ଗିଜୁଭାଇଙ୍କ ଶିକ୍ଷାଦର୍ଶନ - ବାଳ ମନ୍ଦିରରେ ଭାଷା ଓ ଗଣିତ ଶିକ୍ଷା
ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ
ଗଣିତ ଶିକ୍ଷାରେ ବ୍ୟବହାର ହେଉଥିବା ଆବାକସ୍ର ଚିତ୍ର (ୱିକିମିଡିଆ କମନ୍ସ୍) |
ଭାଷା
ଶିକ୍ଷା: ମଣ୍ଟେସୋରୀ
ପଦ୍ଧତିରେ ଗୁଜୁରାଟୀ ଭାଷା
ଶିଖାଇବା ପାଇଁ ଗିଜୁଭାଇ ବହୁତ
ଚେଷ୍ଟା କରିଥିଲେ ଏବଂ ସଫଳ ମଧ୍ୟ
ହୋଇଥିଲେ। ଶିକ୍ଷକଙ୍କ ସହ ପିଲାଙ୍କ
କଥୋପକଥନ, କାହାଣୀ,
ଲୋକନାଟକ,
ଶିଶୁଗୀତ,
ଲୋକଗୀତ,
ଅଭିନୟ
ଗୀତ ଆଦି ଉପାୟରଗୁଡ଼ିକୁ ଗିଜୁଭାଇ ଭାଷା ଶିକ୍ଷା ଦେବା ପାଇଁ ବ୍ୟବହାର କରୁଥିଲେ।
ଗଣିତ
ଶିକ୍ଷା: ଗଣିତ
ଶିକ୍ଷା ପ୍ରତି ଗିଜୁଭାଇଙ୍କର
ପିଲାଦିନୁ ଆଗ୍ରହ ନ ଥିଲା। ତେଣୁ
ସେ ଭାଷା ଶିକ୍ଷା ଦିଗଟିକୁ ଯେତେ
ସୁନ୍ଦର ଭାବରେ ବିକଶିତ କରିଥିଲେ,
ଗଣିତ
ଶିକ୍ଷା ପାଇଁ ସେପରି କିଛି
କରି ନ ଥିଲେ। ନିଜର ଏହି ଦୁର୍ବଳତା
ପ୍ରତି ସଚେତନ ଥିବାରୁ ସେ ଗାନ୍ଧିଜୀଙ୍କ
ଆଶ୍ରମରୁ ବିଖ୍ୟାତ ଗାଣିତିକ
ଶ୍ରୀ ହରିହର ଭାଇ ଭଟ୍ଟଙ୍କୁ
ଆଣିଥିଲେ ଓ ଗଣିତ ଶିକ୍ଷାର ଦାୟିତ୍ୱ
ତାଙ୍କୁ ଦେଇଥିଲେ। ଦଶମିକ ଶିକ୍ଷାର
ଉପକରଣ, ଏକକ
ଦଶକର ସାରଣୀ, ଶହର
ବର୍ଗ, ହଜାରର
ଘନ ଆଦି ଶିଖାଇବା ପାଇଁ ଉନ୍ନତ
ଉପକରଣ ଗିଜୁଭାଇଙ୍କ ପରେ ବିକଶିତ
ହୋଇଛି। ସେ ସମୟରେ ଏସବୁ ନ ଥିଲା ।
ଗିଜୁଭାଇଙ୍କ ଛାତ୍ରମାନେ କହନ୍ତି
ଯେ, ସେମାନଙ୍କୁ ଭାଷା ଶିଖିବାରେ
ଯେତେ ମଜା ମିଳୁଥିଲା ଗଣିତ ଶିଖିବାରେ
ସେତେ ମଜା ମିଳୁନଥିଲା।
ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥାଙ୍କ ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପା ଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡ଼ିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ପୁସ୍ତକଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇ ଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।
No comments:
Post a Comment