଚିନ୍ତିତ ନଥିବାରୁ ଓ ଲୋକମାନଙ୍କ ସଭ୍ୟତା ଯେ ଆଗେଇ ପାରିନି ସ୍ପଷ୍ଟ କହିବାକୁ ହେବ । ସରକାର ମଧ୍ୟ ଏ ଅଞ୍ଚଳ ପ୍ରତି ବିଶେଷ ଭାବରେ ଚିନ୍ତିତ ଥିବାର ଜଣାଯାନ୍ତି ନାଇଁ ।କେବଳ ବନ୍ୟା ଦୁର୍ଭିକ୍ଷ ହେଲେ ମୁଠିଚାଉଳ ବା ତଗାବି ୠଣ ଦେବା ବ୍ୟତୀତ ଏଠା ଲୋକମାନଙ୍କର ସାମାଜିକ, ନୈତିକ ଓ ଆର୍ଥିକ ଉନ୍ନତ୍ତି କରିବା ଦିଗରେ କୌଣସି ଯତ୍ନ କରିନାହାନ୍ତି । ଏହା କମ ଚିନ୍ତାର ବିଷୟ ନୁହେଁ ।    

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

Tuesday, July 11, 2017

ଚିଲିକାର ବିଭବ - ୯


ଦୁର୍ଗାଚରଣ ପଣ୍ଡା


ଚିଲିକାର ମାନଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
୧୦ ଚିଲିକାର ବିପଦ

ଚିଲିକାର କେତେକ ବିଷାକ୍ତ ଜଳଜୀବ ବ୍ୟତୀତ ସମୁଦାୟ ହ୍ରଦରେ ସେପରି କୌଣସି ବିପଦ କେବେ ଘଟୁଥିବାର ଜଣାଯାଏ ନାହିଁ । ସାଧାରଣ ଅବସ୍ଥାରେ କେବେ କୌଣସି ଡଙ୍ଗା ବୁଡ଼ି ମଧ୍ୟ ଘଟେ ନାଇଁ । କେବଳ ପ୍ରବଳ ଝଡ଼ ହେଲେ ସେପରି କୌଣସି ଆଶଙ୍କା ଥାଏ ।--- ସେତେବେଳେ ସାଧାରଣତଃ ନାଉରୀମାନେ ଚିଲିକାରେ ଡଙ୍ଗା ନେଇ ଯାନ୍ତି ନାଇଁ । କେବଳ ପ୍ରବଳ ଝଡ଼ ବତାସ ହେଲେ ଚିଲିକା ପାଣି କୂଳ ଉପରକୁ ମାଡ଼ିଯାଏ କିମ୍ବା ତନ୍ମଧ୍ୟସ୍ଥ ଦ୍ୱୀପପୁଞ୍ଜରେ ମାଡ଼ିଯାଇ ସେଠା ଫସଲ ନଷ୍ଟ କରିଦିଏ । ସେପରି ଗୋଟିଏ ସ୍ମରଣୀୟ ଘଟଣା ଗତ ୧୯୪୨ ଖ୍ରୀଷ୍ଟାବ୍ଦରେ ଘଟି ଯାଇଥିଲା । ଆକସ୍ମିକ ଭାବରେ ସମ୍ପୂର୍ଣ୍ଣ ଅସମୟରେ ସମୁଦ୍ର ପାଣି ଚିଲିକା ମଧ୍ୟକୁ ମାଡ଼ିଯାଇଥିବାରୁ ଏ ଦ୍ୱୀପପୁଞ୍ଜର ବହୁ ଲୋକକ୍ଷୟ ଓ ଗୃହ, ପଶୁ, ଫସଲ ନଷ୍ଟ ପ୍ରଭୃତି ଘଟିଥିଲା ।

ଏପରି ଚିଲିକାର ବନ୍ୟା ହେଲେ ଚିଲିକା ଦ୍ୱୀପ ଗୁଡ଼ିକର ଫସଲ ନଷ୍ଟ ହୁଏ ଓ ଦୁର୍ଭିକ୍ଷ ଘଟେ । ପ୍ରୋକ୍ତ ତୋଫାନ ବେଳେ ମଧ୍ୟ ଏପରି ଭୀଷଣ ଦୁର୍ଭିକ୍ଷ ଘଟିଥିଲା ।  

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

Monday, July 10, 2017

ଚିଲିକାର ବିଭବ - ୮


ଦୁର୍ଗାଚରଣ ପଣ୍ଡା



ଚିଲିକା ହ୍ରଦର ବିହଙ୍ଗମ ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

୯ ଚିଲିକାର ତୀର୍ଥସ୍ଥାନ


ଚିଲିକା ମଧ୍ୟସ୍ଥ 'କାଳିଜୟୀ'  ପାହାଡ଼ର ଠାକୁରାଣୀଙ୍କୁ ଦେଖିବା ପାଇଁ ପ୍ରାୟ ପ୍ରତିଦିନ ଦୂରରୁ ଯାତ୍ରୀମାନେ ଆସନ୍ତି । ଏହି ପାହାଡ଼ଟି ବାଲୁଗାଁ ଓ ପାରିକୁଦ ମଧ୍ୟସ୍ଥ ଚିଲିକା ଗଣ୍ଡରେ ଅବସ୍ଥିତ । ଯାତ୍ରୀମାନେ ବାଲୁଗାଁରେ ଡଙ୍ଗା ଚଢ଼ି ସେଠାକୁ ଯାଆନ୍ତି । ପ୍ରାୟ ଅଧିକାଂଶ ପୁଣ୍ୟ ପର୍ବରେ ମଧ୍ୟ ଏଠାରେ ଯ।ତ୍ରୀ ଦେଖାଯ।ନ୍ତି । ପ୍ରତିବର୍ଷର ମକର ସଙ୍କ୍ରାନ୍ତି ଦିନ ଏଠାରେ ଏକ ବିରାଟ ମେଳା ହୁଏ । ହଜାର ହଜାର ଯାତ୍ରୀ ଏକତ୍ର ହୁଅନ୍ତି । ଏ ପାହାଡ଼ଟି ପାରିକୁଦ ରାଜାଙ୍କ ଅଧୀନରେ ରହିଛି, କିନ୍ତୁ ସାଧାରଣ ଯାତ୍ରୀଙ୍କ ପାଇଁ ଯେ କୌଣସି ଲୋକ ଏଠାରେ ବସା ଗୃହ ଓ ପିଇବା ପାଣି ପ୍ରଭୃତି ଯୋଗାଇବା ଦିଗରେ ଯତ୍ନ କରି ପାରନ୍ତି । ସ୍ଥାନଟିରେ ରହିବା ଓ ଚତୁର୍ଦିଗର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ  ଯେ କୌଣସି ଲୋକର ଅଧିକାର ଅଛି । ଏପରି ଅବସ୍ଥାରେ ଏ ପାହାଡ଼ରେ ରହିବା ସୁବିଧା କଲେ ନିଶ୍ଚେ ଏହା ଓଡ଼ିଶାର ଗୋଟିଏ ତୀର୍ଥ ସ୍ଥାନ ହେବା ସମ୍ଭବ ।

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

Saturday, July 08, 2017

ପିଲାଙ୍କ ପାଇଁ କବିତା - 'ଖଣ୍ଡାା ନାକ'


କବି - ଜଗନ୍ନାଥ ପ୍ରସାଦ ଦାସ


ଗଣ୍ଡାର ଉଡ଼କଟ୍ ଚିତ୍ର (୧୫୧୫)
ଜର୍ମାନ କଳାକାର ଆଲବ୍ରେଖ୍ଟ୍ ଦିଉରର୍ (୧୪୭୧-୧୫୨୮)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଖଣ୍ଡା ଭଳିଆ ନାକ
ସେ ହେଉଛି ନାୟକ;
ନାକ ଉପରେ ଖଣ୍ଡା
ସେ ହେଉଛି ଗଣ୍ଡା 

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

Tuesday, July 04, 2017

ଚିଲିକାର ବିଭବ - ୭


ଦୁର୍ଗାଚରଣ ପଣ୍ଡା


ଚିଲିକା ବକ୍ଷରେ ନଉକା ଯ।ତ୍ରା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

୮ ଚିଲିକା କୂଳେ ବିଜ୍ଞାନାଗାର 


ଏ ବିଜ୍ଞାନ ଯୁଗରେ ଭାରତର ଅନ୍ୟ ସବୁ ପ୍ରାଦେଶିକ ସରକାର ନିଜ ନିଜ ଅଞ୍ଚଳରେ ବିଦ୍ୟୁତ ସାହାଯ୍ୟରେ ବହୁତ କାରଖାନା ଖୋଲିଛନ୍ତି କିନ୍ତୁ ଓଡ଼ିଶା ସରକାର ଏ ପର୍ଯ୍ୟନ୍ତ ନୀରବ ଅଛନ୍ତି ।

ଯୁଦ୍ଧୋତ୍ତର ପୁନର୍ଗଠନ କାର୍ଯ୍ୟନେଇ ଆମ ସରକାର ଏଇ ଚିଲିକା କୂଳରେ କେତୋଟି କାରଖାନା କରିବା ଆଶା କରାଯାଏ । ତନ୍ମଧ୍ୟରୁ ଗୋଟିଏ ବଡ଼ ଦରର 'ବରଫକଳ' ଏବଂ ମାଛକୁ ସିଦ୍ଧକରି ବାଷ୍ପଶୂନ୍ୟ ଟିଣରେ ରଖିବାପାଇଁ ଆବଶ୍ୟକୀୟ ଯନ୍ତ୍ର ସ୍ଥାପନ ପ୍ରଧାନ ହେବା ଦରକାର, ମାଛ ବିଦେଶକୁ ପଠାଇବା ପାଇଁ ପ୍ରଚୂର ବରଫ ଦରକାର । ଏକ୍ଷଣି କାଳୁପଡ଼ା ନାମକ ସ୍ଥାନରେ ଗୋଟିଏ ବରଫ କଳ ଅଛି କିନ୍ତୁଏଠାରେ ଅତିକମ୍ ପରିମାଣ ତିଆରି ହୁଏ ।  ମାଛକୁ ଶୁଖୁଆ କରିବା ଏବଂ ଗ୍ରୀଷ୍ମ ଦିନରେ ଯେଉଁ ଚିଙ୍ଗୁଡ଼ି ମିଳେ ତାହାକୁ ସିଦ୍ଧକରି ତହିଁରୁ ରସ ବାହାରକରିବାପାଇଁ କେତେକ ଯନ୍ତ୍ରପାତି ଦରକାର, ଏହି ରସ ବ୍ରହ୍ମଦେଶ ବାସୀଙ୍କପାଇଁ ରପ୍ତାନୀ ହୁଏ ।

ଏ ପର୍ଯ୍ୟନ୍ତ କେବଳ କଳେ ବଳେ କୌଶଳେ ଚିଲିକାରୁ ମାଛ ଧରି ତାକୁ ଖାଇବା ଓ ବିକ୍ରିକରିବା ବ୍ୟତିତ ଏହି ମାଛର ପରିମାଣ କିପରି ବୃଦ୍ଧିହେବ ସେ ଦିଗରେ କେହିହେଲେ ଯତ୍ନବାନ କରିନାହାନ୍ତି । ମାଛ ଛାଣି ନେବା ସଙ୍ଗେ ସଙ୍ଗେ ଏଠାର ଜଳବାୟୁରେ ଅଧିକ ପରିମାଣ ମାଛ କିପରି ଜାତହେବ ସେ ଦିଗରେ ମଧ୍ୟ ଆୟୋଜନ କରିବାକୁ ହେବ ---ତା' ନହେଲେ କ୍ରମେ ଚିଲିକାରୁ ମାଛ ପରିମାଣ କମିଯିବା ଅସମ୍ଭବ ନୁହେଁ । ଏଣୁ ନିକଟରେ ଏଠାରେ [ବାଲୁଗାଁ] ଗୋଟିଏ ବିଜ୍ଞାନାଗାର ଖୋଲାଯାଇ ଚିଲିକାର ମତ୍ସଶିଳ୍ପ ଉନ୍ନତ କରାଯିବା ଯୋଗାଡ଼ ଚାଲିଛି । (କ୍ରମଶଃ)

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

ଚିଲିକାର ବିଭବ - ୬

ଦୁର୍ଗାଚରଣ ପଣ୍ଡା


ଚିଲିକା କୁଳରେ ବାଲୁଗାଁର ଦୃଶ୍ୟ

୬ ଦଳ


ଚିଲିକା ପାଣିରେ ଅନେକ ଶ୍ରେଣୀର ଦଳ ଜାତହୁଏ । ତନ୍ମଧ୍ୟରୁ ଚିଙ୍ଗୁଡ଼ିଆ ଦଳରୁ "ଆଓଡେନ" [ଡାକ୍ତରୀ ଔଷଧ] ତିଆରିହେବା ସମ୍ଭବ ଦେଖାଯାଏ । ଏ ଦିଗରେ ବିଶେଷ ଅନୁସନ୍ଧାନକରିବା ଦରକାର । ଏଇ ଦଳରେ ଭଲ ଗଦି ଓ ସାହେବ ଟୋପି ତିଆରି ହୁଏ । ଦଳକୁ ଉତ୍ତମ ରୂପେ ସିଦ୍ଧ କଲେ ଏକ ପ୍ରକାର ସରୁ ସୁତା ଆଦାୟ ହୁଏ । ଏଇ ସୁତାରେ ଏକପ୍ରକାର ପାଟ ମଧ୍ୟ ତିଆରି ସମ୍ଭବ । ଏ ସବୁ ଦିଗରେ ଅନୁସନ୍ଧାନ କରିବାକୁ ହେବ । 

୭ ସ୍ୱାସ୍ଥ୍ୟ ନିବାସ 


ଚିଲିକା ପାଣିରେ ପ୍ରଚୁର ପରିମାଣ ଲବଣାଂଶ ଅଛି । ଏଣୁ ଏଠାର ଜଳବାୟୁ ସ୍ୱାସ୍ଥ୍ୟ ପକ୍ଷରେ ହିତକର ଅଟେ । ଚିଲିକାର କେତେକ ଦ୍ୱୀପପୁଞ୍ଜରେ ଏବଂ କୁଳର କେତେକ ସ୍ଥାନରେ ଉତ୍ତମ ସ୍ୱାସ୍ଥ୍ୟ ନିବାସମାନ ତିଆରିକଲେ ଏଠାରେ ରୋଗୀମାନେ ରହି ନିଜର ସ୍ୱାସ୍ଥ୍ୟ ଲାଭ କରିବା ସମ୍ଭବ ଦେଖାଯାଏ । ଏ ଦିଗରେ ଓଡ଼ିଶା ସରକାର ତଥା ସ୍ୱାସ୍ଥ୍ୟ ବିଭାଗର ଦୃଷ୍ଟି ପଡ଼ିବା ଦରକାର । 

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।