Sunday, February 10, 2019

ପଦକାର

ଜଗନ୍ନାଥ ପ୍ରସାଦ ଦାସ


ଚିତ୍ର - 'ବଡ଼ି ସକାଳେ ବନାରସ୍' (୧୯୧୯ ମସିହାରେ ଅଙ୍କିତ)
ଚିତ୍ରକର - ଚାର୍ଲ୍‌ସ୍ ବାର୍ଟ୍‌ଲେଟ୍ - (୧୮୬୦ - ୧୯୪୦)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ 

ଥିଲେ ଜଣେ ପଦକାର ପଣ୍ଡିତ ମଦାଳସ
ଜୀବନଟି ତାଙ୍କର ପଦେ ପଦେ ପଦାଳସ
ପ୍ରିୟ ଜାଗା ବନାରସ
ପ୍ରିୟ ଫଳ ଅନାରସ
ପ୍ରିୟ ଘୋଡ଼ା ପେଗାସସ 
ପ୍ରିୟ ବହି ଥେସାରସ ।

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

No comments:

Post a Comment