Wednesday, February 27, 2019

ପିଲାଙ୍କ କବିତା - 'ବିଲାତ ଫେରନ୍ତା'

ଜଗନ୍ନାଥ ପ୍ରସାଦ ଦାସ

ସାହାରାନପୁରର ଜଣେ ବ୍ରାହ୍ମଣ - ପଣ୍ଡିତ ଶ୍ରୀ ଜ୍ୱାଳାନାଥ
୧୮୬୮ ମସିହାରେ ଉତ୍ତୋଳିତ ଆଲୋକଚିତ୍ର
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ମଫସଲ କଲେଜର ସଂସ୍କୃତ ମାଷ୍ଟ୍ର
ବିଲାତରେ ପଢ଼ି ସାରି ଦର୍ଶନଶାସ୍ତ୍ର
ଫେରିଲେ ସେ ଜେଟ୍ ସେଟ୍
ନେଇ ସାଥେ ଆକ୍‌ସେଣ୍ଟ୍
କାଣ୍ଟ୍ କିଏର୍କ୍‌ଗାର୍ଡ଼୍ ହେଗେଲ୍ ଓ ସାର୍ତ୍ର

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Monday, February 25, 2019

ପିଲାଙ୍କ କବିତା - 'ଲିମେରାଇକୁ'

ଜଗନ୍ନାଥ ପ୍ରସାଦ ଦାସ

ଚିତ୍ର - 'ମାରିଗୋଲ୍‌ଡ଼୍' (୧୯୦୯)
ଚିତ୍ରକର - କୋଲୋମାନ୍ ମୋସର୍ (୧୮୬୮-୧୯୧୮)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଥିଲା, ତିରିଲାକୁ ନେଇ ଗରିଲା
ଚରିଲା ଫୁଲ ଗଛଟି ମରିଲା
ମୋ କଥାଟି ସରିଲା ।

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Saturday, February 23, 2019

ପିଲାଙ୍କ କବିତା - 'ହାଇକୁ'

ଜଗନ୍ନାଥ ପ୍ରସାଦ ଦାସ

କବି ରାଙ୍ଗ୍ୟୁ ବିରଚିତ ୧୯ଶ ଶତାବ୍ଦୀର ଏକ ହାଇକୁ
ଫଟୋ କ୍ରେଡିଟ୍ - ୱିକିମିଡିଆ କମନ୍ସ୍

କ'ଣ କରିବି ବୋଲି ଯେତେବେଳେ
ପଚାରିଲା ସିଏ ଭାଇକୁ
ସେ କହିଲା, ତୁ ପୂରା ଅପଦାର୍ଥ
ଏତେ କମ୍ ତୋର ଆଇକ୍ୟୁ
ରୁଷି ଯାଇ ତେଣୁ ଘରୁ ଚାଲିଯାଇ
ଲେଖିଲା ସେ ବସି ହାଇକୁ

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Thursday, February 21, 2019

ପିଲାଙ୍କ କବିତା - 'ଉପଧା ମିଳନ'

ଜଗନ୍ନାଥ ପ୍ରସାଦ ଦାସ

ଓଡ଼ିଆ ଚିତ୍ର କାବ୍ୟରେ ବିମାନବନ୍ଧ (ୱିକିମିଡିଆ କମନ୍ସ୍)

ପଦ ମିଳାଇବାକୁ ଥିଲା ସୌରଭ
କେତେ ଆଉ ଲେଖିବ ଗୌରବ ଗୌରବ
ବିରକ୍ତ ହୋଇ କବି ଧାଡ଼ିଟି କାଟିଦେଲା
ପରେ ଦେଖାଯିବ ଯାହା ହୌହବ ।

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Wednesday, February 20, 2019

ପିଲାଙ୍କ କବିତା - 'ଲିମେରିକ'

ଜଗନ୍ନାଥ ପ୍ରସାଦ ଦାସ

ନିଜ ବିଲେଇ 'ଫସ୍' ସହ ଇଂରାଜୀ ଲିମେରିକ ଲେଖକ ଏଡ଼‌ୱାର୍ଡ଼୍ ଲିଅର୍
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

କବିତା ଲେଖିବା ପାଇଁ ବସିଥିବ ତମେ ଠିକ
ପ୍ରେରଣାର ବହି ପଢ଼ି ଇଂରେଜୀ ଆମେରିକ
ପଦରେ ପଦକୁ ଯୋଖି
ଯାହା ସବୁ ଯିବ ଲେଖି
ପାଞ୍ଚଟି ଧାଡ଼ିରେ ତାହା ହୋଇଯିବ ଲିମେରିକ ।

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Monday, February 18, 2019

ପିଲାଙ୍କ କବିତା - 'ଲୋମହର୍ଷକ'

ଜଗନ୍ନାଥ ପ୍ରସାଦ ଦାସ

ବ୍ୟଙ୍ଗଚିତ୍ର - "ଇନ୍ ଦି ଗୁ଼ଡ୍ ଓଲ୍‌ଡ଼୍ ସମର୍‌ଟାଇମ୍' (୧୯୦୪ରେ ଅଙ୍କିତ)
ଚିତ୍ରକର - ବବ୍ ସ୍ୟାଟର୍‌ଫିଲ୍ଡ଼୍ (୧୮୭୫ - ୧୯୫୮)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଶାନ୍ତିରେ ରଖେ ନାହିଁ ଏଭଳି ସେ ଶାସକ
ନିରୀହର ରକ୍ତରେ ବଞ୍ଚେ ସେ ଶୋଷକ
ଯେତେ କର ଚିତ୍କାର
ନାହିଁ ତାର ପ୍ରତିକାର
ସରକାର ?  ପୋଲିସ୍ ? ନା ନା - ମଶକ

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Saturday, February 16, 2019

ପିଲାଙ୍କ କବିତା - 'ଏ ବି ସିଡ଼ି'

ଜଗନ୍ନାଥ ପ୍ରସାଦ ଦାସ

ଚିତ୍ର - କାତ‌୍‌ଜେନ୍‌କନ୍‌ଜର୍ଟ୍ (୧୭ଦଶ ଶତାବ୍ଦୀରେ ଅଙ୍କିତ)
ଟିତ୍ରକର - ଡେଭିଡ଼୍ ଟେନିଅର୍ସ୍ ଦି ୟଙ୍ଗର୍ (୧୬୧୦-୧୬୯୦)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ପେଚା ଖୋଲିଥିଲା ସ୍କୁଲ ଇଂରେଜୀ ପାଠର
କୋରଡ଼ରେ କ୍ଲାସ, ତାକୁ ସିଡ଼ି ଥିଲା କାଠର
ସିଡ଼ି ଚଢ଼ି ଆସୁଥିଲେ ତା' ପାଖକୁ ନେଉଳ
ଗୁଣ୍ଡୁଚି ଠେକୁଆ ଓଧ କେବେ କେବେ ଶେଉଳ
ପହଞ୍ଚିଲା ଦିନେ ଆସି ମୂଷା ଖରା ବେଳରେ
ସିଡ଼ିରେ ନ ଆସି ଚଢ଼ି ଗଲା ଡେଇଁ ଡେଇଁ ଡାଳରେ
ପେଚା ଯେତେବେଳେ ତାକୁ ଅନାଇଲା ବିଗିଡ଼ି
ଡାଳକୁ ଦେଖାଇ ମୂଷା କହିଲା, ଏ ବି ସିଡ଼ି  

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Thursday, February 14, 2019

ସମୀକ୍ଷକ

ଜଗନ୍ନାଥ ପ୍ରସାଦ ଦାସ

ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ପ୍ରତି ପୃଷ୍ଠାରେ ଖୋଜି କିଛି କିଛି ଛିଦ୍ର
ବହିଟି ପଢ଼ାରେ କାଟେ ରାତିଟି ବିନିଦ୍ର
ଲେଖେ ଯେଉଁ ଆଲୋଚନା
ବହି କଥା ଥାଏ ଉଣା
ଇଂରେଜୀ ଉଦ୍ଧୃତି ଉପଦେଶ ବି.ଦ୍ର.

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Wednesday, February 13, 2019

ରମାକାନ୍ତ ରଥ

ଜଗନ୍ନାଥ ପ୍ରସାଦ ଦାସ

ୠଷୀୟ ବିଜ୍ଞାନୋପନ୍ୟାସ 'ଆମ୍ଫିବିଆନ୍ ମ୍ୟାନ୍'ର ପୃଷ୍ଠବନ୍ଧର କିଛି ଅଂଶ
ଲେଖକ - ଆଲେକ୍‌ଜାଣ୍ଡାର୍ ବେଲାଇଭ୍ (୧୮୮୪-୧୯୪୨)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ରମାକାନ୍ତ ରଥ
କରିଥିଲେ ବ୍ରତ
ହୋଇଗଲେ ବେଶ୍ କିଛି ସୃଷ୍ଟ ଛନ୍ଦ
ନିଶ୍ଚୟ ଲେଖିବେ ଏକ ପୃଷ୍ଠବନ୍ଧ

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Tuesday, February 12, 2019

ଅନୁବାଦ

ଜଗନ୍ନାଥ ପ୍ରସାଦ ଦାସ

ନେପାଳର କଳାକୃତି (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍)

ପାଠରେ ମିଳାଇ ପାଠ ଚରଣରୁ ଚରଣ
ଯାହା ସେ ତିଆରି କରେ କରି ଅନୁସରଣ
ଦିଅଁ ଭଳି ନାହିଁ ଦିଶେ
ମାଙ୍କଡ଼ ନୁହେଁ ବି ସେ
ଦିଅଁ ମୁହାଁ ମାଙ୍କଡ଼ ଏଭଳି ତା' ଗଢ଼ଣ ।

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Monday, February 11, 2019

ଇଂରେଜୀ ଟେଷ୍ଟ୍

ଜଗନ୍ନାଥ ପ୍ରସାଦ ଦାସ

ଜାପାନରେ ୧୮୨୮ରେ ଅଙ୍କିତ କୋଇଲିର ଚିତ୍ର
ଚିତ୍ରକର - କାତ୍ସୁସିକା ହୋକୁସାଇ (୧୭୬୦-୧୮୪୯)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଚଢ଼େଇ ପଶୁଙ୍କୁ ଥରେ ଇଂରେଜୀ ଟେଷ୍ଟ୍‌ରେ
ହୁ ଆର୍ ୟୁ ବୋଲି ପଚାରିଲେ ମାଷ୍ଟ୍ରେ
କୁକୁଡ଼ା କହିଲା: କକ୍ କକ୍
କୋଇଲି କହିଲା: କୁହ୍ କୁ;
ଛେଳି କହିଲା: ମି, ମି
ପେଚା କହିଲା: ହ୍ୱାଟ୍ ? ହୁ ?
କୁକୁଡ଼ା ପାଇଲା ଏ କୋଇଲି ବି
ଛେଳି ପାଇଲା ସି ପେଚା ଡି ।

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Sunday, February 10, 2019

ପଦକାର

ଜଗନ୍ନାଥ ପ୍ରସାଦ ଦାସ

ଚିତ୍ର - 'ବଡ଼ି ସକାଳେ ବନାରସ୍' (୧୯୧୯ ମସିହାରେ ଅଙ୍କିତ)
ଚିତ୍ରକର - ଚାର୍ଲ୍‌ସ୍ ବାର୍ଟ୍‌ଲେଟ୍ - (୧୮୬୦ - ୧୯୪୦)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ 

ଥିଲେ ଜଣେ ପଦକାର ପଣ୍ଡିତ ମଦାଳସ
ଜୀବନଟି ତାଙ୍କର ପଦେ ପଦେ ପଦାଳସ
ପ୍ରିୟ ଜାଗା ବନାରସ
ପ୍ରିୟ ଫଳ ଅନାରସ
ପ୍ରିୟ ଘୋଡ଼ା ପେଗାସସ 
ପ୍ରିୟ ବହି ଥେସାରସ ।

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Wednesday, February 06, 2019

କଲିକତାର ବୁଢ଼ା

ଜଗନ୍ନାଥ ପ୍ରସାଦ ଦାସ

୧୭୯୯ ମସିହାରେ ଅଙ୍କିତ କଲିକତାର ଏକ ଦୃଶ୍ୟ
ଫ୍ରାଁସୁଆ ବାଲ୍‌ଥାଜାର୍ ସୋଲ୍‌ଭିନ୍ସ୍‌ଙ୍କ ସଙ୍ଗ୍ରହରୁ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଏକଦା ଗୋଟିଏ ବୁଢ଼ା ଥିଲା କଲିକତାରେ
ଲହୁଣି ଲଗାଇ ଦେଲା ନେଇ ଗଳା ଉପରେ
ଘୁଙ୍ଘୁଡ଼ିର ସ୍ୱର ତା'ର, ଆଉ ନୁହଁ ଘର୍ଘର
ଏଥର ତା' ନରମ ଓ ମୁଲାୟମ ସତରେ ।
(ଅଗ୍‌ଡେନ୍ ନାଶ୍‌ଙ୍କ ଏକ ଲିମେରିକ୍‌ର ଅନୁସରଣରେ)

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Monday, February 04, 2019

ଇଟିକିଲି ମିଟିକିଲି

ଜଗନ୍ନାଥ ପ୍ରସାଦ ଦାସ

୧୮୧୧ ମସିହାରେ ଅଙ୍କିତ ଚିତ୍ର
ଦି ମ୍ୟୁଜିଅମ୍ ଅଫ୍ ନ୍ୟାଟୁରାଲ୍ ହିଷ୍ଟ୍ରି
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଅଇରି ମଇରି ଉଦୁଉଦୁମା
ତାଇ ତାଇ ଥେଇ ଘଟରଘୁମା
ଅରଗଡ଼ ମରଗଡ଼ ଟକଲ ଟାଇଁ,
ଆଳୁକୁଚି ମାଳୁକୁଚି ତିଉକ ଚେକନ
ଇଞ୍ଚିଡ଼ି ମିଞ୍ଚିଡ଼ି ଚିଡ଼ି ଚିଡ଼ି ଧାଇଁ

ଇଲି ମିଲି ଖିଲି କାତି
ମାମୁଁ ଘର ଚଉଁରୀ
ଚୁନୁ ମୁନୁ ରୁନୁ ଝୁନୁ
ଚକା ଚକା ଚଉଁରୀ