ଗାନ୍ଧୀଜୀଙ୍କର ଶିକ୍ଷାବିଚାର: 'ଶିକ୍ଷାର ପ୍ରସାର କାହିଁକି ?'
ଅନୁବାଦକ - ଚିତ୍ତରଞ୍ଜନ ଦାସ
ଗୋପାଳକୃଷ୍ଣ ଗୋଖଲେ (୧୮୬୬ - ୧୯୧୫) ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ଫସଲ
ତ ବହୁତ ବେଶୀ ହୋଇଛି;
ମାତ୍ର
କାଟିବାକୁ ଲୋକ ଅଳ୍ପ ଅଛନ୍ତି ।
କର୍ମୀମାନଙ୍କର ଅଭାବରୁ ଅନେକ
କାର୍ଯ୍ୟ ପଡ଼ି ରହିଛି ଏବଂ ପ୍ରତ୍ୟେକ
କାର୍ଯ୍ୟ ଅତ୍ୟାବଶ୍ୟକ ଅଟେ ।
ମାତ୍ର କେଉଁ କାର୍ଯ୍ୟ ଆଗେ କରିବା
ଉଚିତ ଏହା ବାଛିବାକୁ ହେଲେ ଭାରତୀୟ
ମାନଙ୍କ ମଧ୍ୟରେ ଶିକ୍ଷାପ୍ରସାର
ସର୍ବପ୍ରଥମ ସ୍ଥାନ ପାଇବ ।
ବର୍ତ୍ତମାନ
ବଡ଼ଦିନର ଛୁଟି ପଡ଼ିଛି । ଚଳିତ
ବର୍ଷଟି ଶୀଘ୍ର ସରିଯିବ । ଯେଉଁ
ବ୍ରିଟିଶ ଭାରତୀୟମାନେ ଏହି ଲେଖା
ପଢ଼ିବେ ସେମାନଙ୍କ ମଧ୍ୟରୁ
ଅନେକଙ୍କ ପାଇଁ ଏହି ଦିନଟି ଗମ୍ଭୀର
ଆଧ୍ୟାତ୍ମିକ ଚିନ୍ତନର ଦିନ ହେବା ହେବା ଉଚିତ । କାରଣ ଖ୍ରୀଷ୍ଟିଆନ୍ମାନଙ୍କ
ପାଇଁ ଏହା ପବିତ୍ର ଅଟେ । ଯେଉଁ
ଭାରତୀୟ ଯୁବକମାନେ ଦକ୍ଷିଣ
ଆଫ୍ରିକାରେ ଜନ୍ମଗ୍ରହଣ କରିଛନ୍ତି
ଏଠାରେ ପ୍ରତିପାଳିତ ହୋଇଛନ୍ତି
ଓ ଏହାକୁ ନିଜର ଘର କରି ସାରିଛନ୍ତି, ସେମାନଙ୍କୁ ହୃଦୟର କୋମଳତମ
ତନ୍ତ୍ରୀକୁ ଏହା ଝଙ୍କୃତ କରିବା
ଉଚିତ । ଅନେକ ପିତାମାତା ନିଜେ
ନିରକ୍ଷର ଅଟନ୍ତି । ସେମାନଙ୍କ
ଠାରେ ସେମାନଙ୍କର ଶିକ୍ଷିତ
ସନ୍ତାନମାନେ ବିଶେଷ ଋଣୀ । ଶିକ୍ଷା
ଓ ସଂସ୍କୃତି ଏବଂ ଏହି ଦୁଇ ଶବ୍ଦ
ଦ୍ୱାରା ବ୍ୟକ୍ତି ବିଷୟଗୁଡ଼ିକ
ଆବଶ୍ୟକତା ପୂରଣ ପାଇଁ ନିଜର ସେହି
ଦେଶବାସୀମାନଙ୍କ ନିମିତ୍ତ
ବିନିମୟରେ ଶିକ୍ଷିତ ଲୋକେ କଅଣ
କରିପାରିବେ ?
ଭାରତୀୟ
ଯୁବକମାନଙ୍କର ଶିକ୍ଷା ଯେ ବହୁତ
ଅବହେଳିତ ହୋଇଛି ଏହା ସତ, ଏବଂ ଏହା
ଆମେ ଆଲୋଚନା କରିସାରିଛୁ । ଯାହା
ସାମାନ୍ୟ କିଛି କାର୍ଯ୍ୟ ହେଉଛି,
ତାହା
ଖ୍ରୀଷ୍ଟିଆନ ପାଦ୍ରୀମାନଙ୍କ
ଦ୍ୱାରା ଚାଲିଛି । ସେଥିରେ ଦକ୍ଷିଣ
ଆଫ୍ରିକା ସରକାରଙ୍କର ଆଂଶିକ
ସାହାର୍ଯ୍ୟ ଅଛି ।
ଏପରି ଗୋଟିଏ ସୁ୍ଦ୍ଧା ଉଲ୍ଲେଖଯୋଗ୍ୟ ସ୍କୁଲ ନାହିଁ ଯାହା ଭାରତୀୟ ମାନଙ୍କ ଦ୍ୱାରା ଚଳୁଅଛି । ଏ ଗୋଟିଏ ଏପରି କ୍ଷେତ୍ର ଯେଉଁଠାରେ ସରକାର ପ୍ରଥମେ ଅଗ୍ରସର ହୁଅନ୍ତୁ ବୋଲି ଆମେ ଆଶା କରିବୁଁ । ପରନ୍ତୁ ନିଜର ଗୋଡ଼ ଉପରେ ଦୃଢ଼ ଭାବେ ଠିଆ ହେବା ଆବଶ୍ୟକ ଅଟେ । ଏହା କେବଳ ଟଙ୍କାପଇସାର ପ୍ରଶ୍ନ ନୁହେଁ । ଆତ୍ମତ୍ୟାଗୀ ଯୁବକମାନେ ଯଥେଷ୍ଟ ସଙ୍ଖ୍ୟାରେ ଶିକ୍ଷାକାର୍ଯ୍ୟ ପାଇଁ ନିଷ୍କାମ ଭାବରେ ନିଜକୁ ସମର୍ପଣ କରିଦେବା ପ୍ରଥମ ଆବଶ୍ୟକତା ଅଟେ । ମୋତେ ଏହା ଗୋଟିଏ ଅନିବାର୍ଯ୍ୟ ସର୍ତ୍ତଭଳି ଜଣା ପଡ଼ୁଛି । ଇଉରୋପରେ ରୋମାନ୍ କ୍ୟାଥିଲିକ୍ ସମ୍ପ୍ରଦାୟରୁ ସର୍ବୋତ୍ତମ ଶିକ୍ଷକମାନେ ବାହାରିଛନ୍ତି । କାରଣ ସେହି ଶିକ୍ଷକମାନେ ବେତନ ନେଉ ନାହାନ୍ତି କିମ୍ୱା ନେବାର ଆଶା କରୁ ନାହାନ୍ତି । ବର୍ମାର ଶିକ୍ଷକମାନେ ସ୍ୱୟଂସେବକ ହୋଇଥିବାରୁ ବର୍ମାର ବାଳକ ବାଳିକାମାନଙ୍କୁ ସେଠାରେ ବିଚାର ଅନୁସାରେ ପୂର୍ଣ୍ଣ ଶିକ୍ଷା ମିଳୁଛି । ପ୍ରାଚୀନ ଭାରତର ମଧ୍ୟ ଏହି ପ୍ରଥା ଅନୁସୁତ ହେଉଥିଲା ଏବଂ ଆଜି ମଧ୍ୟ ଗାଁର ପାଠଶାଳାର ଗୁରୁ ଦରିଦ୍ର ଅଟନ୍ତି । ଅଧ୍ୟାପକ ଗୋଖଲେ ଓ ପରାଞ୍ଜପେ ପୁନାର ଯେଉଁ ଫର୍ଗୁସନ କଲେଜର ଜ୍ୟୋତିର୍ମୟ ନକ୍ଷତ୍ର ଅଟନ୍ତି, ସେମାନେ ଆଧୁନିକ ରୂପରେ ସେହି ପୁରାତନ ପ୍ରଥାର ପୁନର୍ଜୀବନର ଉଦାହରଣ ଅଟନ୍ତି ।
ଦକ୍ଷିଣ ଆଫ୍ରିକାର ଯୁବକମାନଙ୍କ
ଆଗରେ କର୍ତ୍ତବ୍ୟ ସରଳ ଓ ସୁସ୍ପଷ୍ଟ
ଅଟେ । ସେମାନଙ୍କର ସମ୍ମୁଖରେ
ଯେଉଁ କାର୍ଯ୍ୟ ପଡ଼ିରହିଛି ତାହା
ଦିନକର ବା କେତେ ମାସର ନୁହେଁ, ମାତ୍ର
ବହୁ ବର୍ଷ ପାଇଁ ଏବଂ କଠିନ ପରିଶ୍ରମ
ବ୍ୟତିରେକେ ତାହା ପୁରା ହୋଇପାରିବ
ନାହିଁ । ସେମାନେ କେବଳ ଦାରିଦ୍ର୍ୟରେ
ସନ୍ତୁଷ୍ଟ ହୋଇ ରହିଲେ ଯଥେଷ୍ଟ
ହେବ ନାହିଁ । ଏହି କାର୍ଯ୍ୟ ପାଇଁ
ସେମାନେ ନିଜକୁ ଉତ୍ତମ ରୂପେ
ଶିକ୍ଷିତ କରାଇବା ଆବଶ୍ୟକ । ଏହି
ଲକ୍ଷ୍ୟରେ ପହଞ୍ଚିବାକୁ ଅନ୍ୟ
ସିଧା ବାଟ ନାହିଁ । ତାହା ବୋଲି
ନିରାଶ ହେବାର କାରଣ ନାହିଁ । ଯଦି
ଜଣେ ସୁଦ୍ଧା ଯୁବକ ନିଜର ଜୀବନ
ଭାରତୀୟ ବାଳକମାନଙ୍କର ଉନ୍ନତି
ପାଇଁ ଅର୍ପଣ ସ୍ଥିର କରିବାକୁ
କରେ, ତେବେ
ସେ ଏହି କାର୍ଯ୍ୟକୁ ନିର୍ବାହ
କରିପାରିବ ।... ଅନ୍ୟ ଲୋକେ ଆସିବେ ଓ କାମ ଆରମ୍ଭ
କରିବେ, ଏହି
ଅପେକ୍ଷାରେ କେହି ବସି ରହିବା
ଅନୁଚିତ । ଅନ୍ୟ କୌଣସି ଧନ୍ଦା
ଏତେ ପବିତ୍ର ନୁହେଁ ।
ଗୋଟିଏ
ସଂସ୍କୃତ ଶ୍ଲୋକରେ ଅଛି:
ବିଦ୍ୱତ୍ୱଂ
ଚ ନୃପତ୍ୱଂ ତ ନୈବତୁଲ୍ୟ କଦାତନ
ସ୍ୱଦେଶେ ପୂଜ୍ୟତେ ରାଜା ବିଦ୍ୱାନ୍ ସର୍ବସ୍ତ୍ର ପୂଜ୍ୟତେ ।
ସ୍ୱଦେଶେ ପୂଜ୍ୟତେ ରାଜା ବିଦ୍ୱାନ୍ ସର୍ବସ୍ତ୍ର ପୂଜ୍ୟତେ ।
ଧନ ଖର୍ଚ୍ଚ କଲେ ସରିଯାଏ; ମାତ୍ର ବିଦ୍ୟା ଅନ୍ୟକୁ ଦାନ କଲେ ବଢ଼େ ।
ଶ୍ରୀ ଦାଦାଭାଇ ନୌରୋଜୀଙ୍କର ଓ ନିଜର ଅଭିନନ୍ଦନ ଉତ୍ସବରେ ଅବସରରେ ଲଣ୍ତନ ଇଣ୍ତିଆନ୍ ସୋସାଇଟି ଆଗରେ ଅଧ୍ୟାପକ ଗୋଖଲେ ଯେଉଁ ଭାଷଣ ଦେଇଥିଲେ ମୁଁ ସେହି ଜ୍ଞାନଗର୍ଭକ ଉକ୍ତି ପ୍ରତି ଭାରତୀୟ ଯୁବକମାନଙ୍କର ଧ୍ୟାନ ମୋର ନିବେଦନର ଦ୍ୱାରା ଆକର୍ଷଣ କରୁଅଛି । ଭାରତର ସେହି ପିତାମହଙ୍କର ମହାନ୍ ଉଦାହରଣ ଶ୍ରୋତାମାନଙ୍କୁ ସ୍ପଷ୍ଟ କରିଦେବା ପରେ ସେ କହିଥିଲେ -
“ଆମ୍ଭେ ଭୁଲିଯିବା ଅନୁଚିତ ଯେ ଆମକ ଚତୁଃପାର୍ଶ୍ୱରେ ଆପଣାର ଭୂମିକା ପୂରା କରିବାକୁ ଚାହୁଁ ଥାଉଁ ତେବେ ନିଜକୁ ଯୋଗ୍ୟ କରି ଦେଖାଇବାକୁ ହେବ । ମୋର ଧାରଣା ଯେ ଆମର କେତେକ ଯୁବକ ଦେଶସେବା ପାଇଁ ସର୍ବସ୍ୱ ଉତ୍ସର୍ଗ କରିଦେବାର ସମୟ ଆସିଗଲାଣି । ଆମ ଆଗରେ ଯେଉଁ ବିଶାଳ କର୍ତ୍ତବ୍ୟ ରହିଛି , ତାହାପାଇଁ ଏହା ବିରାଟ ଅହ୍ନାନ । ଯଦି ଆମ୍ଭେମାନେ ନିଜନିଜର ଧନ୍ଦାରେ ଲାଗି ରହିବୁଁ, ଆମର ଧ୍ୟାନ ମୁଖ୍ୟତଃ ବ୍ୟକ୍ତିଗତ ସ୍ୱାର୍ଥରେ ଲଗାଇବୁ ଏବଂ ଦେଶକୁ ତାହାର ଭାଗ୍ୟପଥରେ ଛାଡ଼ି ଦେବୁ, ତେବେ କାର୍ଯ୍ୟ ଯେଉଁ ଗତିରେ ଚାଲିଛି ତାହାଠାରୁ ଆଉ ଶୀଘ୍ର ଚାଲିବ ନାହିଁ ଏବଂ ଆମର ଆଉ ଅଭିଯୋଗ କରିବାର ଅଧିକାର ନ ଥିବ । ମୋ ମତରେ ଶିକ୍ଷାର ତାତ୍ପର୍ଯ୍ୟ ଶିକ୍ଷାର ପ୍ରାରମ୍ଭି୍କ ବିଷୟଗୁଡ଼ିକ ନୁହେଁ, ମାତ୍ର ନିଜର ଅଧିକାର, ନିଜର ପାଉଣା ଓ ଏହି ଅଧିକାର ସହିତ ଯେଉଁ ଦାୟିତ୍ୱ ଜଡ଼ିତ ଅଛି, ସେହି ଦାୟିତ୍ୱବୋଧ ଉପଲବ୍ଧି କରିବା । ଯେପର୍ଯ୍ୟନ୍ତ ଏ ଧରଣର ଶିକ୍ଷା ସର୍ବସାଧାରଣ ଲୋକଙ୍କ ମଧ୍ୟରେ ବିଶେଷ ପ୍ରଚାର ନ ହୋଇଛି, ସେ ପର୍ଯ୍ୟନ୍ତ ଆମର ଆଶା ତୁଚ୍ଛା ଆଶାରେ ହିଁ ରହିଥିବ । ଏଥି ପାଇଁ ଆମର ସମସ୍ୟାର ଏକମାତ୍ର ସମାଧାନ ହେଉଛି ଯେ, ଆମେ ଏହି୍ ଶିକ୍ଷାର ପରମ ଆବଶ୍ୟକତାକୁ ଉତ୍ତମ ରୂପେ ଉପଲବ୍ଧ କରୁଁ । ଏବଂ ଆମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ଏହାକୁ ପ୍ରସାର କରିବାକୁ ଯୋଗ୍ୟ, ସେମାନେ ନିଜର କର୍ତ୍ତବ୍ୟ ବୁଝି ଅଗ୍ରସର ହେଉନ୍ତୁ ଓ ଏହି କାର୍ଯ୍ୟକୁ ନିଜ କାନ୍ଧକୁ ନିଅନ୍ତୁ ।... କାରଣ ଆମେ ନିଜେ ବଡ଼ବଡ଼ ନ ହେଲେ ଆମ ସଙ୍ଖ୍ୟା ଏତେ ଅଧିକ ଯେ, ସଂସାରରେ କୌଣସି ଶକ୍ତି ଆମର ପ୍ରଗତିକୁ ବାଧା ଦେଇ ପାରିବ ନାହିଁ ।”
ମନେ ରଖିବା ଉଚିତ ଯେ, ଯେଉଁ ସତ୍ୟ ଅଧ୍ୟାପକ ଗୋଖେଲ ଏହି ପଦ ଗୁଡ଼ିକରେ ବ୍ୟକ୍ତି କଲେ, ସେ ଜୀବନରେ ତଦନୁରୂପ କୋଡ଼ିଏ ବର୍ଷ ଆଚରଣ କରି ସାରିଛନ୍ତି ଏବଂ ତାଙ୍କ କଥାରେ ଏପରି ଗୋଟିଏ ସୁଦ୍ଧା ବାକ୍ୟ ନାହିଁ, ଯାହା ଦକ୍ଷିଣ ଆଫ୍ରିକାର ଭାରତୀୟମାନଙ୍କ ପ୍ରତି ପ୍ରଯୁଜ୍ୟ ହୋଇ ନ ପାରେ । ତେବେ କଅଣ କେହି ସମୟର ଅହ୍ନାନକୁ ଶୁଣି ଆଗକୁ ଆସିବେ ? ଯେଉଁ ଫସଲ ପାଚି ଯାଇ କଟା ହେବାକୁ ପ୍ରସ୍ତତ ଅଛି, ତାହା ପ୍ରଚୁର ଓ ସମୃଦ୍ଧ ଅଟେ ।
- ଇଣ୍ତିଆନ୍ ଓପିନିଅନ୍, ତା୨୩-୧୨-୧୯୦୫ରିଖ
No comments:
Post a Comment