Monday, February 05, 2018

ପିଲାଙ୍କ ପାଇଁ ବନ୍ଧୁ ସ୍ୱାଗତ ଗୀତ

ସଙ୍ଗ୍ରାହକ - ଭାରତଚନ୍ଦ୍ର ନାୟକ


ଇଣ୍ଡୋନେସିଆ ଦେଶର ବାଲି ଦ୍ୱୀପର ଗୁଆକାତି
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆସିଲ ବନ୍ଧୁ ଭଲ କଲ ବସିବାକୁ ନାହିଁ ଠାଆ ।
ପିଢ଼ା ଖଣ୍ଡେ ଦିଅନ୍ତି ବନ୍ଧୁ ବଢ଼େଇ ଘରେ ବାହା ।।

ପାଣି ଢାଳେ ଦିଅନ୍ତି ବନ୍ଧୁ ଦଦରା ମାଠିଆ ।
ତୋରାଣୀ ମୂନ୍ଦେ ଦିଅନ୍ତି ବନ୍ଧୁ ବାପ ଘରେ ମାଆ ।।

ଚୂଡ଼ା ଗଣ୍ଡେ ଦିଅନ୍ତି ବନ୍ଧୁ କେଉଟୁଣୀକି ଜର ।
ପଇଡ଼ ପୁଞ୍ଜେ ଦିଅନ୍ତି ବନ୍ଧୁ ବାଉରି ଖାଇଛି ମାଡ଼ ।।

ପାନ ଖଣ୍ଡେ ଦେଇଥା'ନ୍ତି ଘରେ ତ ନାହିଁ ଗୁଆ ।
ସାଇପଡ଼ିଶାରୁ ମାଗିଆଣନ୍ତି ଛାଡ଼ୁ ତ ନାହିଁ ଛୁଆ ।।

ପାଣି ଢାଳେ ଦେଇଥାନ୍ତି ଘରେ ତ ନାହିଁ ଲୋଟା ।
ସାଇପଡ଼ିଶାରୁ ମାଗିଆଣନ୍ତି ଗୋଡ଼ଟା ହୋଇଛି ଛୋଟା ।।

ତେଲ ଟିକିଏ ଦିଅନ୍ତି ବନ୍ଧୁ ମୁଣ୍ଡରେ ନାହିଁ ବାଳ ।
ଘଷା ଘଷି କରିଦିଅନ୍ତି ବହିଯାଆନ୍ତା ଝାଳ ।।

ବାଟେଇ ଦେଇ ଯାଆନ୍ତି ବନ୍ଧୁ ଗୋଡ଼ରେ ହୋଇଛି ଘା ।
ଯେଉଁ ବାଟେ ବାଟେ ଅଇଲ ବନ୍ଧୁ ସେହି ବାଟେ ବାଟେ ଯାଆ ।।

ଉତ୍ସ - ମୋର ପୂର୍ବସ୍ମୃତି କଥା । ଲେଖକ - ଭାରତଚନ୍ଦ୍ର ନାୟକ । ପ୍ରଥମ ସଂସ୍କରଣ - ୧୯୬୬ । ଦ୍ୱିତୀୟ ସଂସ୍କରଣ - ୨୦୧୪ । ଦ୍ୱିତୀୟ ସଂ‌ସ୍କରଣର ପ୍ରକାଶକ ଅଗ୍ରଦୂତ (କଟକ) ।

No comments:

Post a Comment