ଗିଜୁଭାଇଙ୍କ ଶିକ୍ଷାଦର୍ଶନ - ବାଳମନ୍ଦିରରେ କାହାଣୀ, ନାଟକ ଓ ଚିତ୍ରକଳା
ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
କାହାଣୀ:
ଗିଜୁଭାଇ
ସବୁବେଳେ କହୁଥିଲେ ଯେ, ଲୋକକଥା
ଏବଂ ଶିଶୁଗଳ୍ପ ପିଲାର ବିକାଶ
ପାଇଁ ବହୁତ ଉପଯୋଗୀ । ଅନେକ
ପାଶ୍ଚାତ୍ୟ ଗପ ପଢ଼ିବା ପରେ ତାଙ୍କର
ଏହି ଧାରଣା ଆହୁରି ଦୃଢ଼ ହୋଇଥିଲା ।
ସେ ନିଜେ ମଧ୍ୟ ଖୁବ୍ ସୁନ୍ଦର ଗପ
କହି ପାରୁଥିଲେ । ଅନୁଶାସନ ପାଇଁ
ଗିଜୁଭାଇ ପ୍ରଥମ ଦିନରୁ ହିଁ
କାହାଣୀର ପ୍ରଚଳନ ଆରମ୍ଭ କରିଥିଲେ ।
ସେ ଅନେକ ଆଡ଼ୁ ଶିଶୁଗଳ୍ପ ସବୁ
ସଙ୍ଗ୍ରହ କରିଥିଲେ । ପିଲାମାନେ
ବହୁତ ଖୁସିରେ ଏସବୁ ଗପ ଶୁଣୁଥିଲେ ।
ଶିଶୁନାଟକ:
ଗିଜୁଭାଇଙ୍କ
ବାଳମନ୍ଦିରର ଆଉ ଗୋଟିଏ ବିଶେଷତା
ହେଉଛି, ଶିଶୁନାଟକ ଆୟୋଜନ କରିବା ।
ସେ ବାଳ-ରଙ୍ଗମଞ୍ଚ
ସ୍ଥାପନ କରି ଶିଶୁଶିକ୍ଷା କ୍ଷେତ୍ରରେ
ଏକ ନୂଆ ମୋଡ଼ ଆଣିଥିଲେ । ରଙ୍ଗମଞ୍ଚରେ
ହେଉଥିବା ପିଲାଙ୍କ ନାଟକ,
ପିଲାଙ୍କ
ବିଷୟରେ ନାଟକ,
ବାଳମନ୍ଦିର
ଉପରେ ନାଟକ ତଥା ଛୋଟ ବଡ଼ ସମସ୍ତେ
ମିଶି ନାଟକ କରିବା, ସେ ସମୟ ପାଇଁ
ପୂରା ନୂଆ ଥିଲା । ଗିଜୁଭାଇ ନିଜେ
ବି ନାଟକରେ ଭାଗ ନେଉଥିଲେ ।
ଚିତ୍ରକଳା:
ଚିତ୍ରକଳା
ଦିଗଟି ମଧ୍ୟ ଗିଜୁଭାଇ ଅନେକ ଭାବି
ଚିନ୍ତି ବିକଶିତ କରିଥିଲେ । ତାଙ୍କ
ମତରେ ବେଶ୍ ପିଲା ଦିନରୁ ଚିତ୍ରକଳା
ଶିଖାଇଲେ ଭବିଷ୍ୟତରେ କଳାକାର
ହେବାର ମଞ୍ଜି ପୋତା ଯାଇ ପାରିବ ।
ବାଳମନ୍ଦିରର ପିଲାଙ୍କ ଚିତ୍ରକୁ
ସେ ସାଇତି ରଖୁଥିଲେ ଓ ଇଟାଲୀର
ମଣ୍ଟେସୋରୀଙ୍କର ସ୍କୁଲର ପିଲାଙ୍କ
ଚିତ୍ର ମଗାଇ ତୁଳନା କରୁଥିଲେ ।
ପ୍ରତି ପିଲାର ଚିତ୍ରକୁ ଅତି
ଧ୍ୟାନର ସହ ଦେଖି ତାର ମୂଲ୍ୟାୟନ
କରୁଥିଲେ । ତାହା ମାଧ୍ୟମରେ ପିଲାର
ମନ, କ୍ଷମତା,
ବ୍ୟକ୍ତିତ୍ୱ
ଆଦି ସେ ଅନୁଧ୍ୟାନ କରୁଥିଲେ ।
No comments:
Post a Comment