Tuesday, October 08, 2019

ଗିଜୁଭାଇଙ୍କ ଶିକ୍ଷାଦର୍ଶନ - ପ୍ରାଥମିକ ଶିକ୍ଷାର ପ୍ରସାର: ସହକର୍ମୀ ଓ ଶିକ୍ଷକ ସମାଜ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ

ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଗିଜୁଭାଇ ନିଜେ ନିଜେ ଅଭ୍ୟାସ, ପ୍ରୟୋଗ ଏବଂ ଅନୁଭବରୁ ଜଣେ ସଫଳ ପ୍ରାଥମିକ ଶିକ୍ଷକ ହୋଇ ପାରିଥିଲେ। ପିଲାଙ୍କ ସହ କାମ କରିବାର ନୂଆ ଦୃଷ୍ଟିକୋଣ, ନୂଆ ବିଚାରଧାରା ଏବଂ ନୂଆ କୌଶଳ ସେ ହାସଲ କରିଥିଲେ । କିନ୍ତୁ ଏତିକି ଯଥେଷ୍ଟ ନଥିଲା । କିପରି ଏହି ଶିକ୍ଷା ପଦ୍ଧତି ଆହୁରି ବ୍ୟାପକ ହେବ ଏବଂ ଅଧିକରୁ ଅଧିକ ପିଲା ଏହାର ଲାଭ ପାଇବେ ସେ ଦିଗରେ ଗିଜୁଭାଇ ଚିନ୍ତା କରୁଥିଲେ ।

ସହକର୍ମୀ

ଏ ଦିଗରେ ଚିନ୍ତା କରିବା ବେଳେ ପ୍ରଥମେ ତାଙ୍କ ନଜରକୁ ତାଙ୍କ ସହକର୍ମୀମାନେ ଆସିଥିଲେ । ସେଥିପାଇଁ ଦିନବେଳେ କାମ ସାରି ସନ୍ଧ୍ୟାବେଳେ ସେ ସେମାନଙ୍କୁ ଏ ବିଷୟରେ ବୁଝାଉଥିଲେ । କିଛି ସାଥିଙ୍କ ମନରେ ସନ୍ଦେହ ଆସିଥିଲା ଯେ, ପିଲାଙ୍କୁ ସ୍ୱାଧୀନତା ଦେଲେ ସେମାନେ ବିଶୃଙ୍ଖଳ ହୋଇଯିବେ । ଏଭଳି ପରିସ୍ଥିତିରେ କଣ କରାଯିବ ? ସାଥିମାନେ ନିଜେ ନିଜେ ଏ ବିଷୟରେ ଚିନ୍ତା କରି ସମାଧାନର ବାଟ ଖୋଜିଲେ । ଏହି ବାଟ ଖୋଜା ଭିତରେ ହିଁ ସେମାନଙ୍କର ଶିକ୍ଷା ଗଭୀରତର ହେଉଥିଲା ।

ଶିକ୍ଷକ ସମାଜ

ଧୀରେ ଧୀରେ ଗିଜୁଭାଇଙ୍କ ସହକର୍ମୀମାନେ ତାଙ୍କର ଏହି ଶିକ୍ଷା ପଦ୍ଧତିକୁ ଗ୍ରହଣ କରି ନେଇଥିଲେ, ତେଣୁ ସେ ଏବେ ନିଜ ସ୍କୁଲ ବାହାରର ଶିକ୍ଷକଙ୍କ କଥା ଚିନ୍ତା କଲେ । ସେ ଶିକ୍ଷକମାନଙ୍କୁ ଏକାଠି କରି 'ଶିକ୍ଷକ କିପରି ହେବା ଉଚିତ, ପିଲା ସହ କିପରି ବ୍ୟବହାର କରିବା ଦରକାର, କିପରି ପାଠ ପଢ଼ାଇବେ' ଆଦି ବିଭିନ୍ନ ବିଷୟରେ ଆଲୋଚନା କରିବାକୁ ଲାଗିଲେ । ଏହିଭଳି ମିଳାମିଶା ଓ ଆଲୋଚନା ମାଧ୍ୟମରେ ସେମାନେ ଶିକ୍ଷାର ନୂଆ ଦିଗ ପ୍ରତି ଶିକ୍ଷକମାନଙ୍କୁ ସଚେତନ କରିବାକୁ ଚେଷ୍ଟା କରୁଥିଲେ ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ  ଶିକ୍ଷା ନିଧିବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକାସଂସ୍ଥାଙ୍କ ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପା ଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡ଼ିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ପୁସ୍ତକଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇ ଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

No comments:

Post a Comment