Monday, April 16, 2018

ପିଲାଙ୍କ ପାଇଁ କବିତା - 'ମେଳ ଅମେଳ'

ଜଗନ୍ନାଥ ପ୍ରସାଦ ଦାସ


ହାଇନାର ଚିତ୍ର (ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀ) : ୱିକିମିଡିଆ କମନ୍ସ୍
ରୋମର ପାଖରେ ଥିବା ସହର ପାଲେଷ୍ଟ୍ରିନାରେ ଥିବା ମୋଜାଗି

ହାଇନା ପାଖରେ ମଇନା
ଶେଉଳ ପାଖରେ ନେଉଳ;

ଜେବରା ପାଖରେ ଗୋବରା
କୁକୁର ପାଖରେ ଚକୋର;

ଠେକୁଆ ପାଖରେ ଚକୁଆ
କିନ୍ତୁ

ମେଳ ନାହିଁ ଲୋକ ଲୋକର ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

No comments:

Post a Comment