Tuesday, April 10, 2018

ପିଲାଙ୍କ ପାଇଁ ପହେଳି - ୮

ସଙ୍ଗ୍ରାହକ - ଗୋବିନ୍ଦ ଚନ୍ଦ୍ର ଚାନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପହେଳି - ଅମଞ୍ଜ ମଞ୍ଜା, 
ମଞ୍ଜି ନାହିଁ ତା'ର ପତ୍ରରୁ ଗଜା ।
ଉତ୍ତର - ଅମରପୋଇ

ପହେଳି - ଅରଟ ଚଢ଼େଇ ବରଡ଼ ପକ୍ଷୀ
କେଉଁ ଚଢ଼େଇର ତିନୋଟି ଆଖି ।
ଉତ୍ତର - ନଡ଼ିଆ

ପହେଳି - ଅଳପ ଜାଣେ ବହୁ ବଖାଣେ
ମରିବା ଜୀଇବା ଦୁଇ ନ ଜାଣେ ।
ଉତ୍ତର - ଜ୍ୟୋତିଷ

ଉତ୍ସ - ଶ୍ରୀ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଦ୍ୱାରା ସମ୍ପାଦିତ ଓ ଓ ସଙ୍କଳିତ 'ଓଡ଼ିଆ ଶିଶୁ-କିଶୋର ଢଗଢ଼ମାଳି' । ବହିଟିର ପ୍ରଥମ ପ୍ରକାଶ ୨୦୧୭ ମସିହାରେ । ପ୍ରକାଶକ ହେଲେ ନୂଆଦିଲ୍ଲୀସ୍ଥ କେନ୍ଦ୍ରୀୟ ସାହିତ୍ୟ ଅକାଦେମି ।

No comments:

Post a Comment