Saturday, February 16, 2019

ପିଲାଙ୍କ କବିତା - 'ଏ ବି ସିଡ଼ି'

ଜଗନ୍ନାଥ ପ୍ରସାଦ ଦାସ


ଚିତ୍ର - କାତ‌୍‌ଜେନ୍‌କନ୍‌ଜର୍ଟ୍ (୧୭ଦଶ ଶତାବ୍ଦୀରେ ଅଙ୍କିତ)
ଟିତ୍ରକର - ଡେଭିଡ଼୍ ଟେନିଅର୍ସ୍ ଦି ୟଙ୍ଗର୍ (୧୬୧୦-୧୬୯୦)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ପେଚା ଖୋଲିଥିଲା ସ୍କୁଲ ଇଂରେଜୀ ପାଠର
କୋରଡ଼ରେ କ୍ଲାସ, ତାକୁ ସିଡ଼ି ଥିଲା କାଠର
ସିଡ଼ି ଚଢ଼ି ଆସୁଥିଲେ ତା' ପାଖକୁ ନେଉଳ
ଗୁଣ୍ଡୁଚି ଠେକୁଆ ଓଧ କେବେ କେବେ ଶେଉଳ
ପହଞ୍ଚିଲା ଦିନେ ଆସି ମୂଷା ଖରା ବେଳରେ
ସିଡ଼ିରେ ନ ଆସି ଚଢ଼ି ଗଲା ଡେଇଁ ଡେଇଁ ଡାଳରେ
ପେଚା ଯେତେବେଳେ ତାକୁ ଅନାଇଲା ବିଗିଡ଼ି
ଡାଳକୁ ଦେଖାଇ ମୂଷା କହିଲା, ଏ ବି ସିଡ଼ି  

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

No comments:

Post a Comment