ସଭ୍ୟତାର ତିନି ଶକ୍ତି
କୋଇଲା, ଲୁହା ଓ ପେଟ୍ରୋଲିୟମ
ଗୋପୀନାଥ ମହାନ୍ତି
ଚୀନ ଦେଶରେ କୋଇଲା ଉତ୍ତୋଳନର ଚିତ୍ର (୧୬୩୭) ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଆଜିକାଲିକା
ପୃଥିବୀ ହେଉଛି କଳକାରଖାନାର
ପୃଥିବୀ । ଚାଷବାସର ଦିନ ଚାଲିଯାଇଛି
। ଯେଉଁଠି କଳକାରଖାନା,
ସେଠି
ବେଶୀ ମଣିଷ,
ସେଠି
ବେଶୀ ଧନଦୌଲତ ।
କଳକାରଖାନା
ପାଇଁ ଲୁହା,
କୋଇଲା,
ପେଟ୍ରୋଲ
ଓ ବିଜୂଳି ବଳ ଦରକାର । ଆଜିକାଲି
ତ ଲୁହାର ଯୂଗ,
ପ୍ରତ୍ୟେକ
ଦରକାରୀ ଜିନିଷ ଲୁହାରେ ତିଆରି
। ଲୁହା ବିଷୟ ତୁମେମାନେ “କାଳିମାଟି
କଥା”ରୁ ପଢ଼ିଥିବ ।
କଳକାରଖାନା
ଚଳାଇବା ପାଇଁ “ଶକ୍ତି” ଦରକାର
। ଫୁଟିଲା ପାଣି ବା ଫୁଟିଲା ପେଟ୍ରୋଲ
ତେଲରୁ ଯେଉଁ ବାମ୍ଫ ବାହାରେ ତାର
ଠେଲିବା ଶକ୍ତିରେ ସବୁ କଳ ଚାଲେ
। ଏତେ ବଡ଼ ଯେଉଁ ରେଳଗାଡ଼ି ବିରାଟ
ଅସୁର ପରି ମାଡ଼ି ଚାଲେ,
ତାର
ଜୋର୍ ରହିଛି ଏହିପରି ଠେଲିବା
ଶକ୍ତିରେ । ବିଜୁଳି ଶକ୍ତି ମଧ୍ୟ
ନାନା କାର୍ଯ୍ୟ କରେ । ଠେଲିବା,
କଳ
ଚଳାଇବା,
ତତାଇବା,
ଆଲୁଅ
କରିବା,
ସବୁ
କାର୍ଯ୍ୟରେ ବିଜୁଳି ଶକ୍ତି ଲାଗୁଛି
। କିନ୍ତୁ ଏ ବିଜୁଳି ଶକ୍ତି ଆପଣା
ଆପେ ଆକାଶରୁ ଆସେ ନାହିଁ । ମଣିଷ
ନିଜେ କାରଖାନା ବସାଇ ବିଜୁଳି
ଶକ୍ତି ତିଆରି କରେ ।
ତେଣୁ ସେଠି
ମଧ୍ୟ ବିନା ପେଟ୍ରୋଲ ଓ କୋଇଲାରେ
ଯନ୍ତ୍ର ଚାଲିବା ସକାଶେ ତାତି
ତିଆରି ହୋଇପାରିବ ନାହିଁ ।
ଅତଏବ
ନିଦାନ ହେଉଛି,
କୋଇଲା
ଓ ତେଲ । ତାକୁ ଜାଳିଲେ ଯେଉଁ ତାତି
ବାହାରେ,
ତହିଁରେ
ଆଜିକାଲିକାର ସବୁ ସଭ୍ୟତା ଗଢ଼ା
ହେଉଛି । କୋଇଲା ଓ ପେଟ୍ରୋଲ ତେଲ
ନ ଥିଲେ ରେଳ,
ମଟରଗାଡ଼ି,
ଜାହାଜ,
ଉଡ଼ାଜାହାଜ,
ବିଜୁଳି
କଳ ସବୁ ବନ୍ଦ ହୋଇଯାନ୍ତା । ଯେଉଁ
ବଡ଼ ବଡ଼ ବ୍ୟବସାୟୀମାନେ ପୃଥିବୀର
ବଡ଼ ବଡ଼ କୋଇଲାଖଣି ଓ ପେଟ୍ରୋଲ
ତେଲର ଖଣି ଆବୋରି ବସିଛନ୍ତି,
ସେମାନେ
କରୋଡ଼ପତି । ସେମାନେ ଅତି ବଡ଼
ରାଜା ମହାରାଜାଙ୍କଠାରୁ ଅଧିକ
ପରାକ୍ରମୀ । କାରଣ ଆଜିକାଲିକା
ପୃଥିବୀରେ ଦୁଇଟା ବଡ଼ ବଡ଼ ରାଜା,
- ଜଣେ
କୋଇଲା ରାଜା,
ଆର
ଜଣକ ପେଟ୍ରୋଲିୟମ ରାଜା ।
ପୂର୍ବେ
ପୃଥିବୀରେ ବଡ଼ ବଡ଼ ସନ୍ତସନ୍ତିଆ
ଭୂଇଁ ଥିଲା । ସେଠି ଘନ ଜଙ୍ଗଲ
ମଧ୍ୟ ଥିଲା । କାଳକ୍ରମେ ସେସବୁ
ଭୂମିକମ୍ପ ଓ ଆଗ୍ନେୟଗିରିର ଦାଉରେ
ପୋତି ହୋଇ ପଡ଼ିଛି । ଏପରି ପୋତି
ହୋଇ ରହିବାର ହଜାର ହଜାର ବର୍ଷ
ପରେ ପୃଥିବୀର ଭିତରର ତାତି ଓ ଉପରର
ଓଜନରେ ମଲା ଗଛ ଓ ସେକାଳର ମଲା
ଜନ୍ତୁ ସମସ୍ତେ କୋଇଲା ପାଲଟିଯାଇଛନ୍ତି
। ସେ କାଳର ବିରାଟ ବିରାଟ ଜନ୍ତୁ,
ଯେଉଁମାନେ
ଗୋଟାଏ ଲେଖାଏଁ ପାହାଡ଼ମୁଣ୍ଡିଆ
ପରି,
ସେମାନେ
ସବୁ କୋଇଲା ପାଲଟି ଯାଇଛନ୍ତି ।
କୋଇଲା ଖଣିରୁ ପ୍ରାଗ୍ ଐତିହାସିକ
ଯୁଗର ବିଚିତ୍ର ଜନ୍ତୁମାନଙ୍କର
ସନ୍ଧାନ ମିଳେ ।
ଜଙ୍ଗଲ
ସବୁ ମାଟି ଚପା ପଡ଼ି କୋଇଲା
ପାଲଟିଯାଇଛି । ତାହା ଉପରେ କେତେ
ଦାଉଦାପଟ ଚାଲିଗଲାଣି । ଯାହା
ଥିଲା ପୃଥିବୀ ଉପରେ ଜଙ୍ଗଲ,
ତାହା
ବର୍ତ୍ତମାନ ପୃଥିବୀର ହଜାର ହଜାର
ଫୁଟ ତଳେ କୋଇଲାଖଣି ହୋଇଛି । ସ୍ତର
ସ୍ତର ହୋଇ ଯୂଗଯୂଗର ଜଙ୍ଗଲ ତଳକୁ
ଚାଲିଯାଇ ସ୍ତର ସ୍ତର ହୋଇ କୋଇଲା
ହୋଇ ରହିଛି । ଅତି ଗହୀର କୋଇଲାଖଣି
ସବୁ ଆଉ ମଣିଷ ଆୟତ୍ତ କରିପାରିବ
ନାହିଁ । ତଥାପି ଚାରିହଜାର ଫୁଟ
ଗଭୀର କୋଇଲା ଖଣିରୁ ସୁଦ୍ଧା କୋଇଲା
ଅଣାହେଉଛି ।
କୋଇଲାଖଣି
ଆବିଷ୍କାର କରିବା ପରେ ସେଠି ଅନେକ
ଗୁଡ଼ିଏ ଗାତ ଖୋଳାଯାଏ । ଏ ଗାତସବୁ
ପ୍ରାୟ ପନ୍ଦର ଫୁଟ ଚଉଡ଼ା,
ଅତି
ଗହୀର,
ପାତାଳକୁ
ଚାଲିଗଲା ପରି ଲାଗେ । ଉପରେ କଳ
ବସିଛି,
ମଜୁରିଆ
ମାନଙ୍କୁ ତଳେ ଛାଡ଼ିଦେବା ପାଇଁ
ଯନ୍ତ୍ର ରହିଛି । ସେମାନେ ସେଥିରେ
ବସିଲେ ସେମାନଙ୍କୁ ତଳେ ଓହ୍ଲାଇ
ଦିଆଯାଏ । ସେମାନେ କୋଡ଼ି,
ଗଇଁତିରେ
କୋଇଲାକୁ ହାଣି ବଡ଼ ବଡ଼ ଟୋକେଇରେ
ଥୋଇଦେଲେ କଳ ସାହାର୍ଯ୍ୟରେ ସେ
କୋଇଲା ଉପରକୁ ଉଠିଆସେ । ଗାତର
କଡ଼ସବୁ ପକା ଗାନ୍ଥନିରେ ବନ୍ଧା
ହୋଇଥାଏ । କୋଇଲା ଖୋଳାଳିମାନେ
ତଳେ ଖୋଳି ଖୋଳିକା ଅନେକ ସୁଡ଼ଙ୍ଗ
ତିଆରି କରିପକାନ୍ତି । ମଝିରେ
ବଡ଼ ବଡ଼ କୋଇଲାର ଖୁଣ୍ଟ ସବୁ ଛାଡ଼ି
ସେମାନେ ତଳକୁ ଖୋଳି ଫମ୍ପା
କରିପକାନ୍ତି । ତଳେ ଏପରି ସୁଡ଼ଙ୍ଗ
ହୋଇଯାଏ ଯେ,
କୋଇଲା
ଖଣି ଭିତରକୁ ପଶିଲେ ଗୋଟିଏ ନୂଆ
ରାଜ୍ୟରେ ପଶିଲା ପରି ଲାଗେ ।
ସୁଡ଼ଙ୍ଗ
ସବୁ ରାସ୍ତା ପରି ଚାଲିଯାଇଛି ।
ସୁବିଧା ହେବ ବୋଲି ତହିଁରେ ପକ୍କା
ଗଢେ଼ଇ ହୋଇଛି । ଅନେକ ଗୁଡ଼ିଏ
କୋଠରୀ,
ଅଫିସ୍
ଘର,
ଖୋଳାଳିଙ୍କ
ପାଇଁ ସୁବିଧା କରାହୋଇଛି । ମୂଳ
ଗାତଠାରୁ କିଏ କେତେ ଦୂରରେ କାମ
କରୁଛି;
ତେଣୁ
ଟେଲିଫୋନ୍ ଯନ୍ତ୍ର ଲାଗିଛି ।
ଯେପରି କି ତଳ ଲୋକେ ନିଜ ନିଜ ଭିତରେ
ଓ ଉପରେ ଥିବା ଲୋକଙ୍କ ସହିତ ଦୂରରେ
ଥାଇ କଥାବାର୍ତ୍ତା କରିପାରିବେ ।
କୋଇଲା ହାଣିସାରି ମୂଳ ଗାତ ପାଖକୁ
ପଠାଇବା ଲାଗି ଛୋଟ ଛୋଟ ଗାଡ଼ିର
ବନ୍ଦୋବସ୍ତ ହୋଇଛି ।
ଏତେ ତଳେ
ଆଲୁଅ କେଉଁଠୁ ଆସିବ ?
ସେଠି
ସବୁବେଳେ ରାତି;
ତେଣୁ
ଚାରିଆଡେ଼ ବିଜୁଳି ଆଲୁଅ । ସ୍ଥାନେ
ସ୍ଥାନେ ଖୋଳାଳିମାନେ ଗୋଟିଏ
ବିଚିତ୍ର ପ୍ରକାର ଲଣ୍ଠନ ବ୍ୟବହାର
କରନ୍ତି ।
ଲୋକେ
ଅଣନିଃଶ୍ୱାସୀ ହୋଇ ମରିଯିବେ
ବୋଲି ଖଣି ଉପରେ ପ୍ରକାଣ୍ଡ ପ୍ରକାଣ୍ଡ
ବିଜୁଳି ପଙ୍ଖା ଲାଗି ଦମକଳ ଦ୍ୱାରା
ତଳକୁ ପବନ ପମ୍ପ୍ କରା ହେଉଥାଏ ।
ପିମ୍ପୁଡ଼ି ପରି ଲୋକ ଲାଗି କାମ
କରୁଥାନ୍ତି । ଦଳେ ଉଠି ଆସିଲେ
ଆଉ ଦଳେ କାମ କରିବାକୁ ଯାଆନ୍ତି
। ଉଠି ଆସିଲାବେଳକୁ ଲୋକଗୁଡ଼ିକ
କଳାରେ ବୁଡ଼ିଥାନ୍ତି,
ପରିଶ୍ରମ
କରି କରି ଝାଳନାଳ ହୋଇଯାଇଥାନ୍ତି
।
ଏତେ
ସୁବିଧା ଥିଲେ କଣ ହେବ,
କୋଇଲା
ଖଣିରେ ବିପଦ ଥାଏ । ଏତେ ଗହୀର ଗାତ
ହେବାରୁ ବେଳେ ବେଳେ ତଳୁ ପାଣି
ଝରି ଚାରିଆଡ଼ ବୁଡ଼ାଇଦିଏ ।
ସେଥିପାଇଁ ଉପରେ ପମ୍ପ୍ ଲାଗି
ପାଣି କାଢ଼ି ସଫା କରାହେଉଥାଏ ।
ବେଳେ ବେଳେ ଖୋଳାଳିମାନଙ୍କ ଉପରେ
ଛାତ ଭାଙ୍ଗିପଡେ଼,
ଯେ
ଯେଉଁଠି ଜୀବନ୍ତ ସମାଧି ପାଇଯାନ୍ତି
। ସ୍ଥାନେ ସ୍ଥାନେ ବିଷାକ୍ତ
ବାଷ୍ପରେ ଲୋକଙ୍କର ମୃତ୍ୟୁ ଘଟେ
। ସବୁଠାରୁ ବିପଦ ହେଉଛି ନିଆଁ
ବିପଦ । କୋଇଲାଖଣି ଭିତରେ ଏକପ୍ରକାର
ବାଷ୍ପ ଥାଏ । ତହିଁରେ ନିଆଁ ଲାଗିଲେ
ଆଉ ରକ୍ଷା ନାହିଁ । ଦେଖିଲେ
ଜଣାପଡ଼ିବ,
ଯେପରି
ପବନରେ ନିଆଁ ଲାଗି ଆଗକୁ ଆଗକୁ
ମାଡ଼ି ଚାଲୁଛି । ଏଥିରେ ସମସ୍ତେ
ପୋଡ଼ି ମରନ୍ତି । ନିଆଁ ଚହଟିଗଲେ
ଲୋକେ ପ୍ରାଣ ବିକଳରେ ଛୋଟ ଛୋଟ
କୋଠରୀରେ ପଶିଯାଇ କବାଟ କିଳିଦିଅନ୍ତି,
ଅନ୍ଧି
ସନ୍ଧି ବୁଜି ଦିଅନ୍ତି,
ଯେପରି
କି ବାହାରର ନିଆଁ ବାଷ୍ପ ଭିତରକୁ
ଆସି ପାରିବ ନାହିଁ । ଏହିପରି କରି
ଭିତରେ ପଡ଼ି ଅଣନିଃଶ୍ୱାସୀ ହୋଇ
ଛଟ ପଟ ହେଉଥାନ୍ତି । ଭାଗ୍ୟ ଥିଲେ
ଉପର ଲୋକେ କୋଠରୀ ଛାତକୁ କଣା କରି
ପବନ ପମ୍ପ କରନ୍ତି ଓ ଏମାନଙ୍କୁ
ଉଦ୍ଧାର କରି ନିଅନ୍ତି ।
ବେଳେ
ବେଳେ ଉଡ଼ୁଥିବା କୋଇଲା ଧୂଳିରେ
ନିଆଁ ଲାଗି ଖଣି ପ୍ରଭୃତି ସବୁ
ଢ଼ୁ ଢ଼ା କରି ଫୁଟିଯାଏ । ଭୂମିକମ୍ପ
ହେଲା ପରି ଦୁଲ୍ ଦାଲ୍ କମ୍ପି
ଭାଙ୍ଗିପଡେ଼ । ଘର ମଣିଷ ହାବେଳି
ମାରିଲା ପରି ଆକାଶକୁ ଫୋପାଡ଼ି
ହୋଇ ଖଣ୍ଡ ବିଖଣ୍ଡ ହୋଇ ପଡ଼ନ୍ତି
। କୋଇଲା ଖଣିର ଦୁର୍ଘଟନା କମାଇବା
ପାଇଁ ଅନେକ ଉପାୟ କରାଯାଏ ।
କୋଇଲା
କଢ଼ା ହୋଇ ରେଳରେ ବୋଝାଇ ହୋଇ ଲୁହା
କାରଖାନା ଓ ଅନ୍ୟାନ୍ୟ ସ୍ଥାନକୁ
ବିକ୍ରୀ ପାଇଁ ପଠାହୁଏ ।
ପୃଥିବୀରେ
ସବୁଠାରୁ ବେଶୀ ପଥରକୋଇଲା ଓ
ପେଟ୍ରୋଲିୟମ ତେଲ ଆମେରିକା
ଯୁକ୍ତପ୍ରଦେଶରୁ ମିଳେ ।
କୋଇଲା
ପରି ପେଟ୍ରୋଲିୟମ୍ ତେଲ ମଧ୍ୟ ସେ
ଯୂଗର ଜଙ୍ଗଲ ସବୁ ମାଟିତଳେ ଚାପି
ହୋଇ ରହିବାରୁ ଆପଣା ମନକୁ ତିଆରି
ହୋଇଛି । ଏ ପୁସ୍ତକର ଅନ୍ୟତ୍ର
ଯେଉଁ ଜୀବାଣୁମାନଙ୍କ କଥା ଲେଖା
ହୋଇଛି,
ସେମାନଙ୍କ
ଉଦ୍ୟମରେ ବାଲିତଳେ ଚାପି ହୋଇ
ରହିଥିବା ସନ୍ତସନ୍ତିଆ ଲୁଣି
ପାଣିରେ ଥିବା ମଲା ଜଙ୍ଗଲରୁ
ପେଟ୍ରୋଲ ତେଲ ଝରି ମାଟି ତଳେ
ରହିଛି । ଏ ଖଣିରେ ତଳେ ଖୋଳାଳି
ଲାଗନ୍ତି ନାହିଁ । ଉପରୁ ତେଲ
ପାଖକୁ କୂଅ ଖୋଳା ହୋଇ ତହିଁରେ
ଲୁହାର ନଳ ବସେ । ତେଲ ଉପରେ ଥିବା
ବାଷ୍ପ ଗୁଡ଼ାକ ଖଲାସ ହୋଇଗଲେ,
ତେଲ
ଆସେ । ସ୍ଥାନେ ସ୍ଥାନେ ଲୁହା
ନଳିବାଟେ ତେଲ ଆପଣା ମନକୁ ଉତ୍ସ
ହୋଇ ଉଠିଆସେ । ସ୍ଥାନେ ସ୍ଥାନେ
ଦମକଳ ଲଗାଇ ପାଣି କାଢ଼ିଲା ପରି
ତେଲକୁ କଢ଼ାଯାଏ । ତେଲ ଉଠି ଆସିଲେ
ଶହ ଶହ ମାଇଲ୍ ଲମ୍ବା ଲୁହା ନଳରେ
ତାକୁ ପମ୍ପ କରି ଦୂରକୁ ପଠାଇ
ଦିଅନ୍ତି । ସେଠି ଯନ୍ତ୍ର ବସି
ସେ ତେଲ ସଫା ହୁଏ । ଏ ମୋଟା ତେଲରୁ
କିରାସିନି ଓ ପେଟ୍ରୋଲ ତେଲ ବାହାରେ
। ଭେସଲିନ୍,
କଳକବଜାରେ
ଲଗାଇବା ତେଲ ବାହାରେ ଓ ପ୍ୟାରାପିନ
ବୋଲି ଗୋଟିଏ ଜିନିଷ ବାହାରେ;-
ଯହିଁରେ
ମହମବତୀ ତିଆରି ହୁଏ । ସଫା ହୋଇ
ସାରିଲେ ତେଲକୁ ଅତି ଯତ୍ନରେ
ଜାହାଜରେ ବିଦେଶକୁ ବିକ୍ରୀ ପାଇଁ
ପଠାଇ ଦିଅନ୍ତି । ଏ ତେଲ ଅତି ସହଜରେ
ନିଆଁ ଧରେ । ନିଆଁ ଲାଗିଲେ ସବୁ
ଭସ୍ମ ହୋଇଯିବ ।
No comments:
Post a Comment