Wednesday, December 06, 2017

ପିଲାଙ୍କ ଖେଳ ଗୀତ - ବଗୁଲି ଖେଳ


ସଙ୍ଗ୍ରାହକ - ଚକ୍ରଧର ମହାପାତ୍ର


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ବଗ ଯାଇଥିଲା ବଗବଣକୁ ମୋ'
ବଗୁଲି କାଟଇ ବେଣା
କୋଉ ଚେଡ଼ିପ ମାଇଲା ବାଟୁଳି
ଛିଡ଼ିଗଲା ଦୁଇ ଡେଣା
ମୋ' ବଗୁଲି କାନ୍ଦେନା ଲୋ
ତୋ' ମା', କାଲି ଆସଇ ସିନା ।

ତୋ' ମା' ଯାଇଛି ଗାଈ ଚରେଇ
ଅଇଲେ ଖାଇବୁ ପେଟ ପୂରେଇ
ଗାଈ ଚରାଠୋଉ ଆଣିବ ବେଲ
କୋଡ଼ରେ ବସାଇ କରିବ ଗେଲ
ମୋ' ବଗୁଲି କାନ୍ଦେନା ଲୋ
ତୋ' ମା', କାଲି ଆସଇ ସିନା ।

ବି.ଦ୍ର.  - ୧୯୫୯ ମସିହାରେ ପ୍ରଥମ ପ୍ରକାଶିତ ଚକ୍ରଧର ମହାପାତ୍ର କୃତ 'ଉତ୍କଳ ଗାଉଁଲି ଗୀତ' ବହିଟିର ୨୦୦୮ ମସିହାରେ କଟକ ସ୍ଥିତ ପ୍ରକାଶନ ସଂସ୍ଥା ବିଦ୍ୟା ପ୍ରକାଶନ ଛାପିଥିବା ପୁନଃପ୍ରକାଶିତ ସଂସ୍କରଣରୁ ଏହି ଗୀତଟି ଉଦ୍ଧୃତ ହୋଇଛି ।  

No comments:

Post a Comment