Monday, March 13, 2017

ପିଲାଙ୍କ ପାଇଁ କବିତା - 'ବିଲୁଆ ନନା'


କବି - ଜଗନ୍ନାଥ ପ୍ରସାଦ ଦାସ 


ବିଲୁଆ ନନାର ନାନା ଭାବନା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଖରା ହେଉଥିଲା ବର୍ଷା ହେଉଥିଲା
ବରବେଶ ହୋଇ ବିଲୁଆ ନନା
ବାହା ହେବ ବୋଲି ବାହାରିବା ବେଳେ
କିଏ ସେ କହିଲା ପଛକୁ ଅନା ।

ପଛକୁ ଅନାଇ ବିଲୁଆ ଦେଖିଲା
ଘରଟି ତାହାର ଗଲାଣି ପୋଡ଼ି
ଠିକ କଲା ତେଣୁ ଏଥର ସେ ଯିବ
ଫାୟାର ବ୍ରିଗେଡ଼୍ ଗାଡ଼ିରେ ଚଢ଼ି । 

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

No comments:

Post a Comment