Monday, September 16, 2019

ପିଲାଙ୍କ ଢଗଢମାଳି - ୮

ସଙ୍କଳନ ଓ ସମ୍ପାଦନା - ଗୋବିନ୍ଦ ଚନ୍ଦ୍ର ଚାନ୍ଦ


ଷୋଡ଼ଶ ଶତାବ୍ଦୀର ମୋଗଲ ମିନିଏଚର୍ ଚିତ୍ର
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

୩୪

ଅଖାଇ ବୋଇଲେ ଚଳେ
ଶିଳୁପୁଆଟାକର ଗୁଣ୍ଡା ବଳେ

ଅର୍ଥ - ନିଜେ କିଛି କରୁଥିବାର ଛଳନା କରୁଥିବା ବେଳେ ସବୁ କିଛି କରେ ।

୩୫

ଅଗସ୍ତି ଦେଲେ ଦାନ
କଷା ଗୁଆକୁ ପଚା ପାନ ।

ଅର୍ଥ - ଅନିଚ୍ଛାକୃତ ଦାନର କିଛି ମୂଲ୍ୟ ନାହିଁ ।

୩୬

ଅଗସ୍ତି ଦେଲେ ଦାନ
ମାଛିଗୋଡ଼ଠାରୁ ସାନ ।

ଅର୍ଥ - କୃପଣର ଦାନ ତୁଚ୍ଛ ।

ବି.ଦ୍ର. - ଏହି ଢଗଢମାଳିଗୁଡ଼ିକ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କର ସଙ୍କଳନ ଓ ସମ୍ପାଦନାରେ ପ୍ରକାଶିତ 'ଓଡ଼ିଆ ଶିଶୁ-କିଶୋର ଢଗଢମାଳି'ରୁ ଆନୀତ । ବହିଟି ନୂଆଦିଲ୍ଲୀସ୍ଥ କେନ୍ଦ୍ର ସାହିତ୍ୟ ଅକାଦେମୀ ୨୦୧୭ ମସିହାରେ ପ୍ରଥମେ ଛାପିଥିଲେ 

No comments:

Post a Comment