ଗାଁରେ ପାଠ ପଢ଼ା
ଗୋପୀନାଥ ମହାନ୍ତି
ଆବ୍ରାହମ ଲିଙ୍କନଙ୍କର ସ୍କୁଲ |
ଦିନ
କେଇଟାରେ ସମସ୍ତଙ୍କ ସହିତ ମିଶି
ବନ୍ଧୁତା କରି ପରି ବାବୁ ଗାଁଟାକୁ
ପ୍ରଥମେ ଭେଳେଇ ନେଲେ । ତା ପରେ
ଦିନେ ପିଲାମାନଙ୍କୁ କହିଲେ,
“ଗୋଟାଏ
ଗଣତି କଲ,
ତୁମ
ଗାଁରେ କେତେ ଜଣ ଲୋକ ଚିଠି ଲେଖି
ଚିଠି ପଢ଼ି ଜାଣନ୍ତି ?”
ସୁମାରି
ହେଲା । ଦେଖିଲାବେଳକୁ ଲେଖା ପଢ଼ା
ଲୋକ ଅତି କମ୍ ।
ପରି
ବାବୁ ଲୋକଙ୍କୁ ମତେଇଲେ,
“ତୁମେ
ପାଠ ପଢ଼ ।” ଲୋକେ କହିଲେ,
“ଏ
ବୁଢ଼ା ଦିନେ ଖଡ଼ି ଧରିବା ନା ?
ଲାଭ
କଣ ହେବ ?”
ପରି
ବାବୁ ବୁଝାଇଲେ,
“ଦେଖ, ପାଠରେ ବୟସ ଧରା ହୁଏ ନାହିଁ ।
ତୁମେ ସାଧାରଣ ନାଁ ଦସ୍ତଖତ କରି
ଜାଣିନା,
କେଡେ଼
ଲଜ୍ଜାର କଥା । ପଢ଼ି ଜାଣିଥିଲେ
ସିନା ଦେଶ କଥା ଦଶ କଥା ଜାଣନ୍ତ
। ତୁମେ ପଢ଼,
ତୁମେ
ସବୁ ପୁରୁଖା ଲୋକ,
ଖଡ଼ି
ଧରୁ ଧରୁ ପାଠ ହୋଇଯିବ ।”
ବହୁତ
ଧରାଧରି କରିବା ପରେ ଠିକଣା ହେଲା
ଯେ, ରାତିରେ ଲୋକେ ପଢ଼ିବାକୁ ଆସିବେ
। ଦିନରେ ତ ବାର ଧନ୍ଦା,
ରାତିରେ
ଘଣ୍ଟାଏ ପଢ଼ି ଦେଇ ଯାହାର ମନ ହେବ
ସେ ଆଖଡ଼ାକୁ ଚାଲିଯିବ । ସେଇଠୁ
ରାତି ସ୍କୁଲ ଆରମ୍ଭ ହେଲା । ପରି
ବାବୁ ନିଜେ ପଢ଼ାଇଲେ । ବୁଢ଼ା
ବୁଢ଼ା ଲୋକ ଯାହାର ବାଳ ପାଚି
ଗଲାଣି ଏପରି ଲୋକଙ୍କୁ ମଧ୍ୟ ନିଜେ
ଯାଇ ଗୋଟେଇ ଆଣନ୍ତି । ଦିନରେ ଯାଇ
ବେଳେ ବେଳେ ପଢ଼ାଇ ଦେଇ ଆସନ୍ତି
। ଘର ଧନ୍ଦା ଯୋଗୁଁ ଲୋକେ ନ ଆସି
ପାରିଲେ ଯାଇ ବୁଝେଇ ସୁଝେଇ ଆଣନ୍ତି
।
ଲୋକଙ୍କୁ
ଭୁଲାଇ ଭୁଲାଇ ପଢ଼ାନ୍ତି । ଏଣୁ
ତେଣୁ ଗପ ପଡେ଼,
ଭାଗବତ
ପଢ଼ା ହୁଏ,
ଖବର
କାଗଜ ବି ପଢ଼ା ହୁଏ । ପରି ବାବୁଙ୍କ
ମତ,
ପ୍ରତି
ଗାଁରେ ରାତି ସ୍କୁଲ ରହିବ ।
ଏଣେ
ଗାଁ ସ୍କୁଲରେ କାମ ଚାଲିଥାଏ ।
ନୁଆ ମାଷ୍ଟ୍ରେ ପିଲାଙ୍କ ସଙ୍ଗେ
ବଡ଼ଭାଇ ପରି ମିଶିଯାଇଥାନ୍ତି
;
ଏତେ
ଭଲ ପାଆନ୍ତି ଯେ କହିବାର ନୁହେଁ
। ପିଲାଏ ମନ ଦେଇ ପାଠ ପଢ଼ନ୍ତି,
ନୋହିଲେ ମାଷ୍ଟ୍ରଙ୍କ ମନକଷ୍ଟ ହେବ
। ଯେଉଁ ଦିନ ତିନି ଚାରି ଜଣ ପିଲା
ନ ଆସିବେ,
ସେ
ଦିନ ମାଷ୍ଟ୍ରେ ଭାତ ଖାଆନ୍ତି
ନାହିଁ । ଯାହାର ଦେହ ମୁଣ୍ଡ ହେଲେ
ନିଜେ ଯାଇ ତତ୍ତ୍ୱ ନିଅନ୍ତି । ଛୋଟ
ଛୋଟ ପିଲାଏ ମାଷ୍ଟରଙ୍କୁ ଖୁସି
କରିବାକୁ ନିଜେ ଭଲ ବ୍ୟବହାର
କରନ୍ତି । ତାଙ୍କ ମନରେ ଗର୍ବ ହୁଏ । କାରଣ ମାଷ୍ଟ୍ର ଓ ପରି ବାବୁ
ବାରମ୍ବାର କହନ୍ତି – ତୁମେ ଦେଶର
ଆଶା ଭରଶା । ତୁମ ଦେଶ ସେଇ ଭାରତବର୍ଷରେ,
ଯେଉଁଠି
ବଡ଼ ବଡ଼ ଲୋକ ଜନ୍ମ ହୋଇ ବଡ଼ ବଡ଼
କଥା କରି ଦେଖାଇଯାଇଛନ୍ତି ।
ତୁମ
ଗାଁ ହେଉଛି ଓଡ଼ିଶା ଦେଶ । ତୁମ
ପୂର୍ବପୁରୁଷ ଦରିଆରେ ବୋଇତ ଭସାଇ
ସାତ ସମୁଦ୍ରରୁ ହୀରା ମାଣିକ ବୋହି
ଆଣୁଥିଲେ । ତୁମ ଦେହରେ ଯେଉଁ ରକ୍ତ
ଅଛି,
ତୁମ
ମନରେ ଯେଉଁ ଶକ୍ତି ଅଛି,
ତା
ଆଉ କାହାରି ନାହିଁ । ତୁମେ ନିଜକୁ
କାମରେ ଲଗାଇ ପାରୁନ ବୋଲି ପଡ଼ି
ରହିଛ । ପିଲାଙ୍କୁ ବାରମ୍ବାର
ଏପରି କହିବାରୁ ସେମାନେ ନିଜକୁ
ଆଉ ହେୟ ମଣିଲେ ନାହିଁ । ସମସ୍ତଙ୍କର
ଉଚ୍ଚ ଆଶା ହେଲା, କିପରି ବଡ଼ ହେବେ
।
ଏଣେ
ପରି ବାବୁ ବହୁତ କଷ୍ଟ କରି ପ୍ରତି
ରବିବାର ଦିନ ରାତିରେ ସେ ଗାଁ
ଲୋକଙ୍କର ଗୋଟିଏ ସଭା କରନ୍ତି ।
ତହିଁରେ ସମସ୍ତେ ଆସି ଗାଁର କିପରି
ମଙ୍ଗଳ ହେବ ସେ କଥା ଭାବନ୍ତି ।
ନ୍ୟାୟ ନିଶାପ ପଡେ଼ । ଯେତେବେଳେ
କଜିଆ ଗୋଳ ହୋଇଥାଏ,
ପରି
ବାବୁ,
ମାଷ୍ଟର
ଓ ଅନ୍ୟାନ୍ୟ ଲୋକେ ନିଶାପ କରି
କଥାଟା ତୁଟାଇଦିଅନ୍ତି । କେହି
ମକଦ୍ଦମା କଥା ପକାଇଲେ ପରି ବାବୁ
କହନ୍ତି,
“କାହିଁକି
ମକଦ୍ଦମାକୁ ଯିବ,
ଏଣେ
ଘରେ ଖାଇବାକୁ ପାଉନା । ଗୋଟାଏ ଆନର ରିହରେ ଘର
ବନ୍ଧା ଦେଇ ପଇସା ନେଇ ଥୋଇବ ପର
ଘରେ ?
ଏଠି
ସୁନ୍ଦର ନ୍ୟାୟ ହୋଇ ପାରିବ । ଆଉ
ଦୂରକୁ କାହିଁକି ଯିବ ?”
ପରି
ବାବୁ ଧିରେ ଧିରେ ଗ୍ରାମ ସଙ୍ଗଠନ
ଆରମ୍ଭ କଲେ ।
ବି.ଦ୍ର. - ଏହି ଲେଖାଟି ଶ୍ରୀ ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ସଙ୍ଗୃହିତ ।
No comments:
Post a Comment