Monday, February 11, 2019

ଇଂରେଜୀ ଟେଷ୍ଟ୍

ଜଗନ୍ନାଥ ପ୍ରସାଦ ଦାସ


ଜାପାନରେ ୧୮୨୮ରେ ଅଙ୍କିତ କୋଇଲିର ଚିତ୍ର
ଚିତ୍ରକର - କାତ୍ସୁସିକା ହୋକୁସାଇ (୧୭୬୦-୧୮୪୯)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଚଢ଼େଇ ପଶୁଙ୍କୁ ଥରେ ଇଂରେଜୀ ଟେଷ୍ଟ୍‌ରେ
ହୁ ଆର୍ ୟୁ ବୋଲି ପଚାରିଲେ ମାଷ୍ଟ୍ରେ
କୁକୁଡ଼ା କହିଲା: କକ୍ କକ୍
କୋଇଲି କହିଲା: କୁହ୍ କୁ;
ଛେଳି କହିଲା: ମି, ମି
ପେଚା କହିଲା: ହ୍ୱାଟ୍ ? ହୁ ?
କୁକୁଡ଼ା ପାଇଲା ଏ କୋଇଲି ବି
ଛେଳି ପାଇଲା ସି ପେଚା ଡି ।

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

No comments:

Post a Comment