ଗିଜୁଭାଇଙ୍କ ଶିକ୍ଷାଦର୍ଶନ - ବାଳ ମନ୍ଦିରରେ ସଙ୍ଗୀତ ଓ ଇନ୍ଦ୍ରିୟ ଶିକ୍ଷା
ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ
ମାରିଆ ମଣ୍ଟେସୋରି ବିକଶିତ କରିଥିବା ଶୈକ୍ଷଣିକ ସାମଗ୍ରୀ (ୱିକିମିଡ଼ିଆ କମନ୍ସ୍) |
ଶିକ୍ଷା
କ୍ଷେତ୍ରରେ ଗିଜୁଭାଇଙ୍କ କାମକୁ
ବିଶେଷ ପ୍ରଭାବିତ କରିଥିଲା ତାଙ୍କର
ନିଜର ଅନୁଭୂତି । ପିଲାଦିନେ ଶିକ୍ଷା
ନାଁରେ ସେ ଢେର ଯାତନା ଭୋଗିଥିଲେ
ଏବଂ ପରେ ସ୍କୁଲ ସ୍କୁଲ ବୁଲି
ବିଭିନ୍ନ ଅସୁବିଧା ଦେଖିଥିଲେ।
ନିଜର ପ୍ରୟୋଗ ମାଧ୍ୟମରେ ସେସବୁକୁ
ଦୂର କରିବା ହିଁ ତାଙ୍କର ମୂଳ
ଉଦ୍ଦେଶ୍ୟ ଥିଲା । ତାଙ୍କର ପ୍ରଥମ
ପ୍ରୟୋଗ କ୍ଷେତ୍ର ଥିଲା ଦକ୍ଷିଣାମୂର୍ତ୍ତି
ବିନୟ ମନ୍ଦିର । ପରେ ତାଙ୍କର
ଚିନ୍ତାକୁ ଆହୁରି ଆଗେଇ ନେବା
ପାଇଁ ଛୋଟ ପିଲାଙ୍କ ପାଇଁ ବାଳ ମନ୍ଦିର
ଗଢ଼ିଲେ। ଏହା ହେଲା ତାଙ୍କର ମୁଖ୍ୟ
ପ୍ରୟୋଗଶାଳା ।ଗିଜୁଭାଇଙ୍କ
ବାଳମନ୍ଦିରରେ ଶିକ୍ଷାର ମୁଖ୍ୟ
ଅଙ୍ଗ ଥିଲା ସଙ୍ଗୀତ,
ଇନ୍ଦ୍ରିୟ
ଶିକ୍ଷା, ଶାନ୍ତି
ଖେଳ, ଧନ୍ଦାମୂଳକ
ଶିକ୍ଷା, ଭାଷା
ଶିକ୍ଷା, ଗଣିତ
ଶିକ୍ଷା, ପ୍ରକୃତି
ପରିଚୟ, କାହାଣୀ,
ଚିତ୍ର,
ନାଟକ
ଓ ଖେଳ ଆଦି । ଏସବୁର ରୂପରେଖର ଆଭାସ
ତଳେ ରହିଛି ।
ସଙ୍ଗୀତ ଶିକ୍ଷା
ସଙ୍ଗୀତ
ଶିକ୍ଷାରେ ଗୀତ, ଶିଶୁଗୀତ,
ଲୋକଗୀତ,
ତାଳଲୟ
ଥିବା ଗୀତ, ଦାଣ୍ଡିଆ
ରାସ ଆଦି ମୁଖ୍ୟ ଥିଲା। ଏହା ଛଡ଼ା ନାଚ, ନାଚର
ଗୀତ, ପାରାୟଣ
ଏବଂ ରାସ ବି ଏଥିରେ ସାମିଲ ଥିଲା ।
ଗ୍ରାମୋଫୋନ ରେକର୍ଡ,
ଶାସ୍ତ୍ରୀୟ
ସଙ୍ଗୀତ ମଧ୍ୟ ସେ ଛାଡୁ ନ ଥିଲେ ।
ଗିଜୁଭାଇ ମାନସିକ ଶାନ୍ତି,
ଜୀବନର
ଆନନ୍ଦ ତଥା ବିକାଶର ପରିପ୍ରକାଶ
ପାଇଁ ସଙ୍ଗୀତକୁ ବ୍ୟବହାର କରୁଥିଲେ ।
ଭାଷା ଶିକ୍ଷାରେ ମଧ୍ୟ ଏହା କାମରେ
ଲାଗୁଥିଲା।
ଇନ୍ଦ୍ରିୟ
ଶିକ୍ଷା
ମଣ୍ଟେସୋରିଙ୍କ
ପଦ୍ଧତିକୁ ଆଖି ଆଗରେ ରଖି ଗିଜୁଭାଇ
ଇନ୍ଦ୍ରିୟ ଶିକ୍ଷା ବିକଶିତ
କରିଥିଲେ । ଡେଙ୍ଗା-ଗେଡ଼ା,
ହାଲୁକା-ଓଜନିଆ,
ଛୋଟ-ବଡ଼,
ନରମ-ଟାଣ,
ପାଲିସ-ଖଦଖଦଡ଼ିଆ
ଆଦି ଜାଣିବା ପାଇଁ ବିଭିନ୍ନ
ପ୍ରକାରର ଉପକରଣ ସେ ବାହାର କରିଥିଲେ ।
ଗରମ-ଥଣ୍ଡା
ବା ବିଭିନ୍ନ ବାସ୍ନା ଜାଣିବା
ପାଇଁ ଆଜି ଭଳି ଏତେ ଉନ୍ନତ ଉପକରଣମାନ
ସେତେବେଳେ ନ ଥିଲା । ଛୋଟ ଗିନାରେ
ଗରମ ଓ ଥଣ୍ଡା ପାଣି ରଖି ଏସବୁ କରା
ଯାଉଥିଲା । ବିଭିନ୍ନ ଶଦ୍ଦ ଜାଣିବା
ପାଇଁ ସୁନ୍ଦର ଘଣ୍ଟି ଥିଲା । ଏ
ଘଣ୍ଟିଗୁଡ଼ିକ ଆଜିକାଲି ପ୍ରାୟ
ଆଉ ମିଳୁ ନାହିଁ । ତାଳ ଲୟର ଜ୍ଞାନ
ଦେବା ପାଇଁ ଗିଜୁଭାଇ ବିଶେଷ
ଚେଷ୍ଟା କରୁଥିଲେ ।
No comments:
Post a Comment