ଅଶୋକଙ୍କ ରାଜ୍ୟଶାସନ ପ୍ରଣାଳୀ
କେଦାରନାଥ ମହାପାତ୍ର
ରାଣୀଙ୍କ ସହ ଅଶୋକ (ସାରନାଥଠାରେ ସ୍ଥିତ) ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ଅଶୋକ ଚନ୍ଦ୍ରଗୁପ୍ତଙ୍କ ଶାସନ ପ୍ରଣାଳୀ ଅନୁସାରେ ଦେଶ ଶାସନ କରୁଥିଲେ । ସେ ବଡ ଉଦାର, ଦୟାଳୁ ଓ ଧାର୍ମିକ ଥିଲେ । ସେ କହୁଥିଲେ, “ପ୍ରଜାମାନେ ମୋର ପୁଅ ପରି । ସେମାନଙ୍କର କୌଣସି ଦୁଃଖ କଷ୍ଟ ଓ ଅସୁବିଧା ନ ହେବା ପାଇଁ ମୁଁ ସର୍ବଦା ଚେଷ୍ଟା କରିବି । ପ୍ରଜାମାନେ ଯେ କୌଣସି ସମୟରେ, ଯେ କୌଣସି ସ୍ଥାନରେ ମୋ ପାଖକୁ ଆସି ସେମାନଙ୍କର ହାରିଗୁହାରି ଜଣାଇ ପାରିବେ । ମୁଁ ସେମାନଙ୍କର ସେବକ । ପ୍ରଜାମାନଙ୍କର ସେବା କରିବା ପାଇଁ ଓ ସେମାନଙ୍କର ଋଣ ପରିଶୋଧ କରିବା ପାଇଁ ମୁଁ ରାଜା ହୋଇ ଜନ୍ମ ହୋଇଛି ।” ରାଜ୍ୟଶାସନର ଏପରି ଉଚ୍ଚ ଆଦର୍ଶ ସମଗ୍ର ପୃଥିବୀରେ ମଧ୍ୟ ବିରଳ ।
ରାଜ୍ୟଶାସନ ପାଇଁ ସମଗ୍ର ରାଜ୍ୟ ଚାରି ଭାଗରେ
ବିଭକ୍ତ ହୋଇଥିଲା ।
ପ୍ରତ୍ୟେକ ବିଭାଗର
ଶାସନ ପାଇଁ ତାର ରାଜଧାନୀରେ ଜଣେ
ଲେଖାଁଏ ଶାସନକର୍ତ୍ତା ଥିଲେ ।
ଏହି ଚାରି ଜଣ ଶାସନକର୍ତ୍ତା,
ଜଣେ
ତକ୍ଷଶିଳାରେ, ଜଣେ
ଉଜ୍ଜୟିନୀରେ, ଜଣେ
ସୁବର୍ଣ୍ଣଗିରି (ମହୀଶୂର
ଅନ୍ତର୍ଗତ)ରେ
ଓ ଚତୁର୍ଥ ବ୍ୟକ୍ତି କଳିଙ୍ଗ
ବିଭାଗର ରାଜଧାନୀ ତୋଷାଳିରେ
ରହୁ ଥିଲେ । ତୋଷାଳି ଭୁବନେଶ୍ୱର
ନିକଟବର୍ତ୍ତୀ ଧଉଳି ବୋଲି
ପଣ୍ଡିତମାନେ ସ୍ଥିର କରିଛନ୍ତି
।
ନିଜେ ମହାରାଜା ପାଟଳୀପୁତ୍ରରେ
ରହୁଥିଲେ । ସେ ସମୟ ସମୟରେ ରାଜ୍ୟ
ଖବର ବୁଝିବା ପାଇଁ ସମଗ୍ର ରାଜ୍ୟରେ
ଗସ୍ତ କରୁଥିଲେ । ସେ ମନ୍ତ୍ରୀସଭାର
ପରାମର୍ଶରେ ରାଜ୍ୟ ଶାସନ କରୁଥିଲେ
। ଏହି ପରି ସୁଖରେ ୪୦ ବର୍ଷ ରାଜ୍ୟ
ପାଳନ କରି ସେ ଖ୍ରୀ: ପୂ:
୨୩୨ରେ
ଦେହତ୍ୟାଗ କଲେ । ପୃଥିବୀରେ
ବୌଦ୍ଧଧର୍ମ ଥିବା ପର୍ଯ୍ୟନ୍ତ
ତାଙ୍କର ନାମ ଚିରସ୍ମରଣୀୟ ହୋଇ ଥିବ ।
ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍ସ୍ ଷ୍ଟୋର୍ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।
No comments:
Post a Comment