Saturday, April 14, 2018

ଭାରତର ପଡ଼ୋଶୀ ଓ ପ୍ରଶାସନିକ ବିଭାଗ


ଅନୁବାଦ - ବିଶ୍ୱଜିତ ଆପଟ


ଭାରତର ରାଜନୈତିକ ମାନଟିତ୍ର (ୱିକିମିଡିଆ କମନ୍ସ୍)


ଭାରତର ପଡୋଶୀ ଦେଶ

ସାତୋଟି ଦେଶର ସୀମା ଭାରତର ସୀମାକୁ ଲାଗି ରହିଛି । ସେଗୁଡ଼ିକ ହେଲେ ଆଫଗାନିସ୍ଥାନ, ପାକିସ୍ଥାନ, ଚୀନ, ନେପାଳ, ଭୁଟାନ, ବଙ୍ଗଳାଦେଶ ଓ ବର୍ମା । ସେମାନଙ୍କ ମଧ୍ୟରୁ କେତୋଟି ଦେଶର ସମୁଦ୍ର ଉପକୂଳ ଆଦୌ ନାହିଁ । ଶ୍ରୀଲଙ୍କା ଓ ମାଳଦ୍ୱୀପ ଆମର ନିକଟତମ ଦରିଆପାରି ପଡୋଶୀ ରାଷ୍ଟ୍ର । ଶ୍ରୀଲଙ୍କା ଭାରତଠାରୁ ପକ୍ ପ୍ରଣାଳୀ ଦ୍ୱାରା ବିଚ୍ଛିନ୍ନ ହୋଇଛି ।

ରାଜନୀତିକ ଓ ପ୍ରଶାସନିକ ବିଭାଗ

ଭାରତ ଏକ ବିଶାଳ ଦେଶ । ପ୍ରଶାସନିକ ସୁବିଧା ପାଇଁ ଏହାକୁ ୨୮ ଟି ରାଜ୍ୟ ଓ ୭ ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଛି ଦିଲ୍ଲୀ ଭାରତର ରାଜଧାନୀ । ରାଜ୍ୟଗୁଡିକୁ ମୁଖ୍ୟତଃ ଭାଷା ଭିତ୍ତିରେ ଗଠନ କରାଯାଇଛି । କ୍ଷେତ୍ରଫଳ ଦୃଷ୍ଟିରୁ ରାଜସ୍ଥାନ ହେଉଛି ବୃହତ୍ତମ ରାଜ୍ୟ ଓ ଗୋଆ ହେଉଛି କ୍ଷୁଦ୍ରତମ ରାଜ୍ୟ ପ୍ରତ୍ୟେକ ରାଜ୍ୟକୁ କେତେଗୋଟି ଜିଲ୍ଲାରେ ବିଭକ୍ତ କରାଯାଇଛି ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ସପ୍ତମ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

No comments:

Post a Comment