Tuesday, July 18, 2017

ଚିଲିକାର ବିଭବ - ୧୦


ଦୁର୍ଗାଚରଣ ପଣ୍ଡା



ଚିଲିକା ବକ୍ଷରେ ନାବ
ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍

୧୧ ଚିଲିକାବାସୀଙ୍କ ସଭ୍ୟତା 


ପ୍ରାୟ ଚାରିଶତ ବର୍ଷ ହେଲା ଏଠା ଦ୍ୱୀପପୁଞ୍ଜ ଓ କୂଳର ଗ୍ରାମଗୁଡ଼ିକରେ ଲୋକବସତି ସୃଷ୍ଟି ହୋଇଥିବାର ଜଣାଯାଏ । କିନ୍ତୁ ସ୍ଥାନୀୟ ମତ୍ସଜୀବୀମାନଙ୍କ ମଧ୍ୟରୁ କେହି ହେଲେ ଆଧୁନିକ ଉଚ୍ଚଶିକ୍ଷା ଲାଭ କିରଥିବାର ଜଣାଯାଏ ନାହିଁ । ଏ ଅଞ୍ଚଳରେ ବହୁସଙ୍ଖ୍ୟକ 'ପାଇକ' ବା 'ଖଣ଼୍ଡାଏତ' ମାନେ ମଧ୍ୟ ବାସ କରନ୍ତି କିନ୍ତୁ ସେମାନଙ୍କର ଶିକ୍ଷା ତେତେ ଉନ୍ନତ୍ତି କଲାଭଳି ଦେଖା ଯାଏନାଇଁ ।  ସ୍ଥାନୀୟ ଜମିଦାରମାନେ ଏଠାରେ କେହି ରହୁନଥିବାରୁ ଏବଂ ନିଜ ପ୍ରଜାଙ୍କ ଶ‌ିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତ୍ତି କରିବା ଦିଗରେ ଆଦୌ ଚିନ୍ତିତ ନଥିବାରୁ ଓ ଲୋକମାନଙ୍କ ସଭ୍ୟତା ଯେ ଆଗେଇ ପାରିନି ସ୍ପଷ୍ଟ କହିବାକୁ ହେବ । ସରକାର ମଧ୍ୟ ଏ ଅଞ୍ଚଳ ପ୍ରତି ବିଶେଷ ଭାବରେ ଚିନ୍ତିତ ଥିବାର ଜଣାଯାନ୍ତି ନାଇଁ ।କେବଳ ବନ୍ୟା ଦୁର୍ଭିକ୍ଷ ହେଲେ ମୁଠିଚାଉଳ ବା ତଗାବି ୠଣ ଦେବା ବ୍ୟତୀତ ଏଠା ଲୋକମାନଙ୍କର ସାମାଜିକ, ନୈତିକ ଓ ଆର୍ଥିକ ଉନ୍ନତ୍ତି କରିବା ଦିଗରେ କୌଣସି ଯତ୍ନ କରିନାହାନ୍ତି । ଏହା କମ ଚିନ୍ତାର ବିଷୟ ନୁହେଁ ।    

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

No comments:

Post a Comment