ଜୈବମଣ୍ଡଳ
ଅନୁବାଦ - ବିଶ୍ୱଜିତ ଆପଟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଜୈବମଣ୍ଡଳରେ ଥିବା ସମସ୍ତ ଜୀବଙ୍କୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ ଯଥା- ପ୍ରାଣୀଜଗତ ଓ ଉଦ୍ଭିଦଜଗତ । ପୃଥିବୀର ତିନୋଟି ଯାକ ମଣ୍ଡଳ ବିଭିନ୍ନ ବାଟରେ ପରସ୍ପରକୁ ପ୍ରଭାବିତ କରିଥାଆନ୍ତି । ଉଦାହରଣ ସ୍ୱରୂପ, କାଠ ପାଇଁ ଜଙ୍ଗଲ କାଟିବା ଦ୍ୱାରା ବା କୃଷିକାର୍ଯ୍ୟ କରିବା ପାଇଁ ଜଙ୍ଗଲ ଜମି ସଫା କରିବା ଦ୍ୱାରା ମୃତ୍ତିକା କ୍ଷୟ ହୋଇଥାଏ । ସେହିପରି ଭୂମିକମ୍ପ ପରି ପ୍ରାକୃତିକ ଦୁର୍ବିପାକ ଯୋଗୁଁ ପୃଥିବୀ ପୃଷ୍ଠରେ ଅନେକ ପରିବର୍ତ୍ତନ ଘଟିଥାଏ । ଯେପରିକି, କିଛି ବର୍ଷ ପୂର୍ବରୁ ହୋଇଥିବା ସୁନାମୀରେ କିଛି ଭୂଭାଗ ନିମ୍ନକୁ ଦବିଯିବା ଯୋଗୁଁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳ ସମୁଦ୍ରଗର୍ଭରେ ବୁଡିଗଲା । ଦୂଷିତ ପଦାର୍ଥ ନଦୀ ଓ ହ୍ରଦକୁ ନିର୍ଗତ କରିଦେଲେ ସେହି ଜଳ ମନୁଷ୍ୟ ବ୍ୟବହାର ପାଇଁ ଅନୁପଯୋଗୀ ହୋଇଯାଏ । ଏହା ଅନ୍ୟ ଜୀବଙ୍କର ମଧ୍ୟ କ୍ଷତିସାଧନ କରେ ।
କଳକାରଖାନା, ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ତଥା ଯାନବାହନରୁ ନିର୍ଗତ ହେଉଥିବା ପଦାର୍ଥ ବାୟୁମଣ୍ଡଳକୁ ଦୂଷିତ କରିଥାଏ । ଅଙ୍ଗରକାମ୍ଳ ବାୟୁମଣ୍ଡଳର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଅଟେ । କିନ୍ତୁ ଅଙ୍ଗାରକାମ୍ଳର ମାତ୍ରା ବୃଦ୍ଧି ଯୋଗୁଁ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ପାଉଅଛି । ଏହାକୁ ଭୂଗୋଲକୀୟ ଉଷ୍ମତା ବୃଦ୍ଧି କୁହାଯାଏ । ଏଣୁ ପୃଥିବୀରେ ଉପଲବ୍ଧ ସମ୍ବଳଗୁଡିକର ବ୍ୟବହାରକୁ ସୀମିତ କରିବାକୁ ହେବ ଯଦ୍ୱାରା ପୃଥିବୀର ତିନି ମଣ୍ଡଳ ଯଥା ଅଶ୍ମମଣ୍ଡଳ, ବାରିମଣ୍ଡଳ ଓ ବାୟୁମଣ୍ଡଳ ମଧ୍ୟରେ ଭାରସାମ୍ୟ ରକ୍ଷା ହୋଇପାରିବ ।
ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ପଞ୍ଚମ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।
No comments:
Post a Comment