ଗାନ୍ଧୀଜୀଙ୍କର ଶିକ୍ଷାବିଚାର: ଗ୍ରାମ୍ୟ ପାଠଶାଳାର ଶିକ୍ଷାଗତ ଆଦର୍ଶ
ଅନୁବାଦକ - ଚିତ୍ତରଞ୍ଜନ ଦାସ
କସ୍ତୁରବାଙ୍କ ସହ ମହାତ୍ମା ଗାନ୍ଧୀ (୧୯୧୫ରେ ଉତ୍ତୋଳିତ ଫଟୋ) ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ମୁଁ ଦେଖୁଛି ଗାଉଁଲୀ ପାଠଶାଳାମାନଙ୍କରେ ଶିକ୍ଷାର ସ୍ତର ଏକ
ପ୍ରକାରର ନୁହେଁ । କୌଣସିଠାରେ ଭଲ କାମ ହେଉଛି ତ କେତେକରେ ବଡ଼ କମ୍ ପାଠପଢ଼ା ହେଉଛି ।
ଅସ୍ପୃଶ୍ୟମାନଙ୍କ ପ୍ରତି ନ୍ୟାୟ ପ୍ରଦର୍ଶନ ଦୃଷ୍ଟିରୁ ଆମ ନିଜ ପିଲାଙ୍କୁ ହରିଜନ ପାଠଶାଳାକୁ
ପଠାଇବା ଓ ସେଠାରେ ଶିକ୍ଷାର ସ୍ତର ଯେପରି ତଳକୁ ଖସି ନଯାଏ ସେଥିପ୍ରତି ସତତ ଧ୍ୟାନ ରଖିବା ଉଚିତ
।
କିନ୍ତୁ ଆଉ ଗୋଟିଏ କଥା ପ୍ରତି ଧ୍ୟାନ ଦେବାକୁ ହେବ । ଯେପରି ଗାଉଁଲୀ କର୍ମଚାରୀ ଅର୍ଥାତ୍
ଗାଁର ଲୋକେ ଚାକିରୀ ପାଇଁ ପ୍ରାର୍ଥୀଭାବରେ ଲାଳାୟିତ ହୋଇ ଶେଷକୁ ଅସ୍ୱାସ୍ଥ୍ୟକର ସହରରେ ପୁଝାରୀ, ଖାନସମା କିମ୍ୱା କାରଖାନାରେ କଦର୍ଯ୍ୟ ବାତାବରଣରେ ମଜୁରିଆ ଏବଂ ନିମ୍ନଶ୍ରେଣୀର କିରାଣୀ
,ଗୁମାସ୍ତା ହେବା ଭଳି ତିଆରି ନହୁଅନ୍ତି ଏହି ଦୃଷ୍ଚିରୁ ଶିକ୍ଷା କାର୍ଯ୍ୟ ନିୟନ୍ତ୍ରିତ ହେବା
ଉଚିତ ।
ଏପରି ଢଙ୍ଗରେ ଶିକ୍ଷା ଦିଆଯିବ, ଯେପରି ସେମାନେ ପୈତୃକ ପେଷାକୁ ଅଧିକ ବୈଜ୍ଞାନିକ
ଢଙ୍ଗରେ ଓ ଅଧିକ କୁଶଳତାରୁ ସହିତ ସମ୍ପାଦନ କରିବାକୁ ପସନ୍ଦ କରିବେ । ଗ୍ରାମ୍ୟ ଜୀବନ, ଗ୍ରାମ୍ୟଶିଳ୍ପ, ମୁକ୍ତବାୟୁ, ସ୍ୱାଧୀନ ଚିନ୍ତା ଓ ଆତ୍ମୀୟ ସେବା ଏହିସବୁ ପ୍ରତି ଆକର୍ଷଣ
ଜନ୍ମାଇବା ବିଦ୍ୟାଳୟର ମୁଖ୍ୟ କାର୍ଯ୍ୟ ହେବ ।
-ଗୁରୁକୁଳ
ପୁରସ୍କାର ବିତରଣ ଉତ୍ସବ ଉପଲକ୍ଷେ-ଭାଷଣାଂଶ । ତା ୨୦-୩-୧୯୧୭ ।
ସଂ.ସା. ବା .୧୩ଶ ଖଣ୍ତ ପୂ.୨୬୨ ।
No comments:
Post a Comment