Saturday, February 23, 2019

ପିଲାଙ୍କ କବିତା - 'ହାଇକୁ'

ଜଗନ୍ନାଥ ପ୍ରସାଦ ଦାସ


କବି ରାଙ୍ଗ୍ୟୁ ବିରଚିତ ୧୯ଶ ଶତାବ୍ଦୀର ଏକ ହାଇକୁ
ଫଟୋ କ୍ରେଡିଟ୍ - ୱିକିମିଡିଆ କମନ୍ସ୍

କ'ଣ କରିବି ବୋଲି ଯେତେବେଳେ
ପଚାରିଲା ସିଏ ଭାଇକୁ
ସେ କହିଲା, ତୁ ପୂରା ଅପଦାର୍ଥ
ଏତେ କମ୍ ତୋର ଆଇକ୍ୟୁ
ରୁଷି ଯାଇ ତେଣୁ ଘରୁ ଚାଲିଯାଇ
ଲେଖିଲା ସେ ବସି ହାଇକୁ

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

No comments:

Post a Comment