ଚାଷୀ ଭାଇର ଉପୂରି ଦି’ ପଇସା
ଗୋପୀନାଥ ମହାନ୍ତି
ମହିଳାମାନଙ୍କର ରେଶମ ଚାଷର ଦୃଶ୍ୟ ଲିଆଙ୍ଗ୍ କାଇ, ଚୀନ ଦେଶ, ତ୍ରୟୋଦଶ ଶତାବ୍ଦୀ |
ପରି
ବାବୁ,
ମାଷ୍ଟରେ
ଓ ପିଲାଏ ନିଜ ହାତରେ ‘କୋଡ଼ି’
ଧରି ସ୍କୁଲ ଘରର ଛୋଟ ହତାଟିକୁ
ନନ୍ଦନ-କାନନ
ପରି ଭଲ ଭଲ ଗଛରେ ପୂର୍ଣ୍ଣ କରି ଦେଲେ
। ଅନ୍ୟ ଲୋକଙ୍କର ଏହା ଦେଖା ଦେଖି
ଝୁଙ୍କ ଲାଗିଗଲା । ଚାରିଆଡେ଼
ଲୋକେ ନାନାପ୍ରକାର ଫଳ ଲଗାଇବାକୁ
ଅଣ୍ଟା ଭିଡ଼ି ଲାଗି ପଡ଼ିଲେ । ଗାଁ
ଲୋକେ ଲେଖା ଲେଖି କରି ଫାରମରୁ
ଚାଷବିଦ୍ୟା ଶିଖାଇବାକୁ ମଣିଷ
ମଗାଇ ଆଣିଲେ । ଘମା ଘୋଟ କାମ ଚାଲିଲା
।
ଘରେ
ଘରେ ଲୋକଙ୍କୁ ବୁଝାଇ ଶୁଝାଇ ଅରଟ
ଚଳାଇବାକୁ କୁହାଗଲା । ପରି ବାବୁ
ଲୋକଙ୍କୁ ବୁଝାଇ ଦେଲେ,
“ଆମ
ଗାଁରେ ଲୁଗା କିଣା ହେବ ନାହିଁ ।
ସମସ୍ତେ ସୂତା କାଟ,
ଫୁରସତ
ବେଳେ ସୂତା କାଟି ଜମାଇ ରଖି ସେଥିରେ
ଲୁଗା ବୁଣାଇ ଆଣିବା ।”
ଲୋକେ
ଲାଗିପଡ଼ି ସୂତା କାଟିଲେ । ଯାହାର
ଯେତେବେଳେ କିଛି କାମ ନ ଥାଏ,
ସେ
ସେତେବେଳେ ଅରଟ ଧରି ବସେ । ସେପରି
କଲାରୁ ଲୋକଙ୍କୁ ଲୁଗା ପାଇଁ ଆଉ
ବେଶୀ ପଇସା ଦେବାକୁ ପଡ଼ିଲା ନାହିଁ
।
ତା
ପରେ ଝୁଙ୍କ ପଡ଼ିଲା ଏଣ୍ଡିଚାଷ
ଉପରେ । ପ୍ରଥମେ ଏଣ୍ଡିପୋକର
ଅଣ୍ଡାକୁ ଆଣି କନା ପୁଡ଼ିଆରେ
ରଖାହୁଏ । ଶୀତଦିନେ ଅଣ୍ଡା ଏଗାରରୁ
ଏକୋଇଶ ଦିନରେ ଫୂଟେ,
ଅନ୍ୟାନ୍ୟ
ଦିନେ ସାତ ଦିନରେ ଫୁଟେ । ଅଣ୍ଡା
ଫୁଟିଲେ କିଛି କଅଁଳିଆ ଗବପତ୍ର
କନା ଭିତରେ ପକାଇଦେଲେ ପୋକମାନେ
ତହିଁରେ ଚଢ଼ି ଯାଆନ୍ତି । ତା ପରେ
ପତ୍ରଗୁଡ଼ିକୁ ବହଳଭାବେ ଗୋଟିଏ
ଡ଼ାଲାରେ ରଖାହୁଏ । ସବୁଦିନେ
ନୂଆ ପତ୍ର ଖାଇବାକୁ ଦେଇ ଡ଼ାଲାକୁ
ସଫା କରାହୁଏ;
କିନ୍ତୁ ତୃତୀୟ,
ପଞ୍ଚମ,
ଅଷ୍ଟମ
ଓ ଏକାଦଶ ଦିନରେ ପୋକମାନେ ମଲା
ପରି ପଡ଼ି ରହନ୍ତି,
କିଛି
ଖାଆନ୍ତି ନାହିଁ;
ତେଣୁ
ସେ ଦିନ ଡ଼ାଲା ସଫା ହୁଏ ନାହିଁ
। ଜନ୍ମ ଦିନଠାରୁ ଅଠର ଦିନରେ
ପୋକମାନେ ପାକଳ ହୁଅନ୍ତି । ସେତେବେଳେ
ଏମାନଙ୍କ ପିଠିରେ ଅଙ୍ଗୁଳି ଚଳାଇଲେ
ଗୋଟିଏ ଶବ୍ଦ ବାହାରେ ।
ଟୋକେଇରେ
ପ୍ରସ୍ତ ପ୍ରସ୍ତ ଆମ୍ବପତ୍ର ଦେଇ
ପୋକମାନଙ୍କୁ ତହିଁରେ ରଖି ଉପର
ଢ଼ାଙ୍କି ଦିଆଯାଏ । ସନ୍ଧ୍ୟା
ପରେ ସେମାନେ ମୁହଁରୁ ସୂତା ବାହାର
କରି ଗୋଟିଏ ଆବରଣ ବୁଣିବାରେ ଲାଗି
ପଡ଼ନ୍ତି । ଏହିପରି ଚାରି ପାଞ୍ଚଦିନ
ଚାଲିଯାଏ । ଶୀତଦିନେ ଆଠ ଦିନ ପରେ
ଓ ଅନ୍ୟ ଦିନେ ପାଞ୍ଚଦିନ ପରେ ଆମ୍ବ
ପତ୍ରରୁ ଛଡ଼ାଇ ନେଇ କୋଷାଗୁଡ଼ିକୁ
ଡ଼ାଲାରେ ସଜାଇ ରଖନ୍ତି । ଶୀତଦିନେ
୪୦ ଦିନେ ଓ ଅନ୍ୟ ଦିନରେ ୧୮ ଦିନେ
କୋଷା କଣା କରି ପ୍ରଜାପତି ବାହାରନ୍ତି
।
କୋଷାକୁ
ସିଝାଇ ମଲା ପୋକମାନଙ୍କୁ ଫୋପାଡ଼ି
ଦିଆଯାଏ । କୋଷା ସିଝିଲେ ତହିଁରୁ
ସୂତା ବାହାରେ,
ସେହି
ସୂତା ରେଶମ ସୂତା । ପିମ୍ପୂଡ଼ି, ଜନ୍ଦା,
ମୂଷା,
ଝିଟିପିଟି,
କାଉ---ଏମାନେ
ଏଣ୍ଡିପୋକର ଶତ୍ରୁ । ତେଣୁ
ସେମାନଙ୍କଠାରୁ ନିସ୍ତାର ପାଇବା
ପାଇଁ ଘରର ଗୋଟିଏ କୋଣରେ ତଳେ
ଜଳଯନ୍ତ୍ର କରି ବା କିରାସିନି
କନା ଗୁଡ଼ାଇ ଏମାନଙ୍କୁ ରଖନ୍ତି
।
ବି.ଦ୍ର. - ଏହି ଲେଖାଟି ଶ୍ରୀ ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ଉଦ୍ଧୃତ ।
No comments:
Post a Comment