ଅନ୍ୟାନ୍ୟ କୂଟୀର ଶିଳ୍ପ
ଗୋପୀନାଥ ମହାନ୍ତି
ଗ୍ରାମର
ଚାଷୀ ଚେତି ଉଠି ଦେଖିଲା,
ସେ
ନିଜର ଅବସ୍ଥାକୁ ନିଜ ଚେଷ୍ଟାରେ
ଅନେକ ଅଂଶରେ ବଦଳାଇ ପାରୁଛି ।
ଚାଷର ଉନ୍ନତି ଘଟିଛି । ଚାରିଆଡେ଼
ପ୍ରଚୁର ବାରିବଗିଚା,
ଘରେ
ଘରେ ଅରଟ । କେହି କେହି ଏଣ୍ଡି ଚାଷ
ଆରମ୍ଭ କରି ଦେଲେଣି ।
ବଢେ଼ଇ
ଓ କମାରଶାଳରେ ବେଶୀ ଲୋକ ଜମା,
କେବଳ
ଦେଖିବାକୁ ନୁହେଁ,
ଶିଖିବାକୁ
। କେବଳ ଜାତି ବଢ଼େଇ ନ ହେଲେ ବଢ଼େଇ କାମ କରିବା ଉଚିତ ନୁହେଁ କିମ୍ବା
କେବଳ ଜାତି ଅନୂସାରେ କର୍ମବିଭାଗ,---ଏପରି
ଧାରଣା ଲୋକଙ୍କ ମନରୁ କ୍ରମେ ଗଲାଣି
। ସେମାନେ ଶିଖୁଛନ୍ତି,
“ପେଟ
ପୋଷ,
ନାହିଁ
ଦୋଷ” । କାହାରିକୁ ଠକିବା ଉଚିତ
ନୁହେ କିମ୍ବା କୌଣସି କାମକୁ ଛୋଟ
ବୋଲି ଭାବିବା ଉଚିତ ନୁହେଁ । ଯେଉଁ
ଉପାୟରେ ସାଧୂ ଭାବରେ ଦୁଇ ପଇସା
ଆସି ପାରିବ,
ତାର
ବ୍ୟବସ୍ଥା କରିବା ଉଚିତ ।
ଏ
ଗ୍ରାମରେ ପୂର୍ବେ ଯେପରି ଛୋଟ
ଜାତିମାନଙ୍କ ପ୍ରତି ଘୃଣା ବିଦ୍ୱେଷ
ଥିଲା,
ତା
ଯେପରି କ୍ରମେ କ୍ରମେ ଲୋପ ହୋଇଯାଉଛି
। କାରଣ ସମସ୍ତେ ବୁଝିଲେଣି,
ନିଜର
ଦୁର୍ଦ୍ଦଶା ହୋଇଛି । ନିଜର ଅବସ୍ଥାର
ଉନ୍ନତି କରିବାକୁ ହେଲେ ସମସ୍ତଙ୍କର
ସମ୍ମିଳିତ ଉଦଯୋଗ ଦରକାର ।
ବାଉଁଶ
ଓ ବେତ କାମ ଚାଲିଛି । ବେତ କାମ
ଶିଖାଇବା ପାଇଁ ଗ୍ରାମ-ସଙ୍ଗଠନ
ସଙ୍ଘରୁ ଜଣେ ଶିଖାଳି ଆସିଛି । ବେତର
ଚଉକି,
ଟେବୁଲ
ପ୍ରଭୃତି ତିଆରି ହୋଇ ସହରକୁ
ବିକ୍ରି ପାଇଁ ପଠା ଯାଉଛି । ବେତ
କାମରେ ପ୍ରଚୁର ଲାଭ;
ତେଣୁ
ଗ୍ରାମର ବେତ ବ୍ୟବସାୟଟି କ୍ରମେ
ବଡ଼ ହୋଇ ଉଠୁଛି । ଏଥିରେ ବାଉରିମାନେ
ବିଶେଷ ଉଦଯୋଗ ଦେଖାଉଛନ୍ତି ।
ଏ
ଗ୍ରାମ ଓ ତାର ଆଖପାଖରେ ଲୋକସମାଗମ
ଯେପରି ବଢ଼ୁଛି,
ଉନ୍ନତି
ମଧ୍ୟ ସେହିପରି ପରିଷ୍କାର ଆଖିରେ
ପଡ଼ୁଛି । କେଉଁଠି ହେଁସ ବୁଣା,
କେଉଁଠି
ବେତ ବୁଣା,
କେଉଁଠି
ନାନାପ୍ରକାର ମାଟିକାମ ଓ କଣ୍ଢେଇ
ତିଆରି,
କେଉଁଠି
ଲୁଗା ବୁଣା,
କେଉଁଠି
ମଠା ବୁଣା,
କେଉଁଠି
ଶସ୍ତାରେ ଦଉନା-ଖଟ
ତିଆରି,
କେଉଁଠି
ବା ବଢେ଼ଇ କାମ । ହଠାତ ହୋଇ ଏଥିରେ
ବେଶୀ ଟଙ୍କା ଲଗାଇ ଦିଆ ହୋଇ ନାହିଁ;
କିନ୍ତୁ
ଅଳ୍ପ ଧନରେ ବ୍ୟବସାୟ କ୍ରମେ
ବଢ଼ୁଛି ।
ପୂର୍ବେ
ଏ ଅଞ୍ଚଳରେ ଲୋକେ ସାବୁନ୍ ବ୍ୟବହାର
କରୁ ନ ଥିଲେ । ବର୍ତ୍ତମାନ ଗ୍ରାମର
ବ୍ୟବହାର ଲାଗି ସାବୁନ୍ ତିଆରି
ହୋଇ ପାରୁଛି । କେବଳ ତେଲ,
କଷ୍ଟିକ
ସୋଡ଼ା ଓ ପାଣି ମିଶାଇ ଆଉଟିଲେ
ବା ସେହିପରି ଏକାଠି ରଖି ଘାଣ୍ଟିଲେ
ସାବୁନ ହେଲା । ସେଥିରେ ବୁନ୍ଦାଏ
ନେଇ ପାଣିରେ ପକାଇଦେଲେ ଯଦି
ବୁଡ଼ିଯିବ,
ତେବେ
ଜଣା ପଡ଼ିବ,
ସାବୁନ ଠିକ ହେଲାଣି । ତା ପରେ ଶୁଖିଗଲେ
ବ୍ୟବହାରରେ ଲାଗିଲା । କଷ୍ଟିକ୍-ସୋଡ଼ା
ସହରର ଦୋକାନମାନଙ୍କରେ ମିଳେ ।
ସାବୁନ ତିଆରି କରିବା ଅତି ସହଜ ।
ଯେତେ ଶସ୍ତାରେ ବିକିଲେ ମଧ୍ୟ
ଲାଭ ଉଠିବ । ଗାଁରେ ଲୋକେ ସାଧାରଣତଃ
ପରିଷ୍କାର ପରିଛନ୍ନତା ପାଇଁ ଆଦୌ
ନିଘା କରନ୍ତି ନାହିଁ;
କିନ୍ତୁ
କ୍ରମେ ଯେତେବେଳେ ସେମାନେ ବୁଝିଲେ,
ପିନ୍ଧା
ଲୁଗାଟି ଛିଣ୍ଡାହେଲେ ସୁଦ୍ଧା
ଦୋବ ଧାଉଳିଆ ଥିଲେ ତହିଁରେ କେତେ
ଆନନ୍ଦ ଓ କେତେ ଗୌରବ ଓ ଯେତେବେଳେ
ଦେଖିଲେ ଯେ,
ନିଜ
ଘରେ ନିଜର ବ୍ୟବହାର ଲାଗି ସାବୁନ
ତିଆରି ହୋଇପାରେ କିମ୍ବା ଗାଁ-ତିଆରି ସାବୁନ ଶସ୍ତାରେ କିଣାଯାଇ
ପାରେ,
- ସେମାନେ
ତହିଁରେ ପଛଘୁଞ୍ଚା ଦେଲେ ନାହିଁ
।
ଏହି ଲେଖାଟି ଶ୍ରୀ ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ଆହୃତ ।
No comments:
Post a Comment