ହର୍ଷବର୍ଦ୍ଧନଙ୍କ ପରେ ଭାରତର ଅବସ୍ଥା: ଗୁର୍ଜ୍ଜର ପ୍ରତିହର
କେଦାରନାଥ ମହାପାତ୍ର
ପ୍ରତିହାର ରାଜତ୍ୱ ସମୟର ଯକ୍ଷ ଗୋମୁଖ ଓ ତାଙ୍କ ସହଚରୀଙ୍କ ମୂର୍ତ୍ତି ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
କନୌଜ ଗୁର୍ଜ୍ଜର ପ୍ରତିହରମାନଙ୍କର ରାଜଧାନୀ ଥିଲା । ଏହି ବଂଶର (ପ୍ରଥମ) ଭୋଜ ଓ ମହେନ୍ଦ୍ରପାଳ ନାମକ ଦୁଇଟି ରାଜା ବିଶେଷ କ୍ଷମତାଶାଳୀ ଥିଲେ । ପ୍ରଥମ ଭୋଳ (ଖ୍ରୀ:୮୩୬-ଖ୍ରୀ: ୮୯୩) ପର୍ଯ୍ୟନ୍ତ ରାଜତ୍ୱ କରୁଥିଲେ । ତାଙ୍କ ରାଜ୍ୟ ପଞ୍ଜାବଠାରୁ ବଙ୍ଗଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା । ତାଙ୍କ ପରେ ତାଙ୍କ ପୁତ୍ର ମହେନ୍ଦ୍ରପାଳ (ଖ୍ରୀ: ୮୯୩-ଖ୍ରୀ: ୯୦୭) ରାଜା ହେଲେ । ସେ ଏହି ବଂଶର ଶ୍ରେଷ୍ଠ ରାଜା । ସେ ପଶ୍ଚିମରେ ଗୁଜୁରାଟ ଓ ପୂର୍ବରେ ବଙ୍ଗ ଜୟ କରି ନିଜ ରାଜ୍ୟ ସହିତ ମିଶାଇଥିଲେ । ତାଙ୍କ ସଭାରେ ରାଜଶେଖର ନାମକ ଜଣେ ବିଖ୍ୟାତ ପଣ୍ଡିତ ଥିଲେ । ତାଙ୍କ ପରେ ଏହି ବଂଶ ଦୁର୍ବଳ ହୋଇ ପଡ଼ିଲା ।
ପ୍ରତିହରମାନଙ୍କ ପରେ ଏହି ଜାତିର ଚୌହାନ, ରାଠୋର ଓ ଶିଶୋଦୀୟ ଶାଖା କ୍ଷମତାଶାଳୀ ହୋଇଥିଲେ । ଚୌହାନମାନେ ଆଜମୀରରେ ରାଜତ୍ୱ କରୁଥିଲେ । ବୀର ପୃଥ୍ୱୀରାଜ ଏହି ବଂଶର ଶ୍ରେଷ୍ଠ ରାଜା । ରାଠୋରମାନେ କନୌଜରେ ଶାସନ କରୁଥିଲେ । ଜୟଚନ୍ଦ୍ର ଏହି ବଂଶର ଶ୍ରେଷ୍ଠ ରାଜା । ମିବାରରେ ଶିଶୋଦୀୟ ରାଜପୁତମାନେ ରାଜତ୍ୱ କରୁଥିଲେ ଓ ଚିତୋର ମିବାରର ରାଜଧାନୀ ଥିଲା । ସେମାନେ ସ୍ୱାଧୀନତା ଓ ସତୀତ୍ୱକୁ ପ୍ରାଣଠାରୁ ବଡ଼ ବୋଲି ଭାବୁଥିଲେ ।
ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍ସ୍ ଷ୍ଟୋର୍ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।
No comments:
Post a Comment