Monday, February 18, 2019

ପିଲାଙ୍କ କବିତା - 'ଲୋମହର୍ଷକ'

ଜଗନ୍ନାଥ ପ୍ରସାଦ ଦାସ


ବ୍ୟଙ୍ଗଚିତ୍ର - "ଇନ୍ ଦି ଗୁ଼ଡ୍ ଓଲ୍‌ଡ଼୍ ସମର୍‌ଟାଇମ୍' (୧୯୦୪ରେ ଅଙ୍କିତ)
ଚିତ୍ରକର - ବବ୍ ସ୍ୟାଟର୍‌ଫିଲ୍ଡ଼୍ (୧୮୭୫ - ୧୯୫୮)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଶାନ୍ତିରେ ରଖେ ନାହିଁ ଏଭଳି ସେ ଶାସକ
ନିରୀହର ରକ୍ତରେ ବଞ୍ଚେ ସେ ଶୋଷକ
ଯେତେ କର ଚିତ୍କାର
ନାହିଁ ତାର ପ୍ରତିକାର
ସରକାର ?  ପୋଲିସ୍ ? ନା ନା - ମଶକ

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

No comments:

Post a Comment