ଗିଜୁଭାଇଙ୍କ ଶିକ୍ଷା ଦର୍ଶନ: ପୃଷ୍ଠଭୂମି, ଅନୁଭୂତି ଓ ଅବଦାନ
ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ନିଜର
ଅନୁଭବ ତଥା ଶିକ୍ଷା ସମ୍ୱନ୍ଧୀୟ
ବ୍ୟାପକ ଅଧ୍ୟୟନରୁ ଆସିଥିବା ଏବଂ
ଶିକ୍ଷା କ୍ଷେତ୍ରରେ ସାଧାରଣ
ଭାବରେ ଗ୍ରହଣଯୋଗ୍ୟ ହୋଇଥିବା
ଗିଜୁଭାଇଙ୍କର ବିଚାରଧାରା
ସଂକ୍ଷେପରେ ହେଉଛି:
କ) ପିଲାଙ୍କ
ବ୍ୟକ୍ତିତ୍ୱକୁ ସମ୍ମାନ ଦେବା;
ଖ) ଶିଖାଇବା
ଅପେକ୍ଷା ପିଲା ନିଜେ ଶିଖିବା
ଉପରେ ବେଶୀ ଜୋର ଦେବା;
ଗ) ପିଲାମାନେ
ତାଙ୍କ କାର୍ଯ୍ୟ ମାଧ୍ୟମରେ
ବିଭିନ୍ନ ଅନୁଭବ ହାସଲ କରନ୍ତି
ଏବଂ ସେହି ଅନୁଭୂତିରୁ ସେମାନଙ୍କର
ମନ ବୁଦ୍ଧି ଓ ଶରୀରର ବିକାଶ କରାଇବା;
ଘ) ଶିକ୍ଷା
କ୍ଷେତ୍ରରେ ପିଲାମାନଙ୍କୁ ପୂର୍ଣ୍ଣ
ସ୍ୱାଧୀନତା ଦେବା ସହିତ ତାଙ୍କ
ସୃଜନଶୀଳତାକୁ ମଧ୍ୟ ଉତ୍ସାହିତ
କରିବା;
ଙ) ପିଲାଙ୍କ
ପ୍ରତି ବ୍ୟବହାରରେ ଶିକ୍ଷକ ତଥା
ଅଭିଭାବକଙ୍କର ଏକ ମନୋବୈଜ୍ଞାନକ
ଦୃଷ୍ଟିକୋଣ ସୃଷ୍ଟି କରାଇବା; ତଥା,
ଚ) ପିଲାଙ୍କର
ଆବଶ୍ୟକତା ଅନୁସାରେ ଶିକ୍ଷାପ୍ରଣାଳୀ
ବାଛିବାରେ ପିଲାଙ୍କ ବିକାଶ
ଦିଗରେ ପ୍ରାଥମିକ ସର୍ତ୍ତ ରଖିବା ।
ପିଲାଙ୍କ
ପ୍ରତି ଗଭୀର ଶ୍ରଦ୍ଧା ହିଁ
ଗିଜୁଭାଇଙ୍କର ଜୀବନ ଦର୍ଶନକୁ
ରୂପ ଦେଇଥିଲା । ପିଲାଙ୍କ ଜୀବନକୁ
ସରସ ସୁନ୍ଦର କରି ଗଢ଼ିତୋଳିବା
ପାଇଁ ଉପଯୁକ୍ତ ଶିକ୍ଷାର ଆବଶ୍ୟକତାକୁ
ସେ ବୁଝୁଥିଲେ । ସେ ସମୟର ପରିସ୍ଥିତିକୁ
ଚାହିଁ ଶିକ୍ଷା ବ୍ୟବସ୍ଥାକୁ
ଉପଯୁକ୍ତ ରୂପ ଦେବା ପାଇଁ ସେ
ଦେଶବିଦେଶର ଶିକ୍ଷା ବ୍ୟବସ୍ଥା
ଏବଂ ବିଭିନ୍ନ ଶିକ୍ଷାବିତ୍ଙ୍କର
ଚିନ୍ତାଧାରା ସହ ନିଜକୁ ପରିଚିତ
କରାଇଥିଲେ । ବାସ୍ତବ ପ୍ରୟୋଗ
ଜରିଆରେ କିଛି ବିଚାରଧାରାର
ଉପଯୋଗିତା ମଧ୍ୟ ସେ ପରୀକ୍ଷା
କରିଥିଲେ । ନିଜର ଗଭୀର ଅନୁଭୂତି
ଏବଂ ବ୍ୟାପକ ଅଧ୍ୟୟନରୁ ତାଙ୍କର
ଶିକ୍ଷା ଦର୍ଶନ ରୂପ ନେଇଥିଲା ।
(ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।)
No comments:
Post a Comment