ଆମ ପଡ଼ୋଶୀ ପ୍ରଦେଶ
ଶ୍ରୀ ଗୋପୀନାଥ ମହାନ୍ତି
୧୯୧୩ ମସିହାର ମାନ୍ଦ୍ରାଜ ପ୍ରଦେଶର ମାନଚିତ୍ର ଏହି ମାନଚିତ୍ରର ତ୍ତର ପୂର୍ବ କୋଣରେ ଅବିଭକ୍ତ କୋରାପୁଟ ଓ ଗଞ୍ଜାମ ଜିଲ୍ଲା ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଆମ
ଓଡ଼ିଶା ପ୍ରଦେଶର ଯେଉଁ ପ୍ରଦେଶମାନେ
ପଡେ଼ାଶୀ ଅଛନ୍ତି,
ସେମାନଙ୍କ
କଥା ଆମର କିଛି କିଛି ଜାଣିବା
ଦରକାର । ଉତ୍ତରକୁ
ଯାଅ, ଦେଖିବ
ପଡେ଼ାଶୀ ହିନ୍ଦୀ-ଭାଷୀ
ଲୋକଙ୍କ ସହିତ ମିଶି ଭାଷା କିପରି
ବଦଳିଯାଇଛି ।
ଉତ୍ତର-ପୂର୍ବରେ
“ଖାଇତେ ଯିମି,
ନାଇତେ
(ଅର୍ଥାତ୍
ଗାଧୋଇ) ଯିମି”
କଥାରୁ ବୁଝିବ ଲୋକେ କିପରି ବଙ୍ଗାଳି
ଭାଷା ପ୍ରଭାବରେ ପଡ଼ିଛନ୍ତି ।
ଦକ୍ଷିଣରେ ଗଞ୍ଜାମର
ଭାଷାରେ ତେଲଗୁ ଧାରା ପଡ଼ିଯାଇଛି
। କାରଣ ଦକ୍ଷିଣରେ ମାନ୍ଦ୍ରାଜ
ପ୍ରଦେଶ । ପଶ୍ଚିମରେ ମଧ୍ୟପ୍ରଦେଶ
ଓ ବେରାର ଯେଉଁଠୂ ପୂର୍ବେ ମରହଟ୍ଟାମାନେ
ଘୋଡ଼ା ଛୁଟାଇ ଆସୁଥିଲେ । ଏ
ପ୍ରଦେଶମାନଙ୍କରେ ମଧ୍ୟ ଆମ ଦେଶରୁ
ଅନେକ ଓଡ଼ିଆ-ଅଂଞ୍ଚଳ
ରହିଯାଇଛି । ମେଦିନୀପୁର ଓ ବୀରଭୂମି
ଓଡ଼ିଆ ରାଜ୍ୟ ଥିଲା,
ବର୍ତମାନ
ବଙ୍ଗ ଦେଶରେ । ଯେଉଁ କାଳିମାଟି
(ଟାଟାନଗର)
ବର୍ତ୍ତମାନ
ବିହାରରେ,
ସେ ଆମର
ଓଡ଼ିଆ ରାଜ୍ୟ ସିଂହଭୂମିରେ ରହିଛି,
ଅଥଚ
ସିଂହଭୂମି ଓଡ଼ିଶାରେ ନାହିଁ ।
ଓଡ଼ିଶାର ଅନେକ ଦେଶ ପଡେ଼ାଶୀମାନେ
ମାଡ଼ି ବସିଛନ୍ତି । ପୂର୍ବେ ସେଠି
କେବଳ ଓଡ଼ିଆ ଥିଲେ । ବର୍ତ୍ତମାନ
ପଡେ଼ାଶୀ ପ୍ରଦେଶର ଲୋକମାନେ
ପୂର୍ଣ୍ଣ ହୋଇଗଲେଣି
।
ମାନ୍ଦ୍ରାଜ ପ୍ରଦେଶ
ଓଡ଼ିଶାରୁ
ଦକ୍ଷିଣକୁ ଗଲେ ପଡେ଼ ମାନ୍ଦ୍ରାଜ
ପ୍ରଦେଶ । ପ୍ରଥମେ ଯେଉଁ ଅଞ୍ଚଳ
ପଡ଼ିବ, ସେଠି
ପାହାଡ଼ ସମୁଦ୍ର ପାଖକୁ ପାଖକୁ
ଲାଗି ଆସିଛି । ତଳକୁ ତଳକୁ ଚଉଡ଼ା
ଉପକୂଳ,
ଗୋଦାବରୀ
ଓ କୃଷ୍ଣା ନଦୀମାନଙ୍କର
ମୁହାଣର ଅଞ୍ଚଳ ।
ସାଧାରଣ ବର୍ଷା ହୁଏ । ଧାନ,
ରବି
ଫସଲ ଓ ପ୍ରଚୁର ପରିମାଣରେ ଲଙ୍କାମରିଚ,
ଗୋଲମରିଚ,
ତେଜପତ୍ର
ପ୍ରଭୃତି ମସଲା ହୁଏ । ଏ ଅଞ୍ଚଳ
ପୂର୍ବେ ଆମ କଳିଙ୍ଗ ରାଜ୍ୟରେ
ଥିଲା । ସମୁଦ୍ରର ବାଲିରେ ଆଖପାଖ
ଧାନ କିଆରୀ ବେଳେ ବେଳେ ପୋତି ହୋଇ
ପଡେ଼ ।
ଦକ୍ଷିଣକୁ
ଗଲେ ଦେଖିବ,
ଉପକୂଳ
ଚଉଡ଼ା ହୋଇଯାଇଛି । ଏ ଅଞ୍ଚଳ
ବେଶୀ ବର୍ଷା ପାଏ ଶୀତ ଦିନେ,
ଯେତେବେଳେ
ଉତ୍ତର-ପୂର୍ବ
ମୌସୁମୀ ବାୟୁ ବହେ ।
ପଶ୍ଚିମକୁ ପାହାଡ଼ ଅଞ୍ଚଳ
। ଖରା ଦିନେ ବର୍ଷା ହୁଏ ନାହିଁ
ବୋଲି ଏଠି ଅନେକ ବଡ଼ ବଡ଼ ନାଳ
ଖୋଳାହୋଇଛି । କାବେରୀ ନଦୀର ମୁହାଣ
ଅଞ୍ଚଳରେ
ଶହ ଶହ ବର୍ଷ ହେଲା ନାଳ ସବୁ ଖୋଳା
ହୋଇଛି । ଉତ୍ତର ଅଞ୍ଚଳରେ
ଯେପରି ଲୋକେ ତେଲୁଗୁ ଭାଷା କହନ୍ତି,
ଦକ୍ଷିଣ
ଅଞ୍ଚଳରେ
ସେହିପରି ତାମିଲ୍ ଭାଷା କହନ୍ତି
। ଏଠି ପ୍ରଚୁର ଚିନାବାଦାମ ହୁଏ,
ବଡ଼
ବଡ଼ ଧୂଆଁ ପତ୍ର ଓ ଆଖୁକ୍ଷେତମାନ
ଅଛି । ସମୁଦ୍ର କୂଳେ କୂଳେ ବାଲିବନ୍ତ
ଉପରେ ନଡ଼ିଆ ଗଛ ମାଳ ମାଳ ହୋଇ
ଉଠିଛି ।
ସମତଳ
ସେପାଖେ ଘନ ଜଙ୍ଗଲ,
ପୂର୍ବ
ଘାଟ ପର୍ବତ,
ଜଙ୍ଗଲରେ
ଚନ୍ଦନ ଗଛ,
ଟୀକ୍
ଗଛ । ଏଠି ରେଲଲାଇନ ଜାଲ ପରି ବୁଣା
ହୋଇଛି । ମାନ୍ଦ୍ରାଜ ସହର
ଏଠିକାର ପ୍ରଧାନ ସହର । କ୍ରମେ
ଆମେ ଭାରତବର୍ଷର ଶେଷ ଦକ୍ଷିଣ
ସ୍ଥାନ କମୋରିନ୍ ଅନ୍ତରୀପ ବାଟେ
ବୁଲି ପଡ଼ି ପୁଣି ଉତ୍ତରକୁ
ଯାଉଁ ।
ମାନ୍ଦ୍ରାଜ
ପ୍ରଦେଶ ତଳ ବାଟେ ଗୋଲ ବୁଲି ଦକ୍ଷିଣ
ଭାରତରେ ପଶ୍ଚିମରେ ମଧ୍ୟ ବିସ୍ତୃତ
ହୋଇଛି । ଏ ପଶ୍ଚିମ ଉପକୂଳ ପୂର୍ବ
ଉପକୂଳ ପରି ଚଉଡ଼ା ନୁହେଁ ଓ ଏଠି
ବଡ଼ ବଡ଼ ନଈ ନାହିଁ । ଏହାର ପୂର୍ବକୁ
ଅଛି ପଶ୍ଚିମ ଘାଟ ପର୍ବତ,
ପୂବ
ଘାଟଠାରୁ ଉଚ୍ଚ,
ଏଠି
ପ୍ରଚୁର ଶାଳ
ଗଛ ହୁଏ । ପାହାଡ଼ରୁ ଦୁଲ୍
ଦାଲ୍ ହୋଇ ଅନେକ ଛୋଟ
ନଦୀ ଡେ଼ଇଁ ଡେ଼ଇଁ ସମୁଦ୍ରରେ
ପଡ଼ିଛି । ସମୁଦ୍ର କୂଳେ
କୂଳେ ବାଲିବନ୍ତ ।
ତା ସେପାଖକୁ ଧାନ କ୍ଷେତ । ଅସଂଖ୍ୟ
ପାନ ବରଜ,
ଗୋଲମରିଚ
ଗଛ । ଏହା ଭାରତର ସବୁଠାରୁ ବେଶୀ
ଉର୍ବର ଅଂଚଳ ।
ସ୍ଥାନେ
ସ୍ଥାନେ ବାଲିବନ୍ତରେ ଛୋଟ ନଦୀର
ମୁହାଁଣ ବନ୍ଦ ହୋଇଯାଇଛି;
ତେଣୁ
ପାଣି ଉଛୁଳି ପଡ଼ି ସମୁଦ୍ର ପାଖେ
ଅନେକ ଜୋର ଓ ପାଟଭୂଇଁ ହୋଇଛି ।
ଗୋଟିଏ ପାଟରୁ ଆର ପାଟକୁ ଏହିପରି
ଶହ ଶହ କ୍ରୋଶ ପର୍ଯ୍ୟନ୍ତ ସମୁଦ୍ର
କୂଳେ କୂଳେ ନାଳମାନ ଖୋଳା ହୋଇଛି
। ସମୁଦ୍ର ଆଡ଼ୂ ଦେଖିଲେ ଦିଶିବ,
ବାଲିବନ୍ତ
ଓ ପାଟର ବନ୍ଧମାନଙ୍କ ଉପରେ ଅସଂଖ୍ୟ
ନଡ଼ିଆ ଗଛ । ଏଠି ଲୋକେ ନଡ଼ିଆ
ବାହୁଙ୍ଗାରେ ଘର ଛୁଆଣି କରନ୍ତି
ଓ ନଡ଼ିଆ ତେଲ,
କତା
ଦଉଡ଼ି ବ୍ୟବସାୟ କରନ୍ତି ।
ମାନ୍ଦ୍ରାଜ ଅଞ୍ଚଳରେ
ଦୁଇ ପାଖର ପର୍ବତ ମଝିରେ ଅଛି
ମାଳଭୂମି,
ପାହାଡ଼
ବର୍ଷା ପବନକୁ ଅଟକାଇ ଦେବାରୁ
ଖୁବ୍ ଅଳ୍ପ ବର୍ଷା ହୁଏ । ଖାଲି
ଉଚ୍ଚ ଉଚ୍ଚ ପଥୂରିଆ ଲଣ୍ଡା ଟାଙ୍ଗର
ଭୂମି ଓ ମୁଣ୍ଡିଆ । କ୍ଷେତରେ ପାଣି
ଦେବାକୁ ଅସଂଖ୍ୟ ପୋଖରୀ କଟାହୋଇଛି
।
No comments:
Post a Comment