Wednesday, April 04, 2018

ପିଲାଙ୍କ ପାଇଁ କବିତା - 'ପାଣିପାଗ ବାଲା'


ଜଗନ୍ନାଥ ପ୍ରସାଦ ଦାସ


ପୃଥିବୀର ଜଳବାୟୁମଣ୍ଡଳ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

କହିଲା ସେ ହେବ ପ୍ରବଳ ଖରା
ବରଷିଲା ମେଘ ମୂଷଳ ଧାରା ।

କହିଲା ସେ ହେବ ଗରମ ଭାରି
ହାଡ଼ଭଙ୍ଗା ଶୀତ ଆସିଲା ମାଡ଼ି ।

ଦେହରେ ଗଲାନି ଏଠାର ପାଣି
ଯାହା ସେ କହିଲା ଗଲା ଉଜାଣି ।

ଜାଣିଲା ଏଥର ବୁଡ଼ିବ ଭେଳା
ତେଣୁ ସେ' ଛ ମାସ ଛୁଟିରେ ଗଲା ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

No comments:

Post a Comment