Monday, August 21, 2017

ତିନି ମଞ୍ଚିକା


କବି - ଜଗନ୍ନାଥ ପ୍ରସାଦ ଦାସ



ମରିଶସ ଦେଶର ତ୍ରୁଆ ମାମାଲେସ୍ ପାହାଡ଼ର ଚିତ୍ର (୧୮୧୨)
ବ୍ରିଟିଶ ଲାଇବ୍ରେରୀର ସଙ୍ଗ୍ରହ : ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ତିନି ମଞ୍ଚିକା
ପର୍ବତ ଉପରେ ବସି ରହିଥାଏ
ସଞ୍ଚି ସଞ୍ଚିକା ।

ଦୁଇ ଦୁବଳିଆ ପାଖରେ ପାଇଲେ 
ଚୋବାଇ ଖାଏ
ଚାରି ଚୁଳିଆକୁ ଦୂରରୁ ଦେଖିଲେ
ପଳାଇ ଯାଏ
ଘୁଞ୍ଚି ଘୁଞ୍ଚିକା ।

ପର୍ବତ ଖୋପରେ ଲୁଚି ରହିଥାଏ
ତିନି ମଞ୍ଚିକା
ତିନି ମଞ୍ଚିକା

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

No comments:

Post a Comment