ଗାନ୍ଧୀଜୀଙ୍କର ଶିକ୍ଷାବିଚାର: ସ୍ୱାବଲମ୍ୱୀ ଶିକ୍ଷାରେ ଚରଖାର ଗୁରୁତ୍ୱ
ଅନୁବାଦକ - ଚିତ୍ତରଞ୍ଜନ ଦାସ
୧୯୨୭ ମସିହାରେ ଲିଖିତ ଗାନ୍ଧୀଜୀଙ୍କର ହସ୍ତଲିପି (ୱିକିମିଡିଆ କମନ୍ସ୍) |
ଠେଠ୍
ନୌରୋବୀ (ଦକ୍ଷିଣ
ଆଫ୍ରିକାର )ରୁ
ଜଣେ ଭାଇ ଲେଖିଛନ୍ତି –
''ରାଷ୍ଟ୍ରୀୟ
ଶିକ୍ଷାର ଅଗ୍ରଗତି ସମ୍ଭବ ନୁହେଁ
କାରଣ ବିଦ୍ୟାଳୟମାନଙ୍କରେ
ପିଲାମାନଙ୍କୁ ଏପରି ଶିକ୍ଷା
ଦିଆଯାଉନାହିଁ ଯଦ୍ୱାରା ସେମାନେ
ଭବିଷ୍ୟତରେ ସ୍ୱାବଲମ୍ୱୀ ହୋଇପାରିବେ
। କୃଷିଶିକ୍ଷା ସେମାନେ ପାଇଲେ
ଏହି ଅସୁବିଧା ଦୂର ହୋଇପାରନ୍ତା
। ଚରଖା ତ ଅବଶ୍ୟ ରହିବ । ରାଷ୍ଟ୍ର
ଭଳି ବିଦ୍ୟାଳୟରେ ମଧ୍ୟ କୃଷିର
ସ୍ଥାନ ପ୍ରଥମ ଓ ଚରଖାର ସ୍ଥାନ
ଦ୍ୱିତୀୟ ହେବା ଉଚିତ ।
କୃଷିଶିକ୍ଷାର
ବ୍ୟବସ୍ଥା ନଥିବାରୁ ରାଷ୍ଟ୍ରୀୟ
ଶିକ୍ଷା ଶିଥିଳ ହୋଇଛି, ଏପରି କଥା
ସ୍ୱୀକାର୍ଯ୍ୟ ନୁହେଁ କିମ୍ୱା
ସ୍ୱୀକାର କରିବାର କୌଣସି କାରଣ
ନାହିଁ । ରାଷ୍ଟ୍ରୀୟ ଶିକ୍ଷା
ଶିଥିଳ ହେବାର କାରଣ ଶିକ୍ଷକ ।
ଏକଥା ମୁଁ ବହୁବାର କହିସାରିଛି
ଏବଂ ଏହା ପ୍ରମାଣିତ କରାଯାଇପାରେ
। ଯେଉଁ ସ୍ଥାନମାନଙ୍କରେ ଚରିତ୍ରବାନ୍
ନିଷ୍ଠାପର ଶ୍ରଦ୍ଧାବାନ ଓ ଚତୁର
ଶିକ୍ଷକ ଅଛନ୍ତି ସେଠାରେ ରାଷ୍ଟ୍ରୀୟ
ବିଦ୍ୟାଳୟ ଆଜି ମଧ୍ୟ ଭଲ ଅବସ୍ଥାରେ
ଚାଲିଅଛି ।
ଏହିପରି ମନ୍ଥରତା
ପାଇଁ ଶିକ୍ଷକ ଦାୟୀ ହେଲେ ମଧ୍ୟ
ତାଙ୍କୁ ଦୋଷ ଦିଆ ଯାଇପାରିବ ନାହିଁ
। କାରଣ ସେହି ଶିକ୍ଷକମାନେ ଆଗରୁ
ପ୍ରତିକୂଳ ରାଜତନ୍ତ୍ର ଅଧୀନତାରେ
ଗୋଲାମ ଗଢ଼ୁଥିବା ଶିକ୍ଷାର କୁଫଳ
ଭୋଗି ସେଥିରୁ ବହୁକଷ୍ଟରେ ମୁକ୍ତହୋଇ
ପଳାଇ ଆସିଛନ୍ତି । ଯେତିକି ଶକ୍ତି
ଦେବା ସେମାନଙ୍କ ପକ୍ଷରେ ସମ୍ଭବ
ଥିଲା ସେତିକି ପ୍ରୟୋଗ କରିସାରି
ଚୁପ୍ ହୋଇଯାଆନ୍ତି । ଯଦି
ବିଦ୍ୟାଳୟଗୁଡ଼ିକ ଚିରସ୍ଥାୟୀ
ହେବାର ଯୋଗ୍ୟତା ଅର୍ଜନ କରି ନିଜର
ଶକ୍ତି ପ୍ରକାଶ କରିବାର ଅବସର ପାଆନ୍ତି, ତେବେ ସେହି ପରିସ୍ଥିତିରେ ରାଷ୍ଟ୍ରୀୟ ଶିକ୍ଷାର ପ୍ରଗତି କେବଳ ସମ୍ଭବ
ହୋଇପାରେ । ସେ ଯାହାହେଉ ସରକାରୀ
ବିଦ୍ୟାଳୟରେ ଏପରି ଶିକ୍ଷା କେଉଁଠି
ଦିଆଯାଉଛି ଯଦ୍ୱାରା ସେଥିରୁ
ଉତ୍ତୀର୍ଣ୍ଣ ହେବା ପରେ ଛାତ୍ର
ସ୍ୱାବଲମ୍ୱୀ ହୋଇପାରିବ ?
ସେପରି
ନହୋଇ ମଧ୍ୟ ସେଗୁଡ଼ିକ ପୁଣି
ଯଥାପୂର୍ବ ଧାରାରେ ଚାଲିଛି ।
ତାହାର ଏକ କାରଣ ହୋଇପାରେ ଯେ, ସରକାରୀ ବିଦ୍ୟାଳୟର ଚାକଚକ୍ୟରେ
ଆମେ ଅନ୍ଧ ପାଲଟି ଯାଇଛୁ ଏବଂ ଅନ୍ୟ
କାରଣ ହେଉଛି ଯେ ସେ ବିଦ୍ୟାଳୟରୁ
ବାହାରିବା ପରେ (ସମସ୍ତେ
ନହେଉନ୍ତୁ) କେହିହେଲେ
ଜଣେ ଚାରିଶହ ଛଅଶହ ଟଙ୍କା ବେତନରେ
ଗୋଟିଏ ଚାକିରୀ ପାଇବାର ସମ୍ଭାବନା ରହିଛି; ଠିକ୍ ଯେପରି ଜୁଆ କିମ୍ବା ଲଟାରିରେ କାହାରିକୁ ହଜାର
କି ଦୁଇ ହଜାର ପୁରସ୍କାର ମିଳିଯାଉଛି; ଏବଂ ପ୍ରତ୍ୟେକ ଲୋକ ସେହି ଆଶାରେ
ନୂଆ ଖେଳୁଛି ବା ଲଟାରୀ ଟିକଟ
କିଣୁଛି । ରାଷ୍ଟ୍ରୀୟ ଶିକ୍ଷାରେ
ଏପରି ଲାଳସା ନାହିଁ ।
ବର୍ତ୍ତମାନ
ଏହାର ଗୁଣ ଦୋଷ ବିଚାର କରାଯାଉ ।
କୃଷି ଆମ ଦେଶରେ ପ୍ରଧାନ କଥା ।
ମାତ୍ର ତାହା ବଞ୍ଚରହିଛି । ତାର
ପୁନରୁଦ୍ଧାରର ଆବଶ୍ୟକତା ନାହିଁ
। ଅବଶ୍ୟ ସଂସ୍କାର ପାଇଁ ବହୁତ
କିଛି ଅବକାଶ ଅଛି । କିନ୍ତୁ କୃଷିର
ସଂସ୍କାର ରାଷ୍ଟ୍ରୀୟ ଶିକ୍ଷକ
ଶକ୍ତିର ବହିର୍ଭୁତ । କାରଣ ରାଜ୍ୟର
ସାହାଯ୍ୟବିନା ଏହି କାର୍ଯ୍ୟ
ଅଗ୍ରସର ହୋଇପାରିବ ନାହିଁ କି
ଆକର୍ଷଣୀୟ ହୋଇପାରିବ ନାହିଁ ।
କେବଳ ଏହାର ପ୍ରୟୋଗ ପାଇଁ ଲକ୍ଷ
ଲକ୍ଷ ଟଙ୍କାର ପ୍ରୟୋଜନ । ସ୍ୱରାଜ୍ୟ
ଲାଭ ନହେଲେ ସେ କାମ ହେବା ଅସମ୍ଭବ
ବୋଲି ମୋର ଦୃଢ଼ ମତ । ଦେଶର ଆର୍ଥକ
ଅବସ୍ଥା ଦୃଷ୍ଟିରୁ କୃଷି ଆଇନ
ଗଢ଼ାଯିବା ଦରକାର ଯାହା ଆଜି ସମ୍ଭବ
ନୁହେଁ ।
କୃଷକମାନଙ୍କ ଶିକ୍ଷା
ପାଇଁ ଆଦର୍ଶ କୃଷିକ୍ଷେତ୍ର ସ୍ଥାନେ
ସ୍ଥାନେ ରହିବ; ସେମାନଙ୍କ ପାଇଁ
କେତେକ ସ୍ୱତନ୍ତ୍ର ସୁବିଧା ରହିବ
। ଏପରି କେତେକ ବିଷୟ ଅଛି ଯାହାକୁ
ଶିକ୍ଷା ଦେବା ପାଇଁ କୃଷି କ୍ଷେତ୍ରକୁ
ଯିବାକୁ ପଡ଼ିବ । ଏସବୁ ବ୍ୟବସ୍ଥା
ଯେଉଁ ରାଜାମାନେ ଲୋକପ୍ରିୟ ଓ
ଲୋକହିତ ଦୃଷ୍ଟିରୁ ଯାହାଙ୍କର
ଶାସନ ପରିଚାଳିତ, ଆଜିର ସେହିଭଳି
କେତେକ ରାଜାଗୁଡ଼ାଙ୍କ ଶାସନରେ
ଦେଖିବାକୁ ମିଳିବ ।
ଏଥିପାଇଁ
ଯାହାକୁ ନୌରୋବୀର ଭାଇ ସ୍ୱୀକାର
କରୁଛନ୍ତି, ସେହି
ଦ୍ୱିତୀୟ ଜିନିଷଟି ରାଷ୍ଟ୍ରୀୟ
ଶିକ୍ଷକଙ୍କର ହାତରେ ବାକୀ ଅଛି
। ଚରଖା ଓ ଚରଖାକୁ ନେଇ ଚାଲିଥିବା
ଅନୁଷ୍ଠାନଗୁଡ଼ିକ ସେଗୁଡ଼ିକର
ଆଶ୍ରିତବର୍ଗକୁ ସ୍ୱାବଲମ୍ୱୀ
କରାଇପାରିବେ ଏବଂ ସମସ୍ତଙ୍କୁ
ମଜୁରୀ ମଧ୍ୟ ଦେଇପାରିବେ । କିନ୍ତୁ
ଜଣେ ଭଣ୍ତାରୀ ଓ ଜଣେ ଅମିନ ନିଜ
ନିଜ ବ୍ୟବସାୟରେ ପାରଙ୍ଗମ ହେଲା ଭଳି
ଚରଖା ଉପରେ ନିର୍ଭରଶୀଳ ବ୍ୟକ୍ତି
ଚରଖାଶାସ୍ତ୍ରର ସମସ୍ତ ଜ୍ଞାନ
ଓ କୌଶଳରେ ପାରଦର୍ଶୀ ହେବା ଆବଶ୍ୟକ
। ଧୀରେ ଧୀରେ ନବଯୁବକ ଏହି ଶିକ୍ଷା
ପାଇଁ ଉତ୍ତୀର୍ଣ୍ଣ ହୋଇ ଚାଲିଛନ୍ତି
। ଖଦୀ ଆନ୍ଦୋଳନର ବିକାଶ ସଙ୍ଗେ
ସଙ୍ଗେ ରାଷ୍ଟ୍ରର କାମ ମଧ୍ୟ
ଅନାୟାସରେ ବିକାଶ ଲାଭ କରିବ ।
-ଗୁଜୁରାତୀରୁ
। ନବଜୀବନ / ହିନ୍ଦୀ
ନବଜୀବନ, ତା୯-୬-୧୯୨୭ରିଖ