Monday, January 20, 2020

ଗିଜୁଭାଇଙ୍କ ଶିକ୍ଷାଦର୍ଶନ

ପ୍ରାଥମିକ ଶିକ୍ଷାର ପ୍ରସାର: ଅନ୍ୟ ଅନୁଷ୍ଠାନ ଓ ଅଭିଭାବକ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ

ଚିତ୍ର - 'ବ୍ରିଟନ୍ ମଦର୍ ଆଣ୍ଡ୍ ଚାଇଲ୍‌ଡ଼୍' (୧୮୯୪)
ଚିତ୍ରକର - ରବର୍ଟ ବିଭାନ୍ (୧୮୬୫-୧୯୨୫)


ଗିଜୁଭାଇଙ୍କ ନାଁ ଚାରିଆଡ଼େ ବ୍ୟାପିବାରେ ଲାଗିଥିଲା । ସେଥିପାଇଁ ଅନ୍ୟ ଅନୁଷ୍ଠାନ ସବୁ ତାଙ୍କ ଶିକ୍ଷକଙ୍କ ସହ ଏହି ନୂଆ ଶିକ୍ଷା ପଦ୍ଧତି ବିଷୟରେ ଆଲୋଚନାର ବ୍ୟବସ୍ଥା କରୁଥିଲେ ।

କିନ୍ତୁ ଯେ ପର୍ଯ୍ୟନ୍ତ ବାପା ମା’ମାନେ ଏହି ନୂଆ ଶିକ୍ଷା ପଦ୍ଧତିକୁ ଗ୍ରହଣ ନକରିବେ, ସେ ଯାଏଁ ଏହା ସଫଳ ହୋଇପାରିବ ନାହିଁ । ବାପା ମା’ଙ୍କୁ ବି ଏହି ଶିକ୍ଷାରେ ଆଗ୍ରହୀ କରାଇବା ଶିକ୍ଷକମାନଙ୍କର ଦାୟିତ୍ୱ ବୋଲି ଗିଜୁଭାଇ ଭାବୁଥିଲେ । ତେଣୁ ସେ ବାପା ମା’ଙ୍କ ପାଇଁ ସଭା ଆୟୋଜନ କରି ପିଲାକୁ ନମାରିବାକୁ, ସଫା ପୋଷାକ ପିନ୍ଧାଇବାକୁ ବୁଝାଉଥିଲେ । ଘରେ ପିଲା କ'ଣ କରିବା ଉଚିତ ବାହାରେ ଖାଲିରେ କାହିଁକି ବୁଲିବା ଉଚିତ ନୁହେଁ, ସେ ବିଷୟରେ ମଧ୍ୟ ମା’ମାନଙ୍କ ସହ ଆଲୋଚନା କରୁଥିଲେ ।

ମା’ମାନେ ବେଶ୍ ଶୀଘ୍ର ଗିଜୁଭାଇଙ୍କ କଥା ମାନ ନେଉଥିଲେ । କିନ୍ତୁ ବାପାମାନେ ସହଜରେ ମାନୁନଥିଲେ । ପିଲାର ଶିକ୍ଷା ପାଇଁ ଉଭୟ ବାପା ଓ ମା ଏହାକୁ ଗ୍ରହଣ କରିବା ଜରୁରୀ ଥିଲା । ଗିଜୁଭାଇ ପିଲାର ପରିବେଶ ଓ ପରିବାର ବିଷୟରେ ଅନୁଧ୍ୟାନ କରିବା ପାଇଁ ସେମାନଙ୍କ ଘରକୁ ଯାଉଥିଲେ । ସେଠାରେ ସେ ବାପା ମା’ଙ୍କ ସମସ୍ୟା ଶୁଣୁଥିଲେ ଓ ଆଲୋଚନା କରୁଥିଲେ ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ  ଶିକ୍ଷା ନିଧିବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକାସଂସ୍ଥାଙ୍କ ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପା ଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡ଼ିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ପୁସ୍ତକଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇ ଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

No comments:

Post a Comment