Wednesday, February 27, 2019

ପିଲାଙ୍କ କବିତା - 'ବିଲାତ ଫେରନ୍ତା'

ଜଗନ୍ନାଥ ପ୍ରସାଦ ଦାସ


ସାହାରାନପୁରର ଜଣେ ବ୍ରାହ୍ମଣ - ପଣ୍ଡିତ ଶ୍ରୀ ଜ୍ୱାଳାନାଥ
୧୮୬୮ ମସିହାରେ ଉତ୍ତୋଳିତ ଆଲୋକଚିତ୍ର
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ମଫସଲ କଲେଜର ସଂସ୍କୃତ ମାଷ୍ଟ୍ର
ବିଲାତରେ ପଢ଼ି ସାରି ଦର୍ଶନଶାସ୍ତ୍ର
ଫେରିଲେ ସେ ଜେଟ୍ ସେଟ୍
ନେଇ ସାଥେ ଆକ୍‌ସେଣ୍ଟ୍
କାଣ୍ଟ୍ କିଏର୍କ୍‌ଗାର୍ଡ଼୍ ହେଗେଲ୍ ଓ ସାର୍ତ୍ର

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

No comments:

Post a Comment