ବୈଷମ୍ୟ ଓ ଭେଦଭାବ
ଫ୍ରାଙ୍କଫର୍ଟର ଇହୁଦି ବସ୍ତି ଉପରେ ଆକ୍ରମଣର ଚିତ୍ର - ୧୭ଶ ଶତାବ୍ଦୀ ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଯେତେବେଳେ ଲୋକେ ନିଜର ପୂର୍ବାଗ୍ରହ ବା ଧରାବନ୍ଧା ଚିତ୍ର ଗୁଡ଼ିକର ଭିତ୍ତିରେ କାମ କରନ୍ତି, ସେତେବେଳେ ଭେଦଭାବ ଘଟେ । ତୁମେ ଯଦି ଅନ୍ୟ ଲୋକଙ୍କୁ ତଳୁଆ ଦେଖାଇବାକୁ ଚେଷ୍ଟା କରୁଛ, ତାଙ୍କୁ କେତେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାରୁ ରୋକୁଛ, କେତେ ପ୍ରକାରର କାମ କରିବାକୁ ସେମାନଙ୍କୁ ବାରଣ କରୁଛ, କେତେକ ପଡ଼ାରେ ସେମାନଙ୍କୁ ବସବାସ କରିବାକୁ ଦେଉନାହଁ, ତାଙ୍କୁ କୂଅ ବା ନଳକୂଅରୁ ପାଣି ନେବାକୁ ରୋକୁଛ, ସର୍ବସାଧାରଣରେ ବ୍ୟବହୃତ କପ ବା ଗିଲାସରେ ଚାହା ପିଇବାକୁ ସେମାନଙ୍କୁ ଦେଉନାହଁ, ତାହାହେଲେ, ତୁମେ ସେମାନଙ୍କ ବିରୁଦ୍ଧରେ ଭେଦଭାବ କରୁଅଛ ।
ଭେଦଭାବ ନାନାଦି କାରଣରୁ ହୋଇପାରେ । ତୁମେ ଯଦି ପୂର୍ବ ଆଲୋଚନାରୁ ପ୍ରଥମ ସମୀର ଓ ଦ୍ୱିତୀୟ ସମୀର ବିଷୟରେ ମନେ ପକାଇବ, ତାହାହେଲେ ବୋଧେହୁଏ ହେଜ ହେବ ଯେ ସେମାନେ ପରସ୍ପରଠାରୁ ଅନେକ ଦୃଷ୍ଟିରୁ ଭିନ୍ନ ଥିଲେ । ଉଦାହରଣ ସ୍ୱରୂପ ସେମାନଙ୍କର ଧର୍ମ ଭିନ୍ନ ଭିନ୍ନ ଥିଲା । ଏହା ବିବିଧତାର ଏକ ବିଭାବ ଅଟେ । ହେଲେ ଅନେକ ସମୟରେ ଏହି ବିବିଧତା ଭେଦଭାବର ଉତ୍ସ ବନିଯାଏ । ଭିନ୍ନ ଭାଷା କହୁଥିବା, ଅନ୍ୟ ଧର୍ମ ପାଳନ କରୁଥିବା, ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ରହୁଥିବା ଲୋକଙ୍କର ଚାଲିଚଳନ, ଆଚାର ବ୍ୟବହାରକୁ ଯଦି ନିକୃଷ୍ଟ ବୋଲି ଦେଖାଯାଏ, ତାହାହେଲେ ତାହା ଭେଦଭାବର କାରଣ ବନେ ।
ତାଙ୍କର ଆର୍ଥିକ ସ୍ଥିତିରେ ଭିନ୍ନତା ଦୁଇଟି ସମୀରଙ୍କ ଭିତରେ ପ୍ରଭେଦର ଆଉ ଗୋଟିଏ କାରଣ ଥିଲା । ଦ୍ୱିତୀୟ ସମୀର ଥିଲା ଗରୀବ । ତୁମେ ଆଗରୁ ପଢ଼ିଛ ଯେ ଏହି ପ୍ରଭେଦଟିକୁ ଆମେ ବୈଷମ୍ୟ ବୋଲି ଜାଣୁ, ବିବିଧତା ବୋଲି ନୁହେଁ । ଖାଦ୍ୟ, ବସ୍ତ୍ର, ବାସଗୃହ ଆଦି ମୌଳିକ ଆବଶ୍ୟକତା ମେଣ୍ଟାଇବା ପାଇଁ ମଧ୍ୟ ଗରୀବ ଲୋକଙ୍କ ପାଖରେ ସମ୍ବଳ କିମ୍ବା ଟଙ୍କା ନ ଥାଏ । ସେମାନେ କାର୍ଯ୍ୟାଳୟ, ଡାକ୍ତରଖାନା, ବିଦ୍ୟାଳୟ ଇତ୍ୟାଦି ଯାଗାରେ ନିଜର ଦାରିଦ୍ର୍ୟ ଯୋଗୁଁ ନାନା ଭେଦଭାବ ଓ ଖରାପ ବ୍ୟବହାରର ସମ୍ମୁଖିନ ହୁଅନ୍ତି ।
କେତେକ ଲୋକେ ଉଭୟ ପ୍ରକାରର ଭେଦଭାବର ସମ୍ମୁଖିନ ହୁଅନ୍ତି । ସେମାନେ ଗରୀବ । ତାହା ଛଡ଼ା ସେମାନେ ଏପରି ଗୋଷ୍ଠୀର ଲୋକ ଯାହାଙ୍କର ସଂସ୍କୃତିକୁ ଅନେକ ଲୋକେ ମର୍ଯ୍ୟାଦା ଦିଅନ୍ତି ନାହିଁ । ଆଦିବାସୀ ଲୋକେ, କେତେକ ଧାର୍ମିକ ସମ୍ପ୍ରଦାୟର ଲୋକେ, ଏପରିକି କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଏହିପରି କାରଣ ଯୋଗୁଁ ଭେଦଭାବର ଶୀକାର ହୁଅନ୍ତି । ଏହା ପରର ବିଭାଗରେ ଆମେ ଦେଖିବା କିପରି ଜଣେ ପ୍ରସିଦ୍ଧ ଭାରତୀୟ ଭେଦଭାବର ଶୀକାର ହୋଇଥିଲେ । ଏହା ଆମକୁ ଜାତିଗତ ଭେଦଭାବର ଶୀକାର ହୋଇଥିବା ବହୁତ ଲୋକଙ୍କର ଅନୁଭୁତିକୁ ଜାଣିବାରେ ସାହାଯ୍ୟ କରିବ ।
ମୁସଲମାନମାନଙ୍କ
ବିଷୟରେ
ଗୋଟିଏ
ସାଧାରଣ
ଧରାବନ୍ଧା
ଚିତ୍ର
ହେଲା
ଯେ
ସେମାନେ
ନିଜ
ଝିଅମାନଙ୍କୁ
ପାଠ
ପଢ଼ାଇବାକୁ
ଚାହାନ୍ତି
ନାହିଁ
।
ଏଣୁ
ସେମାନଙ୍କୁ
ସ୍କୁଲ
ପଠାନ୍ତି
ନାହିଁ
।
କିନ୍ତୁ
ଆମେ
ଗବେଷଣାରୁ
ଜାଣୁ
ଯେ
ମୁସଲମାନଙ୍କର
ଦାରିଦ୍ର୍ୟ
ସେମାନେ
ନିଜର
ଝିଅମାନଙ୍କୁ
ସ୍କୁଲ
ନ
ପଠାଇବା
କିମ୍ବା
ଅଳପ
କେଇ
ବରଷ
ପରେ
ବିଦ୍ୟାଳୟ
ଛାଡ଼ିବାର
ଏକ
ବଡ଼
କାରଣ
ଅଟେ
।
ଯେଉଁଠାରେ ଗରୀବ ଲୋକଙ୍କ ମଧ୍ୟରେ ଶିକ୍ଷାର ପ୍ରସାର କରାଇବା ପାଇଁ ଉଦ୍ୟମ ହୋଇଛି, ସେଠାରେ ମୁସଲମାନ ସମୁଦାୟର ଲୋକେ ନିଜର ଝିଅମାନଙ୍କୁ ବିଦ୍ୟାଳୟ ପଠାଇବା ପାଇଁ ଆଗ୍ରହ ଦେଖାଇଛନ୍ତି । ଉଦାହରଣ ସ୍ୱରୂପ, କେରଳରେ ପିଲାଙ୍କର ଘର ଓ ବିଦ୍ୟାଳୟ ଭିତରେ ବାଟ ବେଶୀ ନୁହେଁ । ସାର୍ବଜନୀନ ବସ ବ୍ୟବସ୍ଥା ସେଠାରେ ଭଲ । ଫଳ ସ୍ୱରୂପ, ଶିକ୍ଷକମାନେ ଠିକ ସମୟରେ ବିଦ୍ୟାଳୟରେ ପହଞ୍ଚି ପାରୁଛନ୍ତି । ଶତକଡ଼ା ଷାଠିଏ ଭାଗ ଶିକ୍ଷକ ମହିଳା । ଏହି ସବୁ କାରଣ ଯୋଗୁଁ ଗରୀବ ପରିବାରର ପିଲାମାନେ, ବିଶେଷତଃ ମୁସଲମାନ ସମ୍ପ୍ରଦାୟର ପିଲାମାନେ, ବହୁଳ ସଂଖ୍ୟାରେ ସ୍କୁଲ ଯାଇପାରୁଛନ୍ତି । ଅନ୍ୟ ରାଜ୍ୟମାନଙ୍କରେ ଯେଉଁଠାରେ ଗରୀବ ପିଲାଙ୍କ ପାଇଁ (ସେ ମୁସଲମାନ ହୁଅନ୍ତି କି ଆଦିବାସୀ କି ତଥାକଥିତ ଛୋଟ ଜାତିର) ଏପରି ବ୍ୟବସ୍ଥା କରାଯାଇପାରି ନାହିଁ, ସେଠାରେ ସେମାନଙ୍କ ପାଇଁ ବିଦ୍ୟାଳୟ ଯିବା କଷ୍ଟକର ଅଟେ । ଏଣୁ, ମୁସଲମାନ ପିଲା ଇସ୍କୁଲ ନ ଯିବାର ମୂଳ କାରଣ ଦାରିଦ୍ର୍ୟ, ଧର୍ମ ନୁହେଁ । |
ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସମାଜ ବିଜ୍ଞାନ ପାଠ୍ୟପୁସ୍ତକ 'ସୋସିଆଲ୍ ଆଣ୍ଡ୍ ପଲିଟିକାଲ ଲାଇଫ୍ - ୧' ର ଦ୍ୱିତୀୟ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।
No comments:
Post a Comment