Thursday, January 05, 2017

ପିଲାଙ୍କ କବିତା - 'ପରୀକ୍ଷା'


କବି - କୃଷ୍ଣଚନ୍ଦ୍ର ତ୍ରିପାଠୀ


୧୮୪୨ ମସିହାର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର

ଭୟଙ୍କର ବେଶେ ଆସିଲାଣି ପରୀକ୍ଷାଟା,
ନିମିଷକେ ଚାଲିଯିବ କରି ହଟହଟା ।

କେବେ ହେବ ପରୀକ୍ଷାଟା ମିଳିଚି ଖବର;
ପୋଥିପତ୍ର ବାଟି ପିଅ, ଯିଏ ଯେତେ ପାର !

ସେଦିନ ପରୀକ୍ଷା କେନ୍ଦ୍ରେ କରି ଉଦ୍ବିଧନ,
ଲଭିବ ଭବିଷ୍ୟେ ବାବୁ ମାନ ସନମାନ ।

ଏ ହୀନ ପରୀକ୍ଷା ଛାର ମାନବ କଳ୍ପନା,
ଏଥିକି ମନୁଷ୍ୟ ଜ୍ଞାନ ପଡ଼ିଥାଏ ଜଣା ।

କେତେ ବା ସ୍ୱର୍ଗୀୟ ଗୁଣ ପାଇଁ ମାନବର:
ତା କାହୁଁ ଜାଣିବ ହୀନ ଏ ପରୀକ୍ଷା ଛାର !

ଏ ପରୀକ୍ଷା ଦ୍ୱାରେ ଯେବେ ଯିବ ପରୀକ୍ଷାର୍ଥୀ: 
ବହି ଘୋଷି ଘୋଷି ଯିବ ଅର୍ଦ୍ଧ ଆୟୁ କଟି ।

ବି.ଦ୍ର. ଏହି କବିତାଟି ଶିକ୍ଷକ ଓ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ଆତ୍ମଜୀବନୀ 'ନିରବଧି ନିରବ'ରୁ ସଙ୍ଗୃହିତ । ଆତ୍ମଜୀବନୀଟିର ପ୍ରକାଶକ ବାଲୁଗାଁର 'ସମନ୍ୱୟ'  ପ୍ରକାଶନ ସଂସ୍ଥା । ବହିଟିର ପ୍ରଥମ ସଂସ୍କରଣର ପ୍ରକାଶକାଳ ୨୦୧୩ ମସିହା । କବିତାଟି ଶ୍ରୀ ତ୍ରିପାଠୀ ଅବିଭକ୍ତ ପୁରୀ ଜିଲ୍ଲାର ତାପଙ୍ଗ ପାଖ ଓଳସିଂହ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଥିଲା ବେଳେ ଲେଖିଥିଲେ । କବିତାଟିର ରଚନାକାଳ ସମ୍ଭବତଃ ୧୯୨୮-୨୯ ମସିହା ।

No comments:

Post a Comment