ଗିଜୁଭାଇଙ୍କ ଶିକ୍ଷାଦର୍ଶନ - ଇନ୍ଦ୍ରିୟ ଶିକ୍ଷା ଓ ଶିକ୍ଷକର ଗୁଣଧର୍ମ
ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ
ମଧ୍ୟଯୁଗୀୟ ୟୁରୋପ୍ର ଏକ ଶ୍ରେଣୀକକ୍ଷ (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍) |
ଇନ୍ଦ୍ରିୟ
ଶିକ୍ଷା
ପିଲାମାନଙ୍କର
ସର୍ବାଙ୍ଗୀନ ବିକାଶ ଦିଗରେ
ଇନ୍ଦ୍ରିୟ ଶିକ୍ଷା ନିତାନ୍ତ
ଆବଶ୍ୟକ ବୋଲି ଗିଜୁଭାଇ କହୁଥିଲେ ।
ଆମର ଇନ୍ଦ୍ରିୟଗୁଡ଼ିକ ଆମ ଜ୍ଞାନ
ଆହରଣର ପ୍ରଥମ ଓ ପ୍ରଧାନ ମାଧ୍ୟମ ।
ମଣ୍ଟେସୋରୀଙ୍କ
ମତରେ ଇନ୍ଦ୍ରିୟଗୁଡ଼ିକର ବିକାଶ
ହେଲେ ହିଁ ବୁଦ୍ଧିର ଯଥାର୍ଥ ବିକାଶ
ସମ୍ଭବ ହୋଇ ପାରିବ । ଗିଜୁଭାଇ
ମଧ୍ୟ ଏହି ମତକୁ ଗ୍ରହଣ କରୁଥିଲେ ।
ତିନିରୁ ସାତ ବର୍ଷ ଯାଏଁ ଇନ୍ଦ୍ରିୟ
ଶିକ୍ଷାର ପ୍ରକୃଷ୍ଟ ସମୟ । କାରଣ
ଏହା ହେଉଛି ପିଲାଙ୍କର ଶରୀର ଗଠନର
ସମୟ । ଯେତେବେଳେ ପ୍ରକୃତି ପିଲାକୁ
ସ୍ୱାଗତ ଜଣାଇବ, "ମୋ
ପାଖକୁ ଆସ,
ମୋ
ରଙ୍ଗ ଏମିତି,
ମୋ
ରୂପ ଏମିତି,
ମୋର
ଗନ୍ଧ ଏହି ପରି,
ମୋର
ଧ୍ୱନି ଏହି ପରି", ସେତେବେଳେ
ଏହି ଆମନ୍ତ୍ରଣ ପାଇଥିବା ପିଲାଟିର
ଇନ୍ଦ୍ରିୟ ଶିକ୍ଷା ପୂରା ହେଲା
ବୋଲି ଜଣାଯିବ ।
ଶିକ୍ଷକର
ଗୁଣଧର୍ମ
ଜଣେ
ଶିକ୍ଷକର ଗୁଣଧର୍ମ ବିଷୟରେ
ଗିଜୁଭାଇ କୁହନ୍ତି -
୧.
ନିରୀକ୍ଷଣ
କରିବା ଶିକ୍ଷକର ପ୍ରଥମ ଗୁଣ ହେବା
ଦରକାର । ଶିକ୍ଷକ ଧୈର୍ଯ୍ୟବାନ
ହେବେ । ପିଲାମାନଙ୍କର ଆବଶ୍ୟକତା
ଅନୁଯାୟୀ ହିଁ ସେମାନଙ୍କୁ ସାହାଯ୍ୟ
କରିବେ ।
୨.
ବାକ୍ସଂଯମ -
ଶିକ୍ଷକ
ଯେତେ ସମ୍ଭବ କମ୍ କଥା କହିବେ ।
ନିହାତି ଦରକାର ହେଲେ ହିଁ ସେ
ପିଲାଙ୍କୁ କିଛି କହିବେ ।
୩.
ନମ୍ରତା -
ଶିକ୍ଷକ
ନମ୍ର ହେବେ । ପିଲାମାନଙ୍କ ସହିତ
ଯେପରି କିଛି ଅନ୍ୟାୟ ନ ହୁଏ, ସେଥି ପ୍ରତି ସଜାଗ ରହିବେ ।
୪.
ମନୋବୈଜ୍ଞାନିକ
ଦୃଷ୍ଟିକୋଣ -
ଶିକ୍ଷକ
ଧୈର୍ଯ୍ୟର ସହିତ ପିଲାଙ୍କ କଥା
ଶୁଣିବେ ଏବଂ ତାଙ୍କ ମନକୁ ବୁଝିବାକୁ
ଚେଷ୍ଟା କରିବେ । ପିଲାଙ୍କର
ଦୃଷ୍ଟିକୋଣ ସହିତ ନିଜକୁ ଦୃଷ୍ଟିକୋଣ
ମିଶାଇ ପାରୁଥିବେ ।
୫.
ବିଶ୍ୱାସ -
ପିଲାମାନଙ୍କର
ବ୍ୟକ୍ତିତ୍ୱ ପ୍ରତି ଶିକ୍ଷକଙ୍କ
ମନରେ ଦୃଢ଼ ବିଶ୍ୱାସ ରହିଥିବା
ଜରୁରି । ପିଲାଙ୍କ ପ୍ରତି ଶିକ୍ଷକମାନେ
ସହାନୁଭୂତିଶୀଳ ହେବେ,
ସେମାନଙ୍କୁ
ଶ୍ରଦ୍ଧା କରୁଥିବେ ।
ଏହି ସବୁ
ଗୁଣ ପ୍ରତ୍ୟେକ ଶିକ୍ଷକଙ୍କ ପାଖରେ
ରହିଥିବା ଆବଶ୍ୟକ । ଗିଜୁଭାଇ
ନିଜର ବିଚାରଧାରା ଅନୁଯାୟୀ ଜଣେ
ସଫଳ ଶିକ୍ଷକର ଜୀବନ ବଞ୍ଚି
ପାରିଥିଲେ ।
ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।
No comments:
Post a Comment