ଲଣ୍ଡନ
ପୃଥିବୀର ସବୁଠାରୁ ବଡ଼ ସହର
ଗୋପୀନାଥ ମହାନ୍ତି
୧୯୩୦ ମସିହାରେ ଭିକ୍ଟୋରିଆ ଟାୱାରରୁ ଲଣ୍ଡନର ଦୃଶ୍ୟ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ବିଲାତର
ରାଜଧାନୀ,
ବ୍ରିଟିଶ
ସାମ୍ରାଜ୍ୟର କେନ୍ଦ୍ର ଲଣ୍ଡନ
ପୃଥିବୀର ସବୁଠାରୁ ବଡ଼ ସହର ।
ତାର ଲୋକ ସଂଖ୍ୟା ଅଶୀ ଲକ୍ଷ ଅର୍ଥାତ
ଦେଢ଼ ଶହଟି କଟକ ମିଶିଲେ ଯେତିକି
ସେତେ । ଲଣ୍ଡନର ଧନ ଦଉଲତ ପ୍ରାୟ
ଆଠ ହଜାର କୋଟି ଟଙ୍କା । ଲଣ୍ଡନ
ସହରରେ ବାର ଲକ୍ଷରୁ ବେଶୀ ମଟର
ଗାଡ଼ି ଅଛି । ଏଠି ମଟର ଗାଡ଼ି
ଦୁର୍ଘଟଣାରେ ଦିନକୁ ହାରାହାରି
ଦଶ ଜଣ ଲୋକ ମରନ୍ତି ।
ଏହି
ସହରଟି ବହୁ ପୁରାତନ ସହର । କେତେକଟି
ପ୍ରଧାନ କାରଣରୁ ଏ ସହରଟି ଏତେ
ବଡ଼ ହୋଇ ଉଠିଛି । ବିଲାତର ବଡ଼
ନଦୀ ଟେମସ୍ ନଦୀ ଉପରକୁ
ଠିକ୍ ଯେତିକି ଦୁର
ପର୍ଯ୍ୟନ୍ତ ବଡ଼ ବଡ଼ ଯାହାଜ ଯାଇ
ପାରିବ,
ସେଠାରେ
ଏ ସହର । ଅର୍ଥାତ ସେ ପାରିରୁ ଜିନିଷ
ଆସିଲେ ଠିକ ଏଇ ସ୍ଥାନରେ ମାଲ
ଉତାରି ଦେବ । ଆଉ ଉପରକୁ ଯାଇ ହେବନି
। ଲଣ୍ଡନର ମୁହାଁମୁହିଁ ଠିକ୍
ସମୁଦ୍ର ଆର ପାଖେ ସ୍କେଲ୍ଟ ନଦୀର
ମୁହାଁଣ । ଯେଉଁ ବାଟେ ଇଉରୋପ
ମହାଦେଶ ଭିତରକୁ ବାଣିଜ୍ୟ ପଦାର୍ଥ
ଯାଇ ପାରିବ ।
ଯଦି
ଆମେ ପୂର୍ବ ଆଡ଼ୁ ଦେଖିଯିବା ତା
ହେଲେ ପ୍ରଥମେ ଆଖିରେ ପଡ଼ିବ ଜାହାଜ
ଆଉ ଅସଂଖ୍ୟ ଡ଼ଙ୍ଗା । ତାହା ତଳକୁ
ସାମୁଦ୍ରିକ ଯୁଦ୍ଧ ବିଜ୍ଞାନ
ଶିଖେଇବା ପାଇଁ ରୟାଲ ନ୍ୟାଭ୍ୟାଲ
କଲେଜ ଅଛି । ଇଂରେଜ ଜାତିର ସବୁ
ଉନ୍ନତିର ହେତୁ ହେଉଛି ନୌ ଶକ୍ତି
। ଆଗକୁ ଅଛି ବିଖ୍ୟାତ “ଟାଉଆର୍ ବ୍ରିଜ୍” ପୋଲ,
ଯାହା
ତଳେ ଅସଂଖ୍ୟ ଯାହାଜ ଓ ଡ଼ଙ୍ଗା
ଯାତାୟାତ କରୁଛି । ବଡ଼ ଜାହାଜ
ଗଲାବେଳେ ଏଠି ଗୋଟାଏ ଘଣ୍ଟା
ବାଜେ । ଉପରୁ ସବୁଲୋକ ଚାଲିଗଲେ
ପୋଲଟା ଦୁଇଭାଗ ହୋଇଯାଇ ଦୁଇପାଖେ
ଆକାଶକୁ ହାତ ଟେକେ,
ତଳେ
ବଡ଼ ଯାହାଜ ଚାଲିଯାଏ । ତା ପରେ
ଦୁରକୁ ବିଲାତର ପାର୍ଲିମେଣ୍ଟ
ସଭାଗୃହ । ଏ ସ୍ଥାନର ଉତ୍ତରକୁ
ଓ ପୂର୍ବକୁ ଅଛି ଇଷ୍ଟ୍-ଏଣ୍ଡ୍-ପଡ଼ା-
କେବଳ
ଗରିବଙ୍କ ବସ୍ତି । ଏ ଅଞ୍ଚଳର
କୁତ୍ସିତ ବିବତ୍ସତା,
ଅନାହାର,
ଦୁର୍ଭିକ୍ଷ
ଓ ଦୁର୍ଭାଗ୍ୟ ଧନିକର ପ୍ରାସାଦ
ଓ ବିଳାସ ସେ ପାଖେ କଳଙ୍କ ପରି
ରହିଛି । ଏଠି ସବୁ ଅପରିସ୍କୃତ ଓ
ଅସୁନ୍ଦର ।
ବ୍ୟାଙ୍କ
ଅଫ ଇଙ୍ଗଲ୍ୟାଣ୍ଡ
ଓ ସେ ଅଞ୍ଚଳର
ପ୍ରାସାଦ ସବୁ ପୃଥିବୀର ବ୍ୟବସାୟର
କେନ୍ଦ୍ର । ଦିନବେଳେ ସହସ୍ର ସହସ୍ର
ଲୋକ ଏଠାକୁ ଆସନ୍ତି । ସନ୍ଧ୍ୟା
ସମୟରେ ଏଠି ଶୂନଶାନ୍,
କେବଳ
କେତେଟା ପାରା,
କେତେଟା
ବିରାଡ଼ି ଓ କେତେ ଜଣ ପୁଲିସ୍
ଜଗୁଆଳି ମାତ୍ର ଥାଆନ୍ତି । ପୃଥିବୀରେ
ଯେତେ ବଡ଼ ବଡ଼ ବ୍ୟବସାୟର କମ୍ପାନୀ
ସବୁ ଅଛି,
ସେମାନଙ୍କର
ଏଠି ଶାଖା ଅଫିସ୍ ଅଛି । ଏଠି କୋଟି
କୋଟି ଟଙ୍କାର କାରବାର ।
ତା
ପରେ ପଡ଼ିବ ବିଖ୍ୟାତ ଲଣ୍ଡନ ପୋଲ
। କାଳକ୍ରମେ ସହର ପଶ୍ଚିମକୁ
ପଶ୍ଚିମକୁ ବଢ଼ୁଛି । ଷ୍ଟ୍ରାଣ୍ଡ୍
ରାସ୍ତାର ଦୁଇପାଖରେ ବଡ଼ ଦୋକାନ,
ଥିଏଟର
ଓ ହୋଟେଲ । ଆଗକୁ ଗୋଟିଏ ଛକ ଉପରେ
ନେଲସନ୍ ଙ୍କର
ପ୍ରତିମୁର୍ତି,-
ଟ୍ରାଫାଲଗର୍ ନୌ-ଯୁଦ୍ଧରେ
ସେ ନେପୋଲିୟନ୍ ଙ୍କୁ
ହରାଇଦେଇ ନିଜେ ମରିଥିଲେ । ଇଂରେଜ
ଜାତି ଅତି କର୍ତ୍ତବ୍ୟପରାୟଣ
। କର୍ତ୍ତବ୍ୟ ସମ୍ମୁଖରେ
ଏମାନେ ଜୀବନକୁ ତୁଛ ମନେ କରନ୍ତି
।
ବ୍ରିଟିଶ୍
ମିଉଜିୟମ୍ ପୃଥିବୀର ଜ୍ଞାନ ବିଜ୍ଞାନର
ଗନ୍ତାଘର । ଆହୁରି ଦୁରକୁ ଦିଶିବ
ବଙ୍କିଙ୍ଗହ୍ୟାମ୍ ରାଜପ୍ରାସାଦ । ତା ସେପାଖକୁ ଅନେକ
ପାର୍କ ବଗିଚା । ସହରର ଗହଳି କଳରବ
ଓ କୋଠା ମଝିରେ ଏଗୁଡ଼ିକ ଗୋଟେ
ଗୋଟେ ଶାନ୍ତିର ସ୍ଥାନ ।
ଏ
ପାର୍କ ଗୁଡ଼ିକ ତିନି ଶହ ଚାରି
ଶହ ମାଣ ଜମି ମାଡ଼ି ବସିଛି । ଗଛ,
ଲତା,
ଫୁଲ,
ଝରଣା
ଓ ପୋଖରିରେ ଏପରି ସଜା ହୋଇଛି ଯେ
ନନ୍ଦନକାନନ ସ୍ୱର୍ଗରୁ ମର୍ତ୍ତ୍ୟକୁ
ଛିଣ୍ଡି ପଡ଼ିଥିବା ପରି ଲାଗେ ।
ପୋଖରିରେ ହଂସ ଖେଳୁଛନ୍ତି,
ଜଙ୍ଗଲରେ
ମୟୁର ବୋବାଉଛି । ଚାରିଆଡ଼ ବଣ,
ଅଥଚ
ଚାରିଆଡ଼ ସୁନ୍ଦର । ଗୋଡ଼ ତଳେ
ସାଉଁଳିଆ କଅଁଳ ଘାସର ଶେଯ
। ଏଠାକୁ ଆସି ଏତେ ଲୋକଙ୍କ ହସ ହସ
ଉଜ୍ଜଳ ମୁହଁ ଦେଖିଲେ ଲୋକ ଭୋକ
ଶୋଷ ଭୁଲିଯିବ । ଏଠି ଖୋଲା ପବନ
ମିଳେ ଆନନ୍ଦ ଓ ଫୁର୍ତ୍ତି
କରାଯାଇପାରେ । ପାର୍କ ପୋଖରୀରେ
ପଇସା ଦେଇ ପହଁରା ଯାଇପାରେ ଓ ନାଆ
ଖେଳାଯାଇପାରେ ।
ଲଣ୍ଡନ୍
ସହରରେ ମାଟିତଳେ ସୁଡ଼ଙ୍ଗରେ
ରେଳଗାଡ଼ି ଚାଲେ;
ତେଣୁ
ଗହଳିକୁ ଡ଼ରି ଅନେକ ତଳ ରେଳ ବା
ଟିଉବ୍ ରେଳଉଏରେ
ଯାଆନ୍ତି । ଉପରେ ରାସ୍ତାରେ
ଦୋତାଲା ଟ୍ରାମ୍ ଓ
ବସ୍ ଚାଲୁଛି । ଦୁଇପାଖେ ଦଶତାଲା
କୋଠା । ରବିବାର ଛଡ଼ା ଅନ୍ୟ ଦିନ
କଚିରିକୁ
ଗଲାବେଳେ ଓ ପାଞ୍ଚଟାରେ
କଚେରିରୁ ଫେରିଲାବେଳେ ରାସ୍ତାରେ
ଗାଡ଼ି ମଣିଷ ଖୁନ୍ଦି ହୋଇଯାଆନ୍ତି
।
ଲଣ୍ଡନ୍
ର ପୁଲିସ୍ ବାଲା ଉପରେ
ଭାରି ଦାୟିତ୍ୱ । ପୃଥିବୀର ଅନ୍ୟ
କୌଣସିଠାରେ
ଏପରି ଧୁରନ୍ଦର ପୁଲିସବାଲା
ନାହାନ୍ତି । ଏମାନେ ରାସ୍ତାରେ
ଲୋକଙ୍କ ଆତଯାତ ଉପରେ
ଜବତ ରଖିଥାନ୍ତି । ସାହେବମାନେ
ଏପରି ଆଇନ ବାଧ୍ୟ ଲୋକ ଯେ ପୋଲିସବାଲା
ରୋକିଦେଲେ କେହି ପାହୁଣ୍ଡେ ଯିବେ
ନାହିଁ, ତେଣେ
ମୁହୁର୍ତ୍ତକ ଡେ଼ରିରେ
ପଛେ ହଜାର ହଜାର ଟଙ୍କା ଲୋକସାନ
ହେଉ ।
ଲଣ୍ଡନର
ଆହୁରି ଗୋଟେ କଥା ଚିର ଦିନ ମନେ
ରହେ । ସେ ହେଉଛି ଏ ସହରର ପରିଚ୍ଛନ୍ନତା
। ରାସ୍ତା ଓ ଘର ଏପରି ପରିଛନ୍ନ
ଯେ, ସେଠି
ଖଣ୍ଡେ କାଗଜ ସୁଦ୍ଧା ପାଇବ ନାହିଁ
। ଏତେ ବଡ଼ ସହର,
ଏତେ
ଜନତା, ତଥାପି
ଏତେ ପରିଷ୍କୃତ
ପରିଚ୍ଛନ୍ନ ।
ବି.ଦ୍ର. : ଶ୍ରୀ ଗୋପୀନାଥ ମହାନ୍ତି ଲିଖିତ 'ଭୌଗଳିକ କାହାଣୀ'ରୁ ସଙ୍ଗୃହିତ ।
ବି.ଦ୍ର. : ଶ୍ରୀ ଗୋପୀନାଥ ମହାନ୍ତି ଲିଖିତ 'ଭୌଗଳିକ କାହାଣୀ'ରୁ ସଙ୍ଗୃହିତ ।
No comments:
Post a Comment