Thursday, August 17, 2017

ଉତ୍ତମ ମଧ୍ୟମ


କବି - ଜଗନ୍ନାଥ ପ୍ରସାଦ ଦାସ


ପାଞ୍ଚ ପ୍ରକାରର କୁକୁରଙ୍କର ଚିତ୍ର (୧୫୪୭ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

କେଉଁ ଡାକଟି ସବୁଠୁ ଖର
କୁକୁର କହିଲା, ଭୋ ଭୋ
କେଉଁ ତମାଖୁ ସବୁଠୁ ଭଲ
ବିଲୁଆ କହିଲା, ହୁକା ହୋ ।

କେଉଁ ଗୀତଟି ସବୁଠୁ ମିଠା
ବେଙ୍ଗ କହିଲା, କଟର କେଁ
କେଉଁ ମାସଟି ସବୁଠୁ ଚିଟା
ଛେଳି କହିଲା, ମେ ମେ ।

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

No comments:

Post a Comment