Tuesday, July 11, 2017

ଚିଲିକାର ବିଭବ - ୯


ଦୁର୍ଗାଚରଣ ପଣ୍ଡା


ଚିଲିକାର ମାନଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
୧୦ ଚିଲିକାର ବିପଦ

ଚିଲିକାର କେତେକ ବିଷାକ୍ତ ଜଳଜୀବ ବ୍ୟତୀତ ସମୁଦାୟ ହ୍ରଦରେ ସେପରି କୌଣସି ବିପଦ କେବେ ଘଟୁଥିବାର ଜଣାଯାଏ ନାହିଁ । ସାଧାରଣ ଅବସ୍ଥାରେ କେବେ କୌଣସି ଡଙ୍ଗା ବୁଡ଼ି ମଧ୍ୟ ଘଟେ ନାଇଁ । କେବଳ ପ୍ରବଳ ଝଡ଼ ହେଲେ ସେପରି କୌଣସି ଆଶଙ୍କା ଥାଏ ।--- ସେତେବେଳେ ସାଧାରଣତଃ ନାଉରୀମାନେ ଚିଲିକାରେ ଡଙ୍ଗା ନେଇ ଯାନ୍ତି ନାଇଁ । କେବଳ ପ୍ରବଳ ଝଡ଼ ବତାସ ହେଲେ ଚିଲିକା ପାଣି କୂଳ ଉପରକୁ ମାଡ଼ିଯାଏ କିମ୍ବା ତନ୍ମଧ୍ୟସ୍ଥ ଦ୍ୱୀପପୁଞ୍ଜରେ ମାଡ଼ିଯାଇ ସେଠା ଫସଲ ନଷ୍ଟ କରିଦିଏ । ସେପରି ଗୋଟିଏ ସ୍ମରଣୀୟ ଘଟଣା ଗତ ୧୯୪୨ ଖ୍ରୀଷ୍ଟାବ୍ଦରେ ଘଟି ଯାଇଥିଲା । ଆକସ୍ମିକ ଭାବରେ ସମ୍ପୂର୍ଣ୍ଣ ଅସମୟରେ ସମୁଦ୍ର ପାଣି ଚିଲିକା ମଧ୍ୟକୁ ମାଡ଼ିଯାଇଥିବାରୁ ଏ ଦ୍ୱୀପପୁଞ୍ଜର ବହୁ ଲୋକକ୍ଷୟ ଓ ଗୃହ, ପଶୁ, ଫସଲ ନଷ୍ଟ ପ୍ରଭୃତି ଘଟିଥିଲା ।

ଏପରି ଚିଲିକାର ବନ୍ୟା ହେଲେ ଚିଲିକା ଦ୍ୱୀପ ଗୁଡ଼ିକର ଫସଲ ନଷ୍ଟ ହୁଏ ଓ ଦୁର୍ଭିକ୍ଷ ଘଟେ । ପ୍ରୋକ୍ତ ତୋଫାନ ବେଳେ ମଧ୍ୟ ଏପରି ଭୀଷଣ ଦୁର୍ଭିକ୍ଷ ଘଟିଥିଲା ।  

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

No comments:

Post a Comment