ଗ୍ରାମର ସ୍ୱାସ୍ଥ୍ୟ
ଗୋପୀନାଥ ମହାନ୍ତି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଗ୍ରାମ-ସଙ୍ଗଠନକାରୀମାନେ
ଗ୍ରାମର ସ୍ୱାସ୍ଥ୍ୟ ପ୍ରତି ବିଶେଷ
ଦୃଷ୍ଟି ଦେଲେ । ଗ୍ରାମର ଲୋକେ
ଅଶିକ୍ଷା ଓ ଅଯତ୍ନ ଫଳରୁ ରୋଗ
କବଳରେ ପଡ଼ୁଛନ୍ତି । ସ୍ୱାସ୍ଥ୍ୟରକ୍ଷା
ବିଷୟରେ ସେମାନଙ୍କର ସାଧାରଣ
ଜ୍ଞାନ ମଧ୍ୟ ଅଭାବ । ପରିଷ୍କାର
ପରିଛନ୍ନ ନ ରହି,
ଖାଦ୍ୟ,
ବାସଗୃହ
ପ୍ରଭୃତିକୁ ଅବହେଳା କରି ସେମାନେ
ରୋଗକୁ ନିମନ୍ତ୍ରଣ କରୁଛନ୍ତି
। ରୋଗ ହେଲେ ପ୍ରଥମେ ଚିକିତ୍ସା
ନ କରାଇ ଶେଷ ଅବସ୍ଥାରେ ରୋଗ ଅସାଧ୍ୟ
ହୋଇଗଲେ ସତର୍କ ହେଉଛନ୍ତି । ତେଣୁ
ସେମାନଙ୍କୁ ପ୍ରଥମ ଉପଦେଶ,
“ସାମାନ୍ୟ
ଯତ୍ନ କଲେ ଅକାଳରେ ମରିବାର ଭୟ
ରହିବ ନାହିଁ । ରୋଗରେ ମର ନାହଁ
ବଞ୍ଚି ରହିବାକୁ ଚେଷ୍ଟା କର;
ଆପେ
ବଞ୍ଚିଲେ ବାପର ନାମ ।”
କିନ୍ତୁ ଗ୍ରାମବାସୀଙ୍କର ସବୁଥିରେ ଅବହେଳା । ଯଦିବା କେହି ନିଜ ଘରକୁ ପରିଷ୍କାର ରଖିବାକୁ ମନ ବଳାଏ, ନିଜର ଆଖ ପାଖକୁ ଓ ଗ୍ରାମକୁ ପରିଷ୍କାର ରଖିବାକୁ କେହି ଚେଷ୍ଟା କରେ ନାହିଁ । ଗ୍ରାମର ଅପରିଷ୍କୃତ ପରିସ୍ଥିତିରୁ ଯେଉଁ ରୋଗ ଜୀବାଣୁ ଜନ୍ମ ହେବେ, ସେମାନେ ସମସ୍ତଙ୍କୁ ଗ୍ରାସିବେ । ଗ୍ରାମର ଜଳାଭୂଇଁରେ ଯେଉଁ ମଶା ଜନ୍ମିବେ, ସେମାନେ ସମସ୍ତଙ୍କୁ ମ୍ୟାଲେରିୟା ଜ୍ୱର ଭୋଗାଇବେ; କିନ୍ତୁ ଯାହା ସମସ୍ତଙ୍କର କାମ, ତାହା ଯେପରି କାହାରି ଜଣକର କାମ ନୁହେଁ ।
କିନ୍ତୁ ଗ୍ରାମବାସୀଙ୍କର ସବୁଥିରେ ଅବହେଳା । ଯଦିବା କେହି ନିଜ ଘରକୁ ପରିଷ୍କାର ରଖିବାକୁ ମନ ବଳାଏ, ନିଜର ଆଖ ପାଖକୁ ଓ ଗ୍ରାମକୁ ପରିଷ୍କାର ରଖିବାକୁ କେହି ଚେଷ୍ଟା କରେ ନାହିଁ । ଗ୍ରାମର ଅପରିଷ୍କୃତ ପରିସ୍ଥିତିରୁ ଯେଉଁ ରୋଗ ଜୀବାଣୁ ଜନ୍ମ ହେବେ, ସେମାନେ ସମସ୍ତଙ୍କୁ ଗ୍ରାସିବେ । ଗ୍ରାମର ଜଳାଭୂଇଁରେ ଯେଉଁ ମଶା ଜନ୍ମିବେ, ସେମାନେ ସମସ୍ତଙ୍କୁ ମ୍ୟାଲେରିୟା ଜ୍ୱର ଭୋଗାଇବେ; କିନ୍ତୁ ଯାହା ସମସ୍ତଙ୍କର କାମ, ତାହା ଯେପରି କାହାରି ଜଣକର କାମ ନୁହେଁ ।
ପ୍ରତ୍ୟେକ
ଗ୍ରାମରେ ପହଞ୍ଚିଲେ ଦେଖାଯାଏ ଯେ,
ଗ୍ରାମର
ଲୋକାଳୟ ନିକଟରେ ବନ୍ଧ କଡ଼ରେ ବା
ଅରମାରେ ଲୋକେ ଝାଡ଼ା ଫେରୁଛନ୍ତି
। ଏହାଦ୍ୱାରା କେବଳ ଯେ ମଫସଲର
ଅଶିକ୍ଷା ଓ ଅଭଦ୍ରତା ପଦାକୁ ଫୁଟି
ବାହାରେ ତାହା ନୁହେଁ,
ଦୁର୍ଗନ୍ଧ
ହୋଇ ବାୟୁ ଦୂଷିତ ହୁଏ । ମାଛିମାନେ
ମଇଳା ଉପରେ ବସି ଉଡ଼ିଯାଇ ପୁଣି
ମନୁଷ୍ୟ ଖାଦ୍ୟ ଉପରେ ବସନ୍ତି ।
ପାଣି ଚାରିଆଡ଼କୁ ଗଡ଼ିଯାଇ ମଇଳା
ବ୍ୟାପି ଯାଏ,
ରୋଗ
ବଢେ଼ । ତେଣୁ ଗ୍ରାମବାସୀଙ୍କୁ
ଶିକ୍ଷା ଦିଆ ହେଲା ଯେ,
ସେମାନେ
ଲୋକାଳୟଠାରୁ ଦୂରକୁ ଯାଇ ସେଠି
ଗାତ ଖୋଳି ତହିଁରେ ଝାଡ଼ା ଫେରିବେ
ଓ ଗାତକୁ ମାଟି ପାଉଁଶରେ ପୋତି
ଦେଇ ଆସିବେ । ତାହା ହେଲେ ମଇଳା
ଚାରିଆଡେ଼ ବ୍ୟାପିବ ନାହିଁ ବା
ଦୁର୍ଗନ୍ଧ ହେବ ନାହିଁ;
ମଇଳା
ମାଟିରେ ମିଶିଯିବ,
ମାଟି
ଉର୍ବର ହେବ ।
ଗ୍ରାମର
ପୋଖରୀପାଖେ ପହଞ୍ଚିଲେ ଦେଖାଯାଏ,
ସତେ
ଯେପରି ଲୋକେ ଏକମନ ହୋଇ ଆତ୍ମହତ୍ୟା
କରିବା ପାଇଁ ବ୍ୟବସ୍ଥା କରୁଛନ୍ତି
। କାରଣ ଏ ଅପରିଷ୍କୃତ ପୋଖରୀରୁ
ଗରା ମାଠିଆ ପୂର୍ଣ୍ଣ ହୋଇ ପିଇବା
ପାଇଁ ପ୍ରତି ଘରକୁ ପାଣି ଯାଉଛି;
ଅଥଚ
ଏଠି ମନୁଷ୍ୟ,
ଗାଈ
ଓ ମଇଁଷି ଗାଧୋଉଛନ୍ତି,
ଧୋବା
ଲୁଗା କାଚୁଛି,
କେହି
କେହି ନିତ୍ୟକର୍ମ କରୁଛନ୍ତି ।
ଗ୍ରାମରେ କାହାରିକୁ ଅମାଶୟ,
ଆନ୍ତ୍ରିକ
ଜ୍ୱର ବା ହଇଜା ହେଲେ ରୋଗ ଜୀବାଣୁ
ତାହାର ଲୁଗାପଟାରୁ ଏ ପୋଖରୀକୁ
ଓ ଏଠୁ ଗ୍ରାମର ପ୍ରତିଘରକୁ
ଚାଲିଯାଆନ୍ତି ।
କୂଅର
ଅବସ୍ଥା ମଧ୍ୟ ସେହିପରି । କୂଅ
ଚାରିପାଖ ଅସନା କଲେ ଅସନା ପାଣି
ମାଟି ଭିତରକୁ ଭେଦି ଶେଷରେ କୂଅ-ଝରରେ
ମିଶେ ତଥାପି ଲୋକେ କୂଅ ପାଖେ
ଗାଧୋଉଛନ୍ତି,
ଳୁଗା
ଧୋଉଛନ୍ତି । ବାସନ ମାଜୁଛନ୍ତି
ଓ ଅପରିଷ୍କାର କରୁଛନ୍ତି । ଲୋକଙ୍କୁ
ଏହାର ଅପକାରିତା ବୁଝାଇ କୂଅରେ
ଚୂନ ଓ ବ୍ଳିଚିଂ ପାଉଡ଼ର ପକାଇ
ସଫା କରାଗଲା;
କୂଅ
ଚାରିପାଖ ପରିଷ୍କାର ରଖାଗଲା ।
ଅତିଶୟ
ସ୍ୱାସ୍ଥ୍ୟକର ଓ ନିରାପଦ ପିଇବା
ପାଣି ବ୍ୟବହାର କରିବାକୁ ସମସ୍ତଙ୍କ
ଚାନ୍ଦାରେ ଗୋଟିଏ ନଳ-କୂଅ
ବସାଗଲା । ଏକଶହ ଅଶୀ ଫୁଟ ଗଭୀରକୁ
ଗୋଟିଏ ଲୁହା ନଳ ପୋତା ହେଲା ।
ତହିଁରେ ଗୋଟିଏ ପମ୍ପ୍ ଲାଗିଥାଏ;
ଉପରେ
ଦାବିଲେ ପାଣି ଝରେ । ଏ ପାଣି ଅତି
ନୀରୋଗ ।
ତାହା
ଉତ୍ତାରୁ ବାସଗୃହ ସଂସ୍କାର । ଗ୍ରାମରେ
ଫରଚା ଫରଚା ଛାଡ଼ି ଛାଡ଼ି ଘର
କରିବାକୁ ସ୍ଥାନର ଅଭାବ ନାହିଁ; କିନ୍ତୁ
ଲୋକେ ଏତେ ରକ୍ଷଣଶୀଳ ଯେ ପୁରୁଷକୁ
ପୁରୁଷ ନିଜର ସଂଖ୍ୟା ବଢ଼ୁଥିଲେ
ସୁଦ୍ଧା ସେମାନେ ପୁରୁଣା ଗୃହ
ଛାଡ଼ି ଯିବାକୁ ଅନିଛୁକ । ସେମାନଙ୍କ
ଘର ସବୁ ଏକାଠି ଲଗାଲଗି,
ସଙ୍କୀର୍ଣ୍ଣ,
ପାରାଖୋପ
ପରି ଛୋଟ ଛୋଟ ଆଡ଼ ଉଢ଼ାଳକୁ ଜଗି
ଝରକା ଫିଟା ହୋଇନାହିଁ,
ପବନ
ଓ ଆଲୁଅ ଯିବାକୁ ସୁବିଧା ନାହିଁ,
ତେଣୁ
ଘର ସବୁ ସନ୍ତସନ୍ତିଆ । ଶୋଇବା
ଘର,
ରୋଷାଇ
ଘର ଓ ଗୁହାଳ ଘର ଏକାଠି ଲଗାଲଗି
। ଏ ଅନ୍ଧାର ଓ ଦୁଷିତ ପବନରେ ରୋଗର
ଜୀବାଣୁ ଜନ୍ମନ୍ତି ପବନର ଦୁଷିତ
ଅଂଶ ରକ୍ତରେ ରହିଯାଇ ଅପକାର କରେ
। ନୁଆ ବୋହୁମାନଙ୍କୁ ଏ ସଙ୍କୀର୍ଣ୍ଣ ଘରେ ଓଢ଼ଣା ପକାଇ କବାଟ କଣରେ ଲୁଚି
ଲୁଚି ଚଳିବାକୁ ହୁଏ,
ତେଣୁ
ସେମାନଙ୍କର ସତେଜ ଦେହ ବୋହୁପଣିଆ
କରି ଭାଙ୍ଗି ପଡେ଼ ।
ଗ୍ରାମର
ଘରମାନଙ୍କରେ ବଡ଼ ବଡ଼ ଝରକା
ଖୋଲାହେଲା,
ଅନ୍ଧାର
କରୁଥିବା କାନ୍ଥ ଓ ଅଧାକାନ୍ଥି
ଭାଙ୍ଗି ଦିଆ ହେଲା । ଯେ ନୁଆ ଘର
ତୋଳୁଥିଲେ ତାଙ୍କୁ ପ୍ରବର୍ତ୍ତାଇ
ନୁତନ ଧରଣର ଆଦର୍ଶ ଘର ତୋଳା ହେଲା
। ନିଗିଡ଼ା ମାଟି ଓ ଢ଼ିପ ଭୂଇଁ
ଦେଖି ଏ ସବୁ ଘର ତିଆରି କରାଗଲା
। ଏଥିରେ ବଡ଼ ବଡ଼ ଝରକା,
ଫର୍ଚ୍ଚା
କବାଟ,
ବଡ଼
ବଡ଼ କୋଠରୀ ଓ ଚଉଡ଼ା ଦ୍ୱାର ।
ରୋଷାଇ ଘର ଶୋଇବା ଘରଠାରୁ ଦୁରରେ
। ଗୁହାଳ ଘର ଖଞ୍ଜାର ପଦାରେ ଓ ଶୋଇବା
ଘରଠାରୁ ଦୁରରେ । ସେ ଖୁବ ପରିଷ୍କୃତ
ପରିଛନ୍ନ,
ତଳେ
କାଦୁଅ ବା ଅସନା ନାହିଁ,
ପାଣି
ଓ ମୂତ ବୋହିଯିବା ପାଇଁ ପଦାକୁ
ନାଳି କଟା ହୋଇଛି । ଶୋଇବା ଘର ଖୁବ
ଖୋଲା ଖୋଲା । ସେଠି ଜିନିଷ ପତ୍ର
ଖୁନ୍ଦା ଖୁନ୍ଦି ହୋଇନାହିଁ କାରଣ
ତାହା ହେଲେ ମାଛି,
ମଶା
ଓ ମୁଶା ପ୍ରଭୃତି ରୋଗବାହକ ଜନ୍ତୁ
ହେବେ । ଦୁଆରଟି ବାଲି ଓ ପଥର ପଡ଼ି
ଚଉରସ ହୋଇଛି । ନାଳିବାଟେ ପାଣି
ବୋହିଯାଉଛି । ଫିନାଇଲ ଓ ଚୁନ ପକାଇ
ରୋଗ ଜୀବାଣୁ ଧ୍ୱଂସ କରାହେଉଛି
। ଚାରିଆଡେ଼ ପରିଷ୍କୃତ ପରିଛନ୍ନ
।
ଏଠି
ଖଟ ଉପରେ ମସାରି ପକାଇ ଝରକା ଖୋଲି
ସମସ୍ତେ ଶୁଅନ୍ତି । ଘରେ ଝୁଣା
ଧୂଆଁ ଦିଆଯାଏ ।
ଗ୍ରାମରେ ଚିକିତ୍ସାର
ସୁବିଧା ପାଇଁ ଜଣେ ହୋମିଓପ୍ୟାଥି
ପାଶ୍ କରିଥିବା ନୁଆ ଡ଼ାକ୍ତରଙ୍କୁ
ବ୍ୟବସାୟରେ ଉନ୍ନତି ହେବ ବୋଲି
ଭରଷା ଦିଆହୋଇ ଗ୍ରାମରେ ଅଣାଇ
ରଖାହେଲା ଓ ତାଙ୍କର ସବୁ ସୁବିଧା
କରିଦିଆହେଲା । ହେମିଓପ୍ୟାଥି
ଓୌଷଧ
ଅତି ଶସ୍ତା ଓ ଏଥିରେ ରୋଗ ନିର୍ମୁଳ
ହୁଏ । ରୋଗ ଠିକ କରି ଓୌଷଧ
ଦେଇପାରିଲେ ଏପରି ସୁନ୍ଦର ଓୌଷଧ
ଆଉ ନାହିଁ । ବୁଦ୍ଧିମାନ ଡ଼ାକ୍ତର
ଗ୍ରାମର ଗୋଟିଏ ଆଶ୍ରା ହୋଇ ରହିଲେ
। ଆଖପାଖ ଦଶଖଣ୍ଡି ମୌଜାର ଉପକାର
ହେଲା । ବସନ୍ତ ରୋଗ ଆରମ୍ଭ ହେଲେ
ସମସ୍ତଙ୍କୁ ବସନ୍ତ ପ୍ରତିଶେଧକ
ଓୌଷଧ
ଦିଆଯାଏ । ଥରେ ଖାଇଲେ ବର୍ଷେ
ପର୍ଯ୍ୟନ୍ତ ଆଉ ଚିନ୍ତା ନାହିଁ
। ଟିକା ଘେନିବା ଅପେକ୍ଷା ଏହାର
ଗୁଣ ଅଧିକ ଅବ୍ୟର୍ଥ ।
ନିଖିଳ
ଉକ୍ରଳ ଗ୍ରାମ ସଙ୍ଗଠନ ସଙ୍ଘର
କର୍ମିମାନେ ସରକାରୀ ଏପି଼ଡେମିକ୍ ଡ଼ାକ୍ତର ଓ ସ୍ୱାସ୍ଥ୍ୟ ପରିଦର୍ଶକମାନେ
ଆସି ସ୍ଥିର ବାଇସ୍କୋପ ଛବି ଦେଖାଇ
ବକ୍ତୃତା କରି ଭିନ୍ନ ଭିନ୍ନ ରୋଗ
ଓ ସାଧାରଣ ସ୍ୱାସ୍ଥ୍ୟରକ୍ଷା
ବିଷୟରେ ଥରକୁ ଥର ବୁଝାଇ ଦେଇଯାଆନ୍ତି
।
ବି.ଦ୍ର. - ଏହି ଲେଖାଟି ଶ୍ରୀ ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ସଙ୍ଗୃହିତ । ଏହି ପାଠଟି ଅସମ୍ପୂର୍ଣ୍ଣ ।
No comments:
Post a Comment