Wednesday, May 02, 2018

ପିଲାଙ୍କ ପାଇଁ କବିତା - 'ପଣ୍ଡିତଙ୍କ ଫଟ'

କବି - ଜଗନ୍ନାଥ ପ୍ରସାଦ ଦାସ


୧୮୨୦ ଦଶକରେ ଅଙ୍କିତ ଫ୍ରେଡ଼େରିକ ଶୋବେର୍ଲଙ୍କର ଚିତ୍ର
ଆର୍. ଆକର୍‌ମାନ୍‌ଙ୍କର ବହି 'ଦି ୱର୍ଲଡ଼୍ ଇନ୍ ମିନିଏଚର୍: ହିନ୍ଦୁସ୍ତାନ'ରୁ ଆନୀତ
  

ଜଣେ ପଣ୍ଡିତ ଅତି ପତଳା ଆଉ ଜଣକ ମୋଟା 
ଠା'ରେ ବସି ପେଟ ପୂଜାରେ ଚଢ଼ାଉଥିଲେ ପିଠା
ଦେଖିବ ଯଦି କିଏ କେତିକି ସରୁ କେତିକି ମୋଟ
ଉପର ଧାଡ଼ି ଦୁଇ ପାଖରେ ଅଛି ତାଙ୍କର ଫଟ । 

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

No comments:

Post a Comment