ଭାରତର ଅବସ୍ଥିତି
ଅନୁବାଦ - ବିଶ୍ୱଜିତ ଆପଟ
୧୯୫୧ ମସିହାର ଭାରତର ମାନଟିତ୍ର (ୱିକିପିଡ଼ିଆ କମନ୍ସ୍) |
ଭାରତ
ଏକ ବିଶାଳ ଦେଶ । ଉତ୍ତରରେ ଏହାକୁ
ସୁଉଚ୍ଚ ହିମାଳୟ ଘେରି ରହିଛି ।
ପଶ୍ଚିମରେ ଆରବ ସାଗର,
ପୂର୍ବରେ
ବଙ୍ଗୋପସାଗର ଓ ଦକ୍ଷିଣରେ ଭାରତ
ମହାସାଗର ଭାରତୀୟ ଉପଦ୍ୱୀପର ତଟ
ଧୌତ କରୁଛନ୍ତି ।
ଭାରତର ସମୁଦାୟ କ୍ଷେତ୍ରଫଳ ୩.୨୮ ନିୟୁତ ବର୍ଗ କିଲୋମିଟର । କାଶ୍ମୀର ଠାରୁ କନ୍ୟାକୁମାରୀ ଯାଏଁ ଏହାର ଉତ୍ତର-ଦକ୍ଷିଣ ବିସ୍ତାର ପ୍ରାୟ ୩୨୦୦ କିଲୋମିଟର । ଅରୁଣାଚଳ ପ୍ରଦେଶ ଠାରୁ କଚ୍ଛ ପର୍ଯ୍ୟନ୍ତ ପୂର୍ବ-ପଶ୍ଚିମ ଦୂରତା ପ୍ରାୟ ୨୯୦୦ କିଲୋମିଟର । ସୁଉଚ୍ଚ ହିମାଳୟ, ବୃହତ୍ ଭାରତୀୟ ମରୁଭୂମି, ଉତ୍ତରସ୍ଥ ସମତଳ ଭୂମି, ଅସମାନ ମାଳ ଅଞ୍ଚଳ, ସମୁଦ୍ର ତଟ ଓ ଦ୍ୱୀପ ଆଦି ଭାରତର ଭୂମିରୂପରେ ବିବିଧତା ଆଣିଥାଆନ୍ତି । ଜଳବାୟୁ, ବୃକ୍ଷଲତା, ଜୀବଜନ୍ତୁ ଏବଂ ଲୋକଙ୍କ ଭାଷା ଓ ସଂସ୍କୃତିରେ ମଧ୍ୟ ଅନେକ ବିବିଧତା ଦେଖାଯାଏ । ତେବେ ବିବିଧତା ମଧ୍ୟରେ ଏକତା ଆମ ଦେଶର ବିଶେଷତ୍ୱ । ଭାରତୀୟ ପରମ୍ପରା ହିଁ ଆମକୁ ଏକ ଜାତି ଭାବେ ବାନ୍ଧିରଖିଛି । ୨୦୧୧ ମସିହା ପରଠାରୁ ଭାରତର ଜନସଙ୍ଖ୍ୟା ଶହେ କୋଡ଼ିଏ କୋଟିରୁ ଅଧିକ । ଚୀନ୍ ପଛକୁ ଭାରତ ପୃଥିବୀର ଦ୍ୱିତୀୟ ଜନବହୁଳ ଦେଶ ।
ଅବସ୍ଥିତି

ଭାରତ ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ । କର୍କଟକ୍ରାନ୍ତି (୨୩°୩୦' ଉ.) ଏହାର ମଧ୍ୟଭାଗ ଦେଇ ଯାଇଛି (ଚିତ୍ର କ୍ରମାଙ୍କ ୭.୨) । ଭାରତର ମୁଖ୍ୟ ଭୂଭାଗ ଉତ୍ତରରୁ ଦକ୍ଷିଣକୁ ୮°୪'ଉ. ଓ ୩୭°୬'ଉ. ଅକ୍ଷାଂଶ ମଧ୍ୟରେ ବିସ୍ତୃତ । ପଶ୍ଚିମରୁ ପୂର୍ବକୁ ଭାରତ ୬୮°୭'ପୂ. ରୁ ୯୭°୨୫'ପୂ. ଅକ୍ଷାଂଶ ମଧ୍ୟରେ ବିସ୍ତୃତ । ପୃଥିବୀକୁ ଆମେ ଯଦି ପୂର୍ବ ଓ ପଶ୍ଚିମ ଗୋଲାର୍ଦ୍ଧରେ ବିଭକ୍ତ କରିଦେବା ଭାରତ କେଉଁ ଗୋଲାର୍ଦ୍ଧରେ ରହିବ ? ଆମ ଦେଶର ପୂର୍ବ ଓ ପଶ୍ଚିମ ପ୍ରାନ୍ତ ମଧ୍ୟରେ ଦ୍ରାଘିମାଗତ ଦୂରତା ପ୍ରାୟ ୨୯°ରୁ ଅଧିକ । ତେଣୁ ପୂର୍ବ ଓ ପଶ୍ଚିମ ପ୍ରାନ୍ତର ସ୍ଥାନୀୟ ସମୟରେ ପ୍ରାୟ ଦୁଇ ଘଣ୍ଟା ପାର୍ଥକ୍ୟ ଦେଖାଯାଏ । ଆମେ ପୂର୍ବ ପାଠରେ ପଢିଛେ ଯେ, ପ୍ରତି ଏକ ଡିଗ୍ରୀ ଦ୍ରାଘିମା ପରିବର୍ତ୍ତନ ପାଇଁ ୪ ମିନିଟ ସମୟରେ ପାର୍ଥକ୍ୟ ଆସିଯାଏ । ଏଥିପାଇଁ ଅରୁଣାଚଳ ପ୍ରଦେଶରେ ଗୁଜୁରାଟ ତୁଳନାରେ ଦୁଇ ଘଣ୍ଟା ଆଗରୁ ସୂର୍ଯ୍ୟୋଦୟ ହୋଇଥାଏ । ୮୨° ୩୦' ପୂ. ଦ୍ରାଘିମାର ସ୍ଥାନୀୟ ସମୟକୁ କାହିଁକି ଆମ ଦେଶର ପ୍ରମାଣ ସମୟ ରୂପେ ନିଆଯାଇଛି ତାହା ତୁମେ ପଢ଼ିଛ । ଏହି ଦ୍ରାଘିମା ରେଖାକୁ ଭାରତର ପ୍ରମାଣ ଦ୍ରାଘିମା ରେଖା ମଧ୍ୟ କୁହାଯାଏ ।
ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ସପ୍ତମ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।
No comments:
Post a Comment