ଗାନ୍ଧୀଜୀଙ୍କର ଶିକ୍ଷାବିଚାର: 'ଜାତୀୟ ବିଶ୍ୱବିଦ୍ୟାଳୟ'
ଅନୁବାଦକ - ଚିତ୍ତରଞ୍ଜନ ଦାସ
୧୯୧୩ରେ ସୋନିଆ ସ୍ଲେସିନ୍ ଓ ହର୍ମାନ୍ କାଲେନ୍ବାକ୍ଙ୍କ ସହ ଗାନ୍ଧୀ ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ଆଜି ଜାତୀୟ ବିଶ୍ୱବିଦ୍ୟାଳୟ
ଇଂରେଜମାନଙ୍କର ଅତ୍ୟାଚାର ବିରୋଧରେ
ପ୍ରତିବାଦ ଓ ଜାତୀୟ ମର୍ଯ୍ୟାଦାକୁ
(ବିଦେଶୀ
ଆମନ୍ତ୍ରଣରୁ)
ସଂରକ୍ଷଣ
ଉଦ୍ଦେଶ୍ୟରେ ଦଣ୍ତାୟମାନ ଆଦର୍ଶରୁ ପ୍ରେରଣା
ପାଉଅଛି । ଏହି ବିଶ୍ୱବିଦ୍ୟାଳୟ
ପରମେଶ୍ୱରଙ୍କ ସତ୍ତାରେ ଏପରି
ଏକ ବିଶ୍ୱାସର ପ୍ରତୀକ ଯାହା
ହିନ୍ଦୁମାନଙ୍କର ଧର୍ମ ଏବଂ
ମୁସଲମାନଙ୍କର ଇସଲାମ୍ । ଅନ୍ୟାୟ
ଭାବରେ ବିସ୍ତୃତ ଗର୍ଭରେ ନିକ୍ଷିପ୍ତ
ଭାରତୀୟ ଭାଷାଗୁଡ଼ିକ ଉଦ୍ଧାର
କରି ସେଗୁଡ଼ିକ ରାଷ୍ଟ୍ରୀୟ
ପୁନଜୀବନ ଓ ଭାରତୀୟ ସଂସ୍କୃତିର
ନିର୍ଝରିଣୀରେ ପରିଣତ କରିବାକୁ
ଏହି ବିଶ୍ୱବିଦ୍ୟାଳୟ ଚାହେଁ ।
ଜୀବନ ପାଇଁ ପୂର୍ଣ୍ଣାଙ୍ଗ ଶିକ୍ଷା
ଉଦ୍ଦେଶ୍ୟରେ ଏସିଆର ସଂସ୍କୃତିସମୂହ
ସମ୍ୱନ୍ଧରେ ଧାରାବାହିକ ଅଧ୍ୟୟନ
ପାଶ୍ଚାତ୍ୟ ବିଜ୍ଞାନର ଅଧ୍ୟୟନ
ଅପେକ୍ଷା ଊଣା ଆବଶ୍ୟକ ନୁହେଁ
ଏହା ବିଶ୍ୱବିଦ୍ୟାଳୟ ମନେ କରେ
।
ଜାତି ପାଇଁ ଶକ୍ତିର ଉତ୍ସ
କେଉଁଠାରେ ନିହିତ ଅଛି ,ତାହା
ଆବିଷ୍କାର କରିବା ପାଇଁ ସଂସ୍କତ, ଆରବୀ, ପାର୍ଶୀ, ପାଲୀ
ଓ ମାଗଧୀ ଭାଷାଗୁଡ଼ିକରେ ଥିବା
ବିଶାଳ ରତ୍ନଭଣ୍ତାରକୁ ତନ୍ନତନ୍ନ
ଅନୁସନ୍ଧାନ କରି ଦେଖିବାକୁ ହେବ
। ପ୍ରାଚୀନ ସଂସ୍କୃତିକୁ ନେଇ
ବଞ୍ଚିବା କିମ୍ୱା ତାହାର ପୁନରାବୃତ୍ତି
କରିବା ଏହି ବିଦ୍ୟାପୀଠର ଲକ୍ଷ୍ୟ
ନୁହେଁ । ଅତୀତର ଐତିହ୍ୟ ଓ ପରବର୍ତ୍ତୀ
କାଳର ଅନୁଭୂତିର ସମୃଦ୍ଧିକୁ
ଭିତ୍ତି କରି ଏବଂ ଏହା ଏକ ନୂତନ
ସଂସ୍କୃତ ରଚନା କରିବାକୁ ଇଚ୍ଛା
କରେ । ଯେଉଁ ସବୁ ସଂସ୍କୃତି ଭାରତରେ ସ୍ଥାୟୀ ହୋଇ ଗଲାଣି ବୋଲି ବିବେଚିତ ହେଉଅଛି, ଯେଉଁଗୁଡ଼ିକ ଭାରତୀୟ ଜୀବନକୁ
ପ୍ରଭାବିତ କରିଅଛି, ଏବଂ ଅପର ପକ୍ଷରେ ଏହି ଦେଶର ଆଧ୍ୟାତ୍ମିକ ଚିନ୍ତା ଦ୍ୱାରା ପ୍ରଭାବିତ ହୋଇଅଛି, ସେହି
ସବୁ ବିଭିନ୍ନ ସଂସ୍କୃତିର ସମନ୍ୱୟ
ଏହାର କାମ୍ୟ ଅଟେ । ଏହି ସମନ୍ୱୟ
ସ୍ୱାଭାବିକ ଭାବରେ ସ୍ୱଦେଶୀ
ଧରଣର ହେବ ଓ ଏଠାରେ ପ୍ରତ୍ୟେକ
ସଂସ୍କୃତିକୁ ତାହାର ଯଥାଯୋଗ୍ୟ
ମର୍ଯ।ଦା ମିଳିବ ।
ଯେଉଁ ଆମେରିକା
ଦେଶୀୟ ନମୁନାରେ ଗୋଟିଏ ଶକ୍ତିଶାଳୀ
ସଂସ୍କୃତି ଅନ୍ୟଗୁଡ଼ିକୁ ଗ୍ରାସ
କରିଦିଏ ଏବଂ ଯେଉଁଠାରେ ସ୍ୱେଚ୍ଛାକୃତ
ଐକ୍ୟ ପରିବର୍ତ୍ତେ ଏକ ପ୍ରକାର
ଅସ୍ୱାଭାବିକ ଓ ବାଧ୍ୟତାମୂଳକ ଏକକୀକରଣ ପ୍ରତିଷ୍ଠିତ ହୋଇଛି, ଆମେ
ସେ ଧରଣର ସମନ୍ୱୟ ଚାହୁଁ ନାହିଁ
। ସେଥି ଲାଗି ଆମର ବିଶ୍ୱବିଦ୍ୟାଳୟ
ଚାହେଁ ଯେ, ଛାତ୍ରମାନେ ସମସ୍ତ
ଭାରତୀୟ ଧର୍ମ ଅଧ୍ୟୟନ କରନ୍ତୁ । ଏହି ରୂପେ ହିନ୍ଦୁମାନେ କୋରାନ୍
ଶରୀଫ୍ ପାଠ କରିବାର ସୁଯୋଗ ପାଇବେ
ଏବଂ ହିନ୍ଦୁ ଶାସ୍ତ୍ରଗୁଡ଼ିକରେ
କଅଣ ଲେଖାଅଛି ତାହା ମୁସଲମାନମାନେ
ଜାଣିବାର ସୁଯୋଗ ପାଇବେ ।
ଯଦି
ବିଶ୍ୱବିଦ୍ୟାଳୟ କିଛି ବର୍ଜନ
କରିଛି, ତେବେ ତାହା ହେଉଛି,
ଯେଉଁ
ମନୋବୃତ୍ତି ମାନବ ସମାଜର କୌଣସି ଅଂଶକୁ ସ୍ଥାୟୀ ରୂପେ ଅସ୍ପୃଶ୍ୟ ବୋଲି ମନେ କରେ, ସେହି ମନୋବୃତ୍ତିର ବର୍ଜନ । ଯେଉଁ
ହିନ୍ଦୁସ୍ଥାନୀ ଭାଷା ସଂସ୍କୃତ,
ହିନ୍ଦୀ
ଓ ପାର୍ସୀ ଶବ୍ଦଯୁକ୍ତ ଉର୍ଦ୍ଦୁର
ରାଷ୍ଟ୍ରୀୟ ସମ୍ମିଶ୍ରଣ,
ତାହାର
ଅଧ୍ୟୟନକୁ ଏଠାରେ ବାଧ୍ୟତାମୂଳକ
କରା ଯାଇଛି । କେବଳ ଧର୍ମ,
ରାଜନୀତି
ଓ ଇତିହାସ ଜରିଆରେ ନୁହେଁ, ମାତ୍ର
ବୃତ୍ତିମୂଳକ ଶିକ୍ଷା ଜରିଆରେ
ସ୍ୱାଧୀନତାର ସ୍ଫୃହାକୁ ପରିପୁଷ୍ଟ
କରିବାକୁ ହେବ । ବୃତ୍ତିମୂଳକ
ଶିକ୍ଷା ଦେଶର ଯୁବକ ଯୁବତୀମାନଙ୍କ
ମନରେ ଅର୍ଥନୈତିକ ସ୍ୱାଧୀନତା
ଓ ଆତ୍ମସମ୍ମାନ ବୋଧର ଦୃଢ଼ତା
ଆଣି ଦେବ ।
ବିଶ୍ୱବିଦ୍ୟାଳୟ ଆଶା କରେ
ଯେ, ମଫସଲ ଅଞ୍ଚଳରେ ଉଚ୍ଚ ବିଦ୍ୟାଳୟମାନ
ପ୍ରତିଷ୍ଠା କରି ଶିକ୍ଷା ବିସ୍ତାର
କରିବ ଏବଂ ଏହି ରୂପେ ଯଥାସମ୍ଭବ
ଶୀଘ୍ର ଉପର ସ୍ତରରୁ ଲୋକ ସାଧାରଣ
ମଧ୍ୟକୁ ସଞ୍ଚରିଯିବ । ଗୁଜୁରାତୀ
ଭାଷାକୁ ଶିକ୍ଷାର ମାଧ୍ୟମ କରିବା
ଫଳରେ ଏହି ପ୍ରକିୟା ସହଜ ହେବ ଏବଂ
ଅନତିବିଳମ୍ୱରେ ଶିକ୍ଷିତ ଓ
ଅଶିକ୍ଷିତଙ୍କ ମଧ୍ୟରେ ଥିବା ଆତ୍ମଘାତୀ ବ୍ୟବଧାନ ବି ଦୂରିତ ହେବ । ସମ୍ଭ୍ରାନ୍ତ ଶ୍ରେଣୀକୁ ଶିଳ୍ପ ଶିକ୍ଷା, ଏବଂ ଶ୍ରମିକ ଶ୍ରେଣୀକୁ ପୁସ୍ତକଗତ ଶିକ୍ଷା ଦେବା ଫଳରେ ଉଭୟ ଶ୍ରେଣୀ ମଧ୍ୟରେ ଥିବା ଧନ
ବିତରଣର ଅସମାନତା ଏବଂ ତଦ୍ଜନିତ ସାମାଜିକ ଅସନ୍ତୋଷ ବହୁ ପରିମାଣରେ
ବାଧାପ୍ରାପ୍ତ ହେବ ।
ସରକାରୀ
ବିଶ୍ୱବିଦ୍ୟାଳୟଗୁଡ଼ିକର ସବୁଠାରୁ ବଡ଼ ତ୍ରୃଟି ହେଉଛି,
ସେଗୁଡ଼ିକର
ବିଦେଶୀ ନିୟନ୍ତ୍ରଣ ଓ ବଡ଼ ଚାକିରୀ
ସମ୍ୱନ୍ଧୀୟ ଭ୍ରମାତ୍ମକ ମୂଲ୍ୟବୋଧ
। ଗୁଜୁରାଟ ବିଶ୍ୱବିଦ୍ୟାଳୟ
ସରକାର ସହିତ ଅସହଯୋଗ କରିବା
ହେତୁରୁ, ତାହାର ନିଜ ପଦ୍ଧତିରୁ
ଏହି ଦୁଇଟିଯାକ ଦୋଷ ସ୍ୱତଃ ଦୂର
କରି ଦେଇଛି । ଯଦି ବିଶ୍ୱବିଦ୍ୟାଳୟର
ପ୍ରତିଷ୍ଠାତା ଓ ପୃଷ୍ଠପୋଷକଗଣ
ସରକାର ସ୍ୱଦେଶୀ ହେବା ପର୍ଯ୍ୟନ୍ତ
ଏହି ପ୍ରତିଜ୍ଞାରେ ଦୃଢ଼ ରହନ୍ତି,
ତେବେ
ରାଷ୍ଟ୍ରୀୟ ଆଦର୍ଶ ଓ ରାଷ୍ଟ୍ରୀୟ
ଆବଶ୍ୟକତାର ପୃଷ୍ଠ ଧାରଣା ପୋଷଣ
କରିବା ଦିଗରେ ଏହା ବିଶେଷ ସହାୟକ
ହେବ ।
No comments:
Post a Comment