Monday, July 10, 2017

ଚିଲିକାର ବିଭବ - ୮


ଦୁର୍ଗାଚରଣ ପଣ୍ଡା



ଚିଲିକା ହ୍ରଦର ବିହଙ୍ଗମ ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

୯ ଚିଲିକାର ତୀର୍ଥସ୍ଥାନ


ଚିଲିକା ମଧ୍ୟସ୍ଥ 'କାଳିଜୟୀ'  ପାହାଡ଼ର ଠାକୁରାଣୀଙ୍କୁ ଦେଖିବା ପାଇଁ ପ୍ରାୟ ପ୍ରତିଦିନ ଦୂରରୁ ଯାତ୍ରୀମାନେ ଆସନ୍ତି । ଏହି ପାହାଡ଼ଟି ବାଲୁଗାଁ ଓ ପାରିକୁଦ ମଧ୍ୟସ୍ଥ ଚିଲିକା ଗଣ୍ଡରେ ଅବସ୍ଥିତ । ଯାତ୍ରୀମାନେ ବାଲୁଗାଁରେ ଡଙ୍ଗା ଚଢ଼ି ସେଠାକୁ ଯାଆନ୍ତି । ପ୍ରାୟ ଅଧିକାଂଶ ପୁଣ୍ୟ ପର୍ବରେ ମଧ୍ୟ ଏଠାରେ ଯ।ତ୍ରୀ ଦେଖାଯ।ନ୍ତି । ପ୍ରତିବର୍ଷର ମକର ସଙ୍କ୍ରାନ୍ତି ଦିନ ଏଠାରେ ଏକ ବିରାଟ ମେଳା ହୁଏ । ହଜାର ହଜାର ଯାତ୍ରୀ ଏକତ୍ର ହୁଅନ୍ତି । ଏ ପାହାଡ଼ଟି ପାରିକୁଦ ରାଜାଙ୍କ ଅଧୀନରେ ରହିଛି, କିନ୍ତୁ ସାଧାରଣ ଯାତ୍ରୀଙ୍କ ପାଇଁ ଯେ କୌଣସି ଲୋକ ଏଠାରେ ବସା ଗୃହ ଓ ପିଇବା ପାଣି ପ୍ରଭୃତି ଯୋଗାଇବା ଦିଗରେ ଯତ୍ନ କରି ପାରନ୍ତି । ସ୍ଥାନଟିରେ ରହିବା ଓ ଚତୁର୍ଦିଗର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ  ଯେ କୌଣସି ଲୋକର ଅଧିକାର ଅଛି । ଏପରି ଅବସ୍ଥାରେ ଏ ପାହାଡ଼ରେ ରହିବା ସୁବିଧା କଲେ ନିଶ୍ଚେ ଏହା ଓଡ଼ିଶାର ଗୋଟିଏ ତୀର୍ଥ ସ୍ଥାନ ହେବା ସମ୍ଭବ ।

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

No comments:

Post a Comment